Home ଜିଲ୍ଲା ପରିକ୍ରମା ପି.ଏମ୍‌.ଶ୍ରୀ ବିନ୍ଦୁମାଧବ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା

ପି.ଏମ୍‌.ଶ୍ରୀ ବିନ୍ଦୁମାଧବ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା

35

ଭଦ୍ରକ, ୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ପିଏମ୍‌ଶ୍ରୀ ବିନ୍ଦୁମାଧବ ସରକାରୀ ଉଚ୍ଚ ବିଦ୍ରାଳୟର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଗତ ୬ ଓ ୭ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଉତ୍ସବର ଉଦ୍‌ଘାଟନୀ ଦିବସରେ ମୁଖ୍ୟଅତିଥି ଜିଲ୍ଲା କ୍ରୀଡ଼ା ଅଧିକାରୀ ରମେଶ ଚନ୍ଦ୍ର ମହାନ୍ତି କ୍ରୀଡ଼ାକୁ କ୍ୟାରିୟର କରି ଜୀବନଯାପନର ସୁଯୋଗ ବିଷୟରେ ପ୍ରତିଯୋଗୀଙ୍କୁ ଅବଗତ କରାଇଥିଲେ। ସମ୍ମାନନୀୟ ଅତିଥି ପାରା ଅଲମ୍ପିକ ସ୍ୱର୍ଣ୍ଣ ବିଜେତା ମଧୁସ୍ମିତା ସାହୁ କ୍ରୀଡ଼ା ମାଧ୍ୟମରେ ସେ କିପରି ସଫଳ ବ୍ୟକ୍ତି ହୋଇ ପାରିଛନ୍ତି ତାହା ପ୍ରକାଶ କରିଥିଲେ। ଅନ୍ୟତମ ଅତିଥି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନୃସିଂହ ଚରଣ ସାହୁ, ଏସ୍‌ଏମ୍‌ସି ସଭାପତି ଦିଲିପ କୁମାର କବାଟ, ଏସ୍‌ଏମ୍‌ସି ପୂର୍ବତନ ସଭାପତି ଅକ୍ଷୟ କୁମାର ପଣ୍ଡା କ୍ରୀଡ଼ାର ବହୁମୁଖୀ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ସାହୁ ସଭାପତିତ୍ୱ କରି କ୍ରୀଡ଼ା ବିଦ୍ୟାଳୟକୁ ଏକ ନୂତନ ପରିଚୟ ପ୍ରଦାନ କରିଛି ବୋଲି ବ୍ୟକ୍ତ କରିଥିଲେ। ରବିନାରାୟଣ ମହାନ୍ତି ଅତିଥି ପରିଚୟ, ଡଃ ତରୁଣ କୁମାର ଭଟ୍ଟାଚାର୍ଯ୍ୟ ଏବଂ ହିମାଦ୍ରି ତନୟାଦତ ସଂଚାଳନା ଏବଂ ସନ୍ତୋଷ କୁମାର ଖିଲାର ଧନ୍ୟବାଦ ଅର୍ପଣ କରିଥିଲେ। ବିଭିନ୍ନ ବିଭାଗରେ ଖେଳ ଗୁଡ଼ିଗୁ ସେମାନାଥ ଜେନା, ସସ୍ମିତା ପାଣିଗ୍ରାହୀ, ଅପରାଜିତା ଦାସ, ଶୈଳଜାନନ୍ଦିନୀ ଜେନା, ସୁବାସିନୀ ମିଶ୍ର, ହିାମଂଶୁ କୁମାର ପଣ୍ଡା, ସୁକାନ୍ତି ସାହୁ, ଭାଗବତ ନାୟକ, ସୂର୍ଯ୍ୟ ପ୍ରକାଶ ଦଳାଇ, ଦେବସ୍ମିତା ମହାନ୍ତି, ବିଜୟିନୀ ପୁହାଣ, ଉର୍ବଶୀ ଦାସ, ମାନସୀରାଣି ପାଢୀ, ଜୟନ୍ତୀ ତିଆଡ଼ି ପରିଚାଳନା କରିଥିଲେ। ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଡି.ଏସ.ଓ. ଅନୂପ କୁମାର ବେହେରା ଏବଂ ଆଇସିଡିିପିଓ ରାଜେନ୍ଦ୍ର ପ୍ରସାଦ ମହାଳିକ ଯୋଗ ଦେଇ କ୍ରୀଡ଼ା ସ୍ୱାସ୍ଥ୍ୟ ପାଇଁ ଅପରିହାର୍ଯ୍ୟ ତଥା ମାନସିକ ସନ୍ତୁଳନର ଆଧାର ବୋଲି ପିଲାଙ୍କୁ ବୁଝାଇଥିଲେ। ଏହି ଦୁଇଦିନର ଉତ୍ସବରେ ଛାତ୍ରଛାତ୍ରୀଙ୍କ ଫ୍ଲାଗ୍‌ମାର୍ଚ୍ଚ, ସାଂସ୍କୃତିକ କାର୍ଯ୍ୟକ୍ରମ, ଜମ୍ବଲ୍ ମାର୍ଚ୍ଚ, ପୁରସ୍କାର ବିତରଣ ମାଧ୍ୟମରେ ସମ୍ପନ୍ନ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷା କର୍ମଚାରୀ, ଟ୍ରେନିଂରେ ଥିବା ବିଇଡ଼ି ଷ୍ଟୁଡେଂଟ ପରିଚାଳନା କରିଥିଲେ। କ୍ରୀଡ଼ା ଶିକ୍ଷକ ତପନ କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଏବଂ ରାଜେଶ କୁମାର ନାୟକଙ୍କ ସହଯୋଗିତାରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.