ଭଦ୍ରକ, ୨୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ତହସିଲ ହରସିଂହପୁର ପଂଚାୟତ ଅଧୀନ ତାରିଣୀ ଛକ ଠାରେ ସରକାରୀ ଜାଗାରେ ଥିବା ୧୨ ଦୋକାନକୁ ତହସିଲ ପକ୍ଷରୁ ଶୁକ୍ରବାର ଉଚ୍ଛେଦ କରାଯାଇଥିବା ଜଣାଯାଇଛି। ତହସିଲ କାର୍ଯ୍ୟାଳୟ ପକ୍ଷରୁ ଦୋକାନୀମାନଙ୍କୁ ନିୟମ ଅନୁଯାୟୀ ଦୋକାନ ଉଠାଇ ନେବାକୁ ନୋଟିସ ଜାରି କରାଯାଇଥିଲା। ପରେ ଗୁରୁବାର ଡାକବାଜି ଯନ୍ତ୍ର ମାଧ୍ୟମରେ ଉଚ୍ଛେଦ ପାଇଁ ସତର୍କ ସୂଚନା ଦିଆଯାଇଥିଲା। ଏହା ପରେ ବି ଦୋକାନୀମାନେ ନିଜ ନିଜ ଦେକାନ ଉଠାଇଲେ ନାହିଁ। ଯାହାଫଳରେ ଶୁକ୍ରବାର ସକାଳ ୯ଟା ସମୟରେ ତହସିଲ ପକ୍ଷରୁ ଦୋକାନ ଗୁଡ଼ିକୁ ଜେସିବି ସାହାଯ୍ୟରେ ଭାଂଗି ଦିଆଯାଇଛି। ଏହି ଉଚ୍ଛେଦ ସମୟରେ ଅତିରିକ୍ତ ତହସିଲଦାର ନମିତା ଧଳ, ପୀରହାଟ ଥାନା ଆଇଆଇସି ରୋଜାଲିନ ବେହେରା, ପୀରହାଟ ରାଜସ୍ୱ ନିରୀକ୍ଷକ ସ୍ମିତାରାଣୀ ସାହୁ, ତହସିଲ ସୁପରଭାଇଜର ଚନ୍ଦନ ମହାନ୍ତି, ବରିଷ୍ଠ କିରାଣୀ ବୁଦ୍ଧିରାମ ଟୁଡୁ, ହରସିଂହପୁର ସରପଂଚ ଅଜୟ ମହାନ୍ତି, ସମାଜସେବୀ ସଂଗ୍ରାମ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।







