Home ଜିଲ୍ଲା ପରିକ୍ରମା ପିଶାଚ ଟ୍ରକ୍ ଡ୍ରାଇଭର ରାତିଅଧରେ ଅସହାୟ ପାଗିଳିକୁ କଲା ଅପହରଣ

ପିଶାଚ ଟ୍ରକ୍ ଡ୍ରାଇଭର ରାତିଅଧରେ ଅସହାୟ ପାଗିଳିକୁ କଲା ଅପହରଣ

24

ଭଦ୍ରକ, ୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରାଂଚଳ ଥାନା ଅଧିନସ୍ଥ ଚରମ୍ପାରେ ଗତ ଦୁଇ ଦିନତଳେ ଘଟିଥିବା ଜଣେ ପାଗିଳି ଅପହରଣ ଘଟଣାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମନୋଜ ରାଉତ ଚରମ୍ପା ଓ ଟୋଲ୍ ଗେଟ୍ ସିସି ଟିଭି ଆଧାରରେ ଦୁଇଟି ଟ୍ରକକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛନ୍ତି। ଚରମ୍ପା ଅଂଚଳର ଏହି ପାଗିଳି ଟି ୧୬ନମ୍ବର ଜାତୀୟ ରାଜପଥ ପାର୍ଶ୍ୱ ରିଜର୍ଭ ପୋଲିସ କ୍ୟାମ୍ପସ ନିକଟ ଏକ ଘର ବାରଣ୍ଡାରେ ରହୁଥୁବା ବେଳେ ଏକ ଟ୍ରକରେ ଥିବା ଅପରାଧିମାନେ ଗତ ବୁଧବାର ଅର୍ଥାତ ୧ ତାରିଖ ବିଳମ୍ବିତ ରାତିରେ ରାସ୍ତା ପାର୍ଶ୍ୱ ରୁ ବଳପୂର୍ବକ ଅପହରଣ କରିନେଇଛନ୍ତି। ଯାହାର ଭିଡିଓ ନିକଟସ୍ଥ ସିସି ଟିଭିରେ କଏଦ ହୋଇଛି। ଅପରାଧିମାନେ ଯେଉଁ ମନ୍ଦ ଉଦ୍ଦେଶ୍ୟ ରଖି ଅପହରଣ କରିଛନ୍ତି,ତାହାକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଘଟଣାର ୪୮ ଘଂଟା ପରେ ଏବେ ସେହି ମହିଳା କେଉଁଠି ଓ କେଉଁ ଅବସ୍ଥାରେ ଅଛି, ତାହା ଅଜଣା ରହିଛି।ତେବେ ଘର ସମ୍ପୃକ୍ତ ଗୃହ କର୍ତାଙ୍କ ସୂଚନା ଆଧାରରେ ପୋଲିସ ନିଜ ପକ୍ଷରୁ ଏତଲା ଦେଇ ବିଭିନ୍ନ ଟୋଲ ଗେଟରେ ସମସ୍ତ ଗାଡ଼ିର ସିସିଟିଭି ଚେକିଂ କରିବା ସହ ୨ଟି ଗାଡ଼ିକୁ ସନ୍ଦେହରେ ଅଟକ ରଖି ପଚରା ଉଚରା କରୁଛି । ବିଶେଷ କରି ଭଦ୍ରକ ଏସପି ମନୋଜ ରାଉତ ଏହି ସମ୍ବେଦନଶୀଳ ଘଟଣାକୁ ଗୁରୁତର ସହ ନେଇ ପ୍ରତ୍ୟକ୍ଷ ତ୍ୱତାବଧାନରେ ପଡୋଶୀ ଜିଲ୍ଲା ପୋଲିସ ସହାୟତାରେ ଛାନବିନ ଆରମ୍ଭ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.