Home କେନ୍ଦ୍ରାପଡ଼ା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ ଘଟଣାର ନିନ୍ଦା

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ ଘଟଣାର ନିନ୍ଦା

43

କେନ୍ଦ୍ରାପଡା, ୧୯/୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ ଘଟଣାକୁ ଗଭୀର ନିନ୍ଦା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ କୁମାର ମହାନ୍ତି, ରମାକାନ୍ତ ଦାସ, ପ୍ରଫୁଲ୍ଲ କୁମାର ଦାସ ଓ ନଳିନି ବିହାରୀ ମହାନ୍ତି ପ୍ରମୁଖ। ଏକ ମିଳିତ ପ୍ରେସ ବୀବୃତ୍ତିରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ପଟ୍ଟନାୟକଙ୍କ ଉପରେ ହୋଇଥିବା ଯୋଜନାବଦ୍ଧ ଆକ୍ରମଣ ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି। ଏହା ଏକ ବିକୃତ ମାନସିକତା, ଯେଉଁମାନେ ଏଭଳି ଅଭାବନୀୟ ଘଟଣା ଭିଆଇଛନ୍ତି ସେମାନଙ୍କ ଦଳର ନେତାମାନେ ସାଧାରଣରେ କ୍ଷମାଭିକ୍ଷା କରିବା ଆବଶ୍ୟକ। ନଚେତ ଆଗକୁ ଏକ ଖରାପ ପରମ୍ପରା ସୃଷ୍ଟି ହେବାକୁ କେହି ରୋକିପାରିବେନାହିଁ। ସାରା ରାଜ୍ୟରେ ଏହା ବ୍ୟାପିବ ବୋଲି ନେତାମାନେ କହିଛନ୍ତି। ଏହି ଅବସରରେ କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀ ବଳଦେବଜୀଊଙ୍କ ନିକଟରେ ଦୀପଦାନ କରି ନେତାମାନେ ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.