Home ଜିଲ୍ଲା ପରିକ୍ରମା ପି.ଏମ୍‌. କିଷାନ୍‌ର ୧୮ ତମ କିସ୍ତି ହସ୍ତାନ୍ତର ଉତ୍ସବର ସିଧା ପ୍ରସାରଣ କାର୍ଯ୍ୟକ୍ରମ

ପି.ଏମ୍‌. କିଷାନ୍‌ର ୧୮ ତମ କିସ୍ତି ହସ୍ତାନ୍ତର ଉତ୍ସବର ସିଧା ପ୍ରସାରଣ କାର୍ଯ୍ୟକ୍ରମ

25

ଭଦ୍ରକ, ୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୨୦୧୮ ମସିହା ଡିସେମ୍ବର ୧ ତାରିଖରୁ କାର୍ଯ୍ୟକାରୀ ହୋଇ ଆସୁଥିବା ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ୧୮ତମ କିସ୍ତି ଟଙ୍କା ହସ୍ତାନ୍ତର ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମହାରାଷ୍ଟ୍ରର ୱାସିମ୍ ଠାରେ ଆୟୋଜିତ ଜାତୀୟ ସ୍ତରର ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ହସ୍ତାନ୍ତର ଉତ୍ସବର ସିଧା ପ୍ରସାରଣ କାର୍ଯ୍ୟକ୍ରମ ଭଦ୍ରକ ଜିଲ୍ଲା ସ୍ତରରେ ସଂସ୍କୃତି ଭବନଠାରେ ଜିଲ୍ଲା କୃଷି ବିଭାଗ ଓ କୃଷି ବିଜ୍ଞାନ କେନ୍ଦ୍ର ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଦିଲୀପ ରାଉତରାଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃଷି ଓ କୃଷକ ସଶକ୍ତି କରଣ ଦିଗରେ ପି.ଏମ୍‌. କିଷାନ ଯୋଜନାର ଉପାଦେୟତା ଉପରେ ଆଲୋକପାତ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ, କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ କୃଷି ବିଜ୍ଞାନିକ ଡ. ସଂଜୟ କୁମାର ମହାନ୍ତି, ପ୍ରାକ୍ତନ ସହକାରୀ କୃଷି ନିର୍ଦ୍ଦେଶକ ଶ୍ରୀଧର କୁମାର ଦାସ ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମର ସଂଯୋଜକ ଥିଲେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଗଣେଶ ଚନ୍ଦ୍ର ମାଝୀ। ମଂଚ ପରିଚାଳନା କରିଥିଲେ। ସହକାରୀ କୃଷି ଅଧିକାରୀ ଅନୁରାଧା ପଣ୍ଡା। ସୂଚନା ଯୋଗ୍ୟ କି ପି.ଏମ୍‌. କିଷାନ ଯୋଜନା ଏକ କେନ୍ଦ୍ରୀୟ ଯୋଜନା। ଏହି ଯୋଜନାରେ ଜମି ଧାରୀ କୃଷକ ମାନଙ୍କ ଚାଷ କାର୍ଯ୍ୟ ନିମନ୍ତେ ବିଭିନ୍ନ କୃଷି ସାମଗ୍ରୀ କ୍ରୟ ଜନିତ ବ୍ୟୟ ବାବଦକୁ ବର୍ଷ ମଧ୍ୟରେ କିସ୍ତି ପିଛା ୨ ହଜାର ଟଙ୍କା ହିସାବରେ ମୋଟ ୩ କିସ୍ତିରେ ୬ ହଜାର ଟଙ୍କା ପ୍ରଦାନ କରାଯାଉଛି। ଚଳିତ ବର୍ଷଠାରୁ ସହରାଂଚଳରେ ବାସ କରୁଥିବା ଜମିଧାରୀ କୃଷକଙ୍କୁ ପି.ଏମ୍‌. କିଷାନ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ଏହା ସହିତ ମଧ୍ୟମ ଓ ବଡ଼ କୃଷକଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ କରାଯାଇଛି। ୧୮ ତମ ପି.ଏମ୍‌. କିଷାନ କିସ୍ତି ହସ୍ତାନ୍ତର ଉତ୍ସବକୁ ଜିଲ୍ଲା ଏବଂ ବ୍ଲକ୍ ସ୍ତରରେ ସିଧା ପ୍ରସାରଣ କାର୍ଯ୍ୟକ୍ରମ ଜରିଆରେ ପାଳନ କରାଯାଇଛି। ଜିଲ୍ଲା ସ୍ତରୀୟ ଉତ୍ସବରେ ହିତାଧିକାରୀ ଭାବେ ଶହେ କୃଷକ ଏବଂ ସଂପୃକ୍ତ ବିଭାଗୀୟ ଅଧିକାରୀ, କର୍ମଚାରୀମାନେ ଉପସ୍ଥିତ ଥିଲେ। ପ୍ରକାଶ ଥାଉ କି ଭଦ୍ରକ ଜିଲ୍ଲାରେ ମୋଟ ୧ ଲକ୍ଷ ୫୧ ହଜାର ୬୪୨ ଜଣ ଜମିଧାରୀ କୃଷକଙ୍କୁ ୨ ହଜାର ଟଙ୍କା ଲେଖାଁଏ ସହାୟତା ରାଶି ପ୍ରଦାନ କରାଗଲା। ସହକାରୀ କୃଷି ଅଧିକାରୀ ସତ୍ୟଜିତ୍ ସେଠୀ, କୃଷି ଓଭରସିଅର ଅଭିମନ୍ୟୁ ପରିଡ଼ା, ସହକାରୀ କୃଷି ନିର୍ଦ୍ଦେଶକ, ତିଳୋତ୍ତମା ମହାକୁଡ଼ ପ୍ରମୁଖ ଏହି କାର୍ଯ୍ୟକ୍ରମ ଆୟୋଜନରେ ଆନୁଷଙ୍ଗିକ ଦାୟିତ୍ୱ ନିର୍ବାହ କରିଥିଲେ। ସହକାରୀ ନିର୍ଦ୍ଦେଶକ କୃଷି ତଥା ଉପ ପ୍ରକଳ୍ପ ନିର୍ଦ୍ଦେଶକ ଆତ୍ମା ବିଶ୍ୱରଞ୍ଜନ ରାଉତ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.