Home ଜିଲ୍ଲା ପରିକ୍ରମା ପୀରହାଟ ପୁଲିସର ମନମାନି ବିରୋଧରେ ବିଶାଳ ଗଣ ବିକ୍ଷୋଭ

ପୀରହାଟ ପୁଲିସର ମନମାନି ବିରୋଧରେ ବିଶାଳ ଗଣ ବିକ୍ଷୋଭ

31
module: h; hw-remosaic: 0; touch: (-1.0, -1.0); modeInfo: ; sceneMode: Auto; cct_value: 0; AI_Scene: (-1, -1); aec_lux: 108.61406; hist255: 0.0; hist252~255: 0.0; hist0~15: 0.0;

ଭଦ୍ରକ, ୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡି ବ୍ଲକ ପିରହାଟ ଥାନା ପୁଲିସ ମନମାନି ବିରୋଧରେ ଗୁରୁବାର ଜାମଯୋଡି ପଂଚାୟତ ଅଧୀନ ସାମନ୍ତରାୟପୁର ଗ୍ରାମର ଅଧିବାସୀମାନେ ଥାନା ସାମ୍ନାରେ ବିଶାଳ ଗଣ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସାମନ୍ତରାୟପୁର ଗ୍ରାମର ପୁରୁଷ ଓ ମହିଳା ପୀରହାଟ ନୂଆବଜାରରୁ ଏକ ଶୋଭାଯାତ୍ରାରେ ବାହାରି ଥାନା ନିକଟରେ ପହଂଚି ଥିଲେ । ସେଠାରେ ଗ୍ରାମର ସିପିଆଇ ନେତା ସନ୍ଥଚରଣ ବିଶ୍ୱାଳଙ୍କ ପୌରୋହିତ୍ୟରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଜାମଯୋଡି ପଂଚାୟତ ସରପଂଚ ପ୍ରଶାନ୍ତ ବିଶ୍ୱାଳ, ପୂର୍ବତନ ସରପଂଚ ସୁଦର୍ଶନ ବିଶ୍ୱାଳ, ଗ୍ରାମବାସୀ ନୀଳମାଧବ ନାୟକ, କାହ୍ନୁଚରଣ ସେଠୀ, ବସନ୍ତ ନାୟକ, ବିଚିତ୍ର ବଳ ପ୍ରମୁଖ ଯୋଗଦେଇ ପୋଲିସର ମନମାନି ଓ ନିଷ୍କ୍ରିୟତା ବିରୁଦ୍ଧରେ ବକ୍ତବ୍ୟ ଦେବା ସହ ତୁରନ୍ତ ଚୋରଙ୍କୁ ଧରିବା ଦିଗରେ ପଦକ୍ଷେପ ନେବାକୁ ଦାବି ଜଣାଇଥିଲେ । ସୂଚନାଯୋଗ୍ୟ ଯେ ସାମନ୍ତରାୟପୁର ଗ୍ରାମର ହୃଦାନନ୍ଦ ନାୟକଙ୍କ ଘରୁ କିଛି ଦିନ ପୂର୍ବେ ୮୦ହଜାର ଟଙ୍କା ଚୋରି ହୋଇଥିଲା । ଏହାର କିଛି ଦିନ ପରେ ପୁଣି ଚୋରମାନେ ତାଙ୍କ ଘରେ ପଶି ଚୋରି କରିବାକୁ ଉଦ୍ୟମ କରୁଥିବା ବେଳେ ପରିବାର ଲୋକ ଉଠି ପଡିବାରୁ ସେମାନେ ଖସି ପଳାଇଥିଲେ । ତେବେ ହୃଦାନନ୍ଦଙ୍କ ପରିବାର ଲୋକେ ଚୋରଙ୍କୁ ଦେଖିଥିବାରୁ ତାଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏହି ଘଟଣାରେ ଏକ ମକଦ୍ଦମା ନଂ ୧୯୭/୨୪ରୁଜୁ କରିଥିଲେ ମଧ୍ୟ ଚୋରଙ୍କୁ ଧରିବାରେ ବିଫଳ ହୋଇଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ସେମାନେ ଗତ ମାସ ୨୭ତାରିଖରେ ଏ ସମ୍ପର୍କରେ ଜିଲାପାଳ, ଏସପି, ପିରହାଟ ଥାନା ଆଇଆଇସି ପ୍ରମୁଖଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଚୋରଙ୍କୁ ଗିରଫ କରାନଗଲେ ଥାନା ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଚେତାବନୀ ଦେଇଥିଲେ । ଏହି ବିକ୍ଷୋଭରେ ଅନ୍ୟମାନଙ୍କ ମଧ୍ୟରେ ମନ୍ମଥ ନାୟକ, କୈଳାସ ବାରିକ, ପ୍ରଶାନ୍ତ ବଳ, ଉମାକାନ୍ତ ତ୍ରିପାଠୀ, ବିଜୟ କୁମାର ନାୟକ, ତିଳୋତମା ନାୟକ, ଭାରତୀ ତ୍ରିପାଠୀ, କନକଲତା ନାୟକ, ପ୍ରମିଳା ଜେନା ପ୍ରମୁଖ ସାମିଲ ହୋଇଥିଲେ । ଏସଆଇ ସୁପ୍ରକାଶ ମହାନ୍ତି ୭ଦିନ ମଧ୍ୟରେ ଚୋରଙ୍କୁ ଗିରଫ କରିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.