Home ଜିଲ୍ଲା ପରିକ୍ରମା ପୀରହାଟରେ ରକ୍ତଦାନ ଶିବିର, ୪୧ ୟୁନିଟ ରକ୍ତ ସଂଗୃହିତ

ପୀରହାଟରେ ରକ୍ତଦାନ ଶିବିର, ୪୧ ୟୁନିଟ ରକ୍ତ ସଂଗୃହିତ

4

ଭଦ୍ରକ, ୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ଅଧୀନ ପୀରହାଟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଶନିବାର ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଅଗ୍ରଣୀ ସାମାଜିକ ସଙ୍ଗଠନ ପ୍ରଦେଶ ସେବା ସଙ୍ଗଠନ, ସମ୍ବାଦ ଆମ ଓଡ଼ିଶା ଓ ସାଇକେୟାର ମିଳିତ ସହଯୋଗରେ ଅନୁଷ୍ଠିତ ଏହି ଶିବିରରେ ମୋଟ ୪୧ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ମୁଖ୍ୟଅତିଥି ଭାବେ ପୀରହାଟ ସ୍ୱାସ୍ଥ୍ୟକେନ୍ଦ୍ର ଡ଼ା. ସୁଦୀପ୍ତ ପ୍ରଧାନ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥିଭାବେ ସମାଜସେବୀ କ୍ଷୀରୋଦ ବିହାରୀ ଦାସ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଭଦ୍ରକ ବ୍ଲଡ଼ ବ୍ୟାଙ୍କର ରତିକାନ୍ତ ବଳ, ତରଣୀସେନ ଜେନା, ସୁଶାନ୍ତ ପଣ୍ଡା, ଅରୁଣ ପରିଡା, ମାନସ ପଣ୍ଡା ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ। ପ୍ରଦେଶ ସେବା ସଂଗଠନ ଉପଦେଷ୍ଟା ଧ୍ରୁବ ଚରଣ ପାଣିଗ୍ରାହୀ, ସଭାପତି ରଞ୍ଜନ କୁମାର ମିଶ୍ର, ସମ୍ପାଦିକା ସୁଭଦ୍ରା ଭାରତୀ, ସଦସ୍ୟ ଆର୍ତବଲ୍ଲଭ ବାରିକ, ସବିତା ମହାନ୍ତି, ପବିତ୍ର ମୋହନ ବାରିକ, ଦେବେନ୍ଦ୍ର ଜେନା, ରତ୍ନାକର ପାଣିଗ୍ରାହୀ, ସିଲୁ ଦାସ, କେଦାର ସାହୁ, ବୈଲୋଚନ ପାତ୍ର, ଅମିତ ମହାନ୍ତି ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ସମ୍ବାଦ ଆମ ଓଡ଼ିଶାରେ ଆବାହକ ପ୍ରଭାତ କୁମାର ରାଉଳ ଧନ୍ୟବାଦ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.