Home ଜିଲ୍ଲା ପରିକ୍ରମା ପିଲାଚୋର ସନ୍ଦେହରେ ଯୁବକକୁ ଖୁଣ୍ଟରେ ବାନ୍ଧି ମାଡ

ପିଲାଚୋର ସନ୍ଦେହରେ ଯୁବକକୁ ଖୁଣ୍ଟରେ ବାନ୍ଧି ମାଡ

51

ଭଦ୍ରକ, ୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ପିଲାଚୋର ସନ୍ଦେହରେ ଜଣେ ଯୁବକଙ୍କୁ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ମାଡ ମାରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଶେଷରେ ସହରାଞ୍ଚଳ ଥାନା ପୁଲିସ୍ ଉକ୍ତ ଯୁବକକୁ ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଉଦ୍ଧାର କରିଛି । ଏଭଳି ଏକ ଘଟଣା ଘଟିଛି ଭଦ୍ରକ ସହରାଞ୍ଚଳ ଥାନା ଅଧୀନସ୍ଥ ଛପୁଲିଆ ନିକଟରେ । ଯୁବକ ଜଣକ ଏଠାରେ ସନ୍ଦେହଜନକ ଅବସ୍ଥାରେ ବୁଲୁଥିବାବେଳେ ତାର ଭାଷା କେହି ବୁଝିପାରିନଥିଲେ । କିଛି ଲୋକ ତାକୁ ପିଲାଚୋର ସନ୍ଦେହରେ ଅଟକାଇବା ମଧ୍ୟରେ ସେ ଧରିଥିବା ବ୍ୟାଗ୍ ମଧ୍ୟରୁ ଲୁହାରଡ୍ ସହ କିଛି ଲୁହା ମାରଣାସ୍ତ୍ର ମିଳିଥିଲା । ଫଳରେ ସାଧାରଣ ଲୋକେ ତାକୁ ମାଡ ମାରିବା ସହ ପାଖରେ ଥିବା ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ପକାଇଥିଲେ । ପରେ ଲୋକଙ୍କର ପ୍ରବଳ ଭିଡ ଜମିବା ମଧ୍ୟରେ ଖବର ପାଇ ସହରାଞ୍ଚଳ ଥାନା ପୁଲିସ୍ ଘଟଣାସ୍ଥଳରୁ ଯୁବକ ଜଣକୁ ଖୁଣ୍ଟରୁ ଖୋଲି ଥାନାକୁ ଆଣି ଅଧିକ ପଚରାଉଚୁରା କରିଛି । ତେବେ ପ୍ରାଥମିକ ତଦନ୍ତରେ ଯୁବକ ଜଣକର ମସ୍ତିଷ୍କ ବିକୃତ ଥିବା ବିଷୟ ପୁଲିସ୍ ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.