Home ଜିଲ୍ଲା ପରିକ୍ରମା ପିସିସି ପ୍ରଭାରୀ ଡିଏ ଚେଲ୍ଲାକୁମାରଙ୍କୁ ଭଣ୍ଡାରିପୋଖରୀରେ ସମ୍ବର୍ଦ୍ଧନା

ପିସିସି ପ୍ରଭାରୀ ଡିଏ ଚେଲ୍ଲାକୁମାରଙ୍କୁ ଭଣ୍ଡାରିପୋଖରୀରେ ସମ୍ବର୍ଦ୍ଧନା

68

ଭଦ୍ରକ, ୧୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀର ନେତା ସୁବ୍ରତ ଦାସଙ୍କ ନେତୃତ୍ୱରେ ଦଳର ସ୍ଥାନୀୟ କାର୍ଯ୍ୟାଳୟ ରାଜୀବ ଭବନ ପରିସରରେ ପ୍ରଦେଶ କଂଗ୍ରେସ କମିଟିର ନବନିଯୁକ୍ତ ଓଡିଶା ପ୍ରଭାରୀ ଡଏ ଚେଲ୍ଲାକୁମାରଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଚେଲ୍ଲାକୁମାରଙ୍କ ବାଲେଶ୍ୱର ଗସ୍ତ ଅବସରରେ ଭଣ୍ଡାରିପୋଖରୀ ଠାରେ ଦଳୀୟ କର୍ମୀମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସମ୍ବର୍ଦ୍ଧନାର ଉତ୍ତର ଦେବାକୁ ଯାଇ ଚେଲ୍ଲାକୁମାର କଂଗ୍ରେସ ସଙ୍ଗଠନକୁ ଶକ୍ତିଶାଳୀ କରି କେନ୍ଦ୍ର ଓ ରାଜ୍ୟ ସରକ୍‌ାରଙ୍କୁ କ୍ଷମତାଚ୍ୟୁତ କରିବାକୁ ଦଳୀୟ କର୍ମୀମାନେ ଐକ୍ୟବଦ୍ଧ ହୋଇ କାମ କରିବାକୁ ଆହ୍ୱାନ ଦେଇଛନ୍ତି । ଏହା ସହ କଂଗ୍ରେସ ସଙ୍ଗଠନକୁ ମଜଭୁତ କରିବାକୁ କର୍ମୀ ଓ ନେତାମାନଙ୍କୁ ଆହ୍ୱାନ ଦେଇଥିଲେ । ଚେଲ୍ଲାକୁମାରଙ୍କ ସହ ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ସାଂସଦ ସପ୍ତଗିରି ଉଲାକା, ବିଧାୟକ ତାରାପ୍ରସାଦ ବାହିନୀପତି ପ୍ରମୁଖଙ୍କୁ ମଧ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଦଳୀୟ କର୍ମୀମାନେ୧୬ ନଂ ଜାତୟ ରାଜପଥରୁ ହନୁମାନ ମନ୍ଦିର ଛକରୁ ନେତୃବୃନ୍ଦଙ୍କୁ ଦଳୀୟ କାର୍ଯ୍ୟାଳୟକୁ ପାଛୋଟି ନେଇଥିଲେ । ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତା ଶ୍ରୀ ଦାସଙ୍କ ସମେତ ପଞ୍ଚାୟତ ସମିତି ଅଧ୍ୟକ୍ଷା ମଞ୍ଜୁଶ୍ରୀ ବେହେରା, ପୂର୍ବତନ ଅଧ୍ୟକ୍ଷ ପିତାମ୍ବର ନାୟକ, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ସବିତା ଚନ୍ଦ, ଗୋଲକ ଚନ୍ଦ୍ର ବେହେରା, ବ୍ଲକ କଂଗ୍ରେସ ସଭାପତି ରଜନୀକାନ୍ତ ଚନ୍ଦ, ବନ୍ତ ବ୍ଲକ ସଭାପତି ରାଜକିଶୋର ସ୍ୱାଇଁ, ସମିତି ସଦସ୍ୟା ଝୁଲଣ ଭାରତୀ, ଖଗେଶ୍ୱର ଜେନା, ଚନ୍ଦ୍ରଶେଖର ଜେନା, ସରପଞ୍ଚ ବିଜୟ ଶଙ୍କର ମହାନ୍ତି, ମନୋଜ କୁମାର ନାୟକ, ପ୍ରଶାନ୍ତ କୁମାର ସାହୁ, ସୁବାସ କାଣ୍ଡି, ବେବି ଜେନା, ପୂର୍ବତନ ସରପଞ୍ଚ ଧରିତ୍ରୀ ଜେନା, ପ୍ରଭାତ ନଳିନୀ ପଣ୍ଡା, କୃଷକ ସେଲ ସଭାପତି ନଟବର ରାଉଳ, ତପସ୍ୱନୀ ବେହେରା, ଅକ୍ଷୟ ତ୍ରିପାଠୀ, ସୁବାସଦାସ ଅଧିକାରୀ, ଗଣେଶ ଭାରତୀ, ଲଳିତ ବେହୁରିଆ, ଜୟନ୍ତୀ ବେହେରା, କୈଳାସ ଜେନା, ମାଗିରାମ ବେହୁରିଆ, ପ୍ରଦ୍ୟୁମ୍ନ ଦାସ, ମଦନ ଦାସ, ପ୍ରିୟନାଥ ନାୟକ, ଶଙ୍କର୍ଷଣ କୁଣ୍ଡୁ, ବାବୁଲି ଅଧିକାରୀ, ମହେଶ୍ୱର ଦାସ, ବିକ୍ରମ ସୋପତି, ବଣ୍ଟି ମହାପାତ୍ର, ଦାମୋଦର ରାଉଳ, ମମତା ନାୟକ, ନିରଞ୍ଜନ ମଲ୍ଲିକ ପ୍ରମୁଖ କଂଗ୍ରେସ ନେତୃବୃନ୍ଦଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.