Home ଜିଲ୍ଲା ପରିକ୍ରମା ପିପୁଲସ୍ ୱେଲଫେୟାର ସଜେସନ ଫୋରମ୍‌ର ବାର୍ଷିକ ଉତ୍ସବ

ପିପୁଲସ୍ ୱେଲଫେୟାର ସଜେସନ ଫୋରମ୍‌ର ବାର୍ଷିକ ଉତ୍ସବ

17
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୨୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକସ୍ଥିତ ବାଉଦପୁର ଠାରେ ପିପୁଲସ୍ ୱେଲଫେୟାର ସଜେସନ ଫୋରମ୍‌ର ବାର୍ଷିକ ଉତ୍ସବ ତାର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଡଃ ନନ୍ଦନନ୍ଦନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ‘ଓଡ଼ିଶାର ଉନ୍ନତି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି’ ଶୀର୍ଷକ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ଡ. ସୁଦର୍ଶନ ପଟ୍ଟନାୟକ ଓ ମୁଖ୍ୟବକ୍ତା ଭାବେ ରବିନାରାୟଣ ମିଶ୍ର ଯୋଗଦେଇ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋକପାତ କରିଥିଲେ। ଭାରତ ସ୍ୱାଧୀନତା ପାଇବାର ୭୫ ବର୍ଷ ଉର୍ଦ୍ଧ୍ୱ ହୋଇଥିଲେ ମଧ୍ୟ ଓଡ଼ିଶାରେ ବିପୁଳ ସଂପତି ଥାଇ ଏହା ଗରିବ ରାଜ୍ୟ ଭାବେ ପରିଚିତ ହୋଇଆସୁଛି। ଏହାର ସଠିକ୍ ଉପଯୋଗ ହୋଇଥିଲେ ଏହି ରାଜ୍ୟ ୧୦ ବର୍ଷରେ ଏକ ଉନ୍ନତ ରାଜ୍ୟ ଭାବେ ପ୍ରତିଷ୍ଠିତ ହୋଇପାରିଥାଆନ୍ତା। ସରକାର କହିଲେ ବିଭାଗୀୟ ମନ୍ତ୍ରୀ ଓ ତାଙ୍କ ସହଯୋଗୀ ଅଧିକାରୀଙ୍କୁ ବୁଝାଏ। ତେଣୁ ସେମାନଙ୍କର ସଚ୍ଚୋଟତା, ନିଷ୍ଠାପରତା, କର୍ମଦକ୍ଷତା ଉପରେ ରାଜ୍ୟର ଉନ୍ନତି ସମ୍ଭବ ହୁଏ। ତେଣୁ ଏଭଳି ଚରିତ୍ରବାନ ବ୍ୟକ୍ତିବିଶେଷଙ୍କୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନିୟୋଜନ କଲେ ରାଜ୍ୟ ଓ ଦେଶର ଉନ୍ନତି ହୋଇପାରିବ। ଏ ଦିଗରେ ରାଜ୍ୟର ଉନ୍ନତି ଓ ଅବନତି ପାଇଁ ସରକାରଙ୍କୁ ଦାୟୀ କରାଯାଇଥାଏ ବୋଲି ବକ୍ତାମାନେ ନିଜ ବକ୍ତବ୍ୟରେ କହିଥିଲେ। ତେବେ ଗରିବ ବିହୀନ ଓଡ଼ିଶା, ଚିଟ୍‌ଫଣ୍ଡ ଗୁଡିକର ସମାଧାନ, ଚାଷୀ ମୃତ୍ୟୁହାର ରୋକିବା ପ୍ରଣାଳୀ, ସବୁଜ ଓଡ଼ିଶା ଗଠନ, ପାଠ୍ୟକ୍ରମରେ ବାଧ୍ୟତାମୂଳକ ନୈତିକ ଶିକ୍ଷା, ବନ୍ୟ ପଶୁ ଓ ମଣିଷର ନିରାପଦ ଉପାୟ, ଜମିର ଉତମ ଉପଯୋଗିତା, ଓଭରଡ୍ରାଫ୍ଟ ରୋକିବା, ବାଧ୍ୟତାମୂଳକ ବିବାହ ପଂଜିକରଣ, ରାଜ୍ୟରେ ବନ୍ୟା ଓ ବାତ୍ୟାରୁ ରକ୍ଷା ପାଇବା ଉପାୟ, ପାଶ୍ଚାତ୍ୟ ଦେଶକୁ ଜମି ଦେବାରେ ସତକର୍ତା, ସରକାରୀ ଡାକ୍ତରଙ୍କ ଅଭାବର ନିରାକରଣ ଭଳି ବିଭିନ୍ନ ପ୍ରସ୍ତାବ ସଂପର୍କରେ ଡ. ଦାସ ନିଜର ମତାମତ ଦେଇଥିଲେ। ଡ. ଦାସ ଆହୁରି ମଧ୍ୟ ଦର୍ଶାଇଥିଲେ ଯେ ପ୍ରତ୍ୟେକ ବିଭାଗରେ ୧୦ ବର୍ଷ ସମୟରେ ସଂପୂର୍ଣ୍ଣ ଉନ୍ନତି ଆଣିବା ଭଳି ଯୋଜନା ପ୍ରସ୍ତୁତ କରି ତାହାର ସମାପ୍ତିର ସଠିକ୍ ପଦକ୍ଷେପ ନେଲେ ବେକାରୀ ସମସ୍ୟା ଦୂରୀକରଣ ସହିତ ରାଜ୍ୟରେ ପ୍ରଚୁର ସମ୍ବଳ ସୃଷ୍ଟି ହୋଇ ଏକ ଉନ୍ନତ ରାଜ୍ୟ ଗଠନ ସମ୍ଭବ ହୋଇପାରିବ। ଏଭଳି ପ୍ରସ୍ତାବ କେବଳ ଓଡ଼ିଶା ପାଇଁ ନୁହେଁ ସବୁ ରାଜ୍ୟ ଓ ଦେଶ ପାଇଁ ମଧ୍ୟ ପ୍ରଯୁଜ୍ୟ। ତେବେ ଏ ଦିଗରେ ଉଚିତ୍ ପଦକ୍ଷେପ ପାଇଁ ଗଣମାଧ୍ୟମ ପ୍ରତିନିଧି ଓ ଜନସାଧାରଣ ସଜାଗ ରହିବା ଜରୁରୀ ବୋଲି ଡ. ଦାସ ନିଜ ବକ୍ତବ୍ୟରେ କହିଥିଲେ। ଏବଂ ଏ ସଂପର୍କିତ ପ୍ରସ୍ତାବମାନ ଇମେଲ୍ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପଠାଇଛନ୍ତି। ଆଜିର ଏହି କାର୍ଯ୍ୟକ୍ରମକୁ ଇଂ କମଳାକାନ୍ତ ବେହେରା, ଇଂ ଅମ୍ବିକା ବଲ୍ଲଭ ସ୍ୱାଇଁ, ପୂର୍ଣ୍ଣିମା ମିତ୍ର, ଶ୍ରୀନନ୍ଦନ ଦାସ, ଡ. କୃଷ୍ଣମୋହନ ସ୍ୱାଇଁ, ଡ. ସଚ୍ଚିଦାନନ୍ଦ ଦାସ, ପ୍ରଣବ ଦାସ, ନମିତା ପାଣ୍ଡେ, ଲାଲମୋହନ ମୁର୍ମୁ, ଅନନ୍ତ ପଣ୍ଡା, ଶୋଭା ଦାସ, ଅକ୍ଷୟ ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.