Home ଜିଲ୍ଲା ପରିକ୍ରମା ପିସିସି ସଭାପତିଙ୍କୁ ଆକ୍ରମଣ ଉଦ୍ୟମ ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

ପିସିସି ସଭାପତିଙ୍କୁ ଆକ୍ରମଣ ଉଦ୍ୟମ ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

24

ଭଦ୍ରକ, ୧୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡି ଉପରେ ଗତକାଲି କେନ୍ଦୁଝର ଟାଉନ ଥାନା ନିକଟସ୍ଥ କାଶିପୁର ନିକଟରେ ହୋଇଥିବା ଆକ୍ରମଣ ଉଦ୍ୟମକୁ ପ୍ରତିବାଦ କରି ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ଏସ୍‌ପି ଅଫିସ ଆଗରେ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାସଙ୍କ ନେତୃତ୍ୱରେ କଂଗ୍ରେସ ନେତା, କର୍ମୀମାନେ ଏସପି ଅଫିସ ଆଗରେ ଏକତ୍ର ହୋଇ ବିକ୍ଷୋଭ ପ୍ରଦର୍ଶନ ସହିତ ପ୍ରତିବାଦ ସଭା କରିଥିଲେ । ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭାବେ ବିଗିଡି ସାରିଛି । ନବୀନ ସରକାର ଆଇନଶୃଙ୍ଖଳାକୁ ନିୟନ୍ତ୍ରଣ କରିବାରେ ପୂର୍ଣ୍ଣ ବିଫଳ ହୋଇଛି । ଆଜି ଏମିତି ସମୟ ଆସି ପହଞ୍ଚିଛି ଦୁର୍ବୃର୍ତ୍ତମାନେ ପିସିସି ସଭାପତିଙ୍କୁ ଆକ୍ରମଣ କରିବାକୁ ମଧ୍ୟ ପଛାଉ ନାହାନ୍ତି । ଝିଅବୋହୂ ସୁରକ୍ଷିତ ନୁହଁନ୍ତି । ଚାଷୀ ଆଜି ଧାନ ଗଣ୍ଡେ ସୁଲଭ ମୂଲ୍ୟରେ ବିକ୍ରି କରି ପାରୁନାହିଁ । କଂଗ୍ରେସ ଉପରେ ଆକ୍ରମଣ ହେଲେ କଂଗ୍ରେସ କେବେ ବରଦାସ୍ତ କରିବ ନାହିଁ । ଆବଶ୍ୟକ ହେଲେ ଇଟାର ଜବାବ ପଥରରେ ଦେବାକୁ ପଛାଇବ ନାହିଁ ବୋଲି କଂଗ୍ରେସ ନେତୃବୃନ୍ଦ ବକ୍ତବ୍ୟରେ ବିଷୋଦ୍‌ଗାର କରିଥିଲେ । ଏହି ସଭାରେ ଭଦ୍ରକ ବିଧାନସଭା ନେତା ନଳିନୀକାନ୍ତ ମହାନ୍ତି, ବାସୁଦେବପୁର ନେତା ଅଶୋକ ଦାସ, ଚାନ୍ଦବାଲି ନେତା ଦିଗମ୍ବର ଦାସ, ଧାମନଗର ନେତା ବିଦ୍ୟାଧର ଜେନା, ମହିଳା ନେତ୍ରୀ ସବିତା ଚାନ୍ଦ, ଅବଦୁଲ୍ ମୁକିତ୍ ଖାଁ, ପ୍ରଫୁଲ୍ଲ ସାମଲ, ସେକ୍ ନଇମ୍‌, ପୀତବାସ ଧଳ, ରଜକିଶୋର ସ୍ୱାଇଁ, ରାଜୀବଗାନ୍ଧୀ ପଞ୍ଚାୟତିରାଜ ସଂଗଠନର ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ ଦାସ, ଟାଉନ ସଭାପତି ବିଜୟ ବାରିକ, ଆଶିଷ ରାଉତ, ରାଜକିଶୋର ପଣ୍ଡା, ବୈଲୋଚନ ପଣ୍ଡା, ରବି ରାୟ, ସୁବ୍ରତ ବେହୁରିଆ, ମାଳିରାମ ବେହୁରିଆ ପ୍ରମୁଖ ଯୋଗ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ଏକ ଦାବୀପତ୍ର ରାଜ୍ୟପାଳଙ୍କୁ ଏସପିଙ୍କ ଜରିଆରେ ପ୍ରଦାନ କରାଯାଇଥିଲା । ଏହି ଅବସରରେ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳା ଦାହ କରାଯାଇଥିôଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.