Home ଜିଲ୍ଲା ପରିକ୍ରମା ପି.ଏମ୍‌.ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ମହାନ ଯୋଦ୍ଧା ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ

ପି.ଏମ୍‌.ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ମହାନ ଯୋଦ୍ଧା ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ

70

ଭଦ୍ରକ, ୨୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହାନଯୋଦ୍ଧା ଦେଶଭକ୍ତ କର୍ମବୀର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସୁବାଷଚନ୍ଦ୍ର ବୋଷଙ୍କ ଜୟନ୍ତୀ ଓ ପରାକ୍ରମ ଦିବସ ଭଦ୍ରକ ପି.ଏମ୍‌.ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ପାଳିତ ହୋଇଛି । କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷ ପଦ୍ମାବଦୀ ଦ୍ୱିବେଦୀଙ୍କ ସମେତ ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ର-ଛାତ୍ରୀ ଯୋଗ ଦେଇ ସୁବାଷ ବୋଷଙ୍କ ଜାତୀୟତାବୋଧ, ଦେଶପ୍ରେମ, ସଂଗ୍ରାମମୟ ଜୀବନ ଉପରେ ଗୁରୁତ୍ୱାରୋପ କରି ତାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହେବାକୁ ମତ ରଖିଥିଲେ । ଏଥିରେ ବାଲବାଟିକା ଦ୍ୱାରା ଏକକ ଅଭିନୟ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ପରୀକ୍ଷାପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ପାଇଁ ଭଦ୍ରକ କେନ୍ଦ୍ରୀୟ ବିଦ୍ୟାଳୟରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାର ଚାନ୍ଦିମାଳ ଓ ଜବାହର ନବୋଦୟ ବିଦ୍ୟାଳୟ, ଭଦ୍ରକ, ଯାଜପୁର କେନ୍ଦ୍ରୀୟ ବିଦ୍ୟାଳୟ ସମେତ ୧୦ଟି ବିଦ୍ୟାଳୟର ୧୦୦ ପ୍ରତିଯୋଗୀ ଅଂଶଗ୍ରହଣ କରି ଚିତ୍ରାଙ୍କନ କରିଥିଲେ । କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ପଦ୍ମାବତୀ ଦ୍ୱିବେଦୀ ଚିତ୍ରକଳା ଶିକ୍ଷକ ଅନୀଲ କୁମାର ମହାରଣା, ଶିକ୍ଷାବିତ୍ କିଶୋର ଦାଶ, ରାଜେଶ ଶର୍ମା, ଡଃ ଧରଣୀଧର ପରିଡ଼ାଙ୍କ ସମେତ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଛାତ୍ରଛାତ୍ରୀଙ୍କ ମନରେ ଜାତୀୟତା ଭାବ, ଦେଶପ୍ରେମ ଜାଗ୍ରତ କରିବା ସହିତ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଚାପ ଦୂର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ପରୀକ୍ଷାପେ ଚର୍ଚ୍ଚା’ ଉପରେ ପରାମର୍ଶ ଦେଇଥିଲେ । ଏଥିରେ ଶ୍ରେଷ୍ଠ ୫ ଜଣ ପ୍ରତିଯୋଗୀଙ୍କୁ ପୁରଷ୍କାର, ପ୍ରମାଣପତ୍ର ପ୍ରଦାନ କରାଯିବ ବୋଲି ଜଣା ପଡ଼ିଛି । ପରୀକ୍ଷାପେ ଚର୍ଚ୍ଚା ସମାରୋହରେ ଶିକ୍ଷାବିତ୍ ଚିତ୍ରଶିଳ୍ପି ମନୋଜ ଭଟ୍ଟାଚାର୍ଯ୍ୟ, ଅଶ୍ୱିନୀ ପଣ୍ଡା, ଅନାଦିଚରଣ ଓଝା ପ୍ରମୁଖ ଯୋଗ ଦେଇଥିଲେ । ସୂଚନାଯୋଗ୍ୟ ଅଦ୍ୟାବଧି ୭ ବର୍ଷ ଧରି ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷାପେ ଚର୍ଚ୍ଚା କାର୍ଯ୍ୟକ୍ରମ ଏହି ବିଦ୍ୟାଳୟରେ ଅନୁଷ୍ଠିତ ହୋଇ ଆସୁଅଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.