Home ଓଡ଼ିଶା ପିପିଲି ବିଧାନସଭା ଉପ ନିର୍ବାଚନ ପ୍ରସ୍ତୁତି

ପିପିଲି ବିଧାନସଭା ଉପ ନିର୍ବାଚନ ପ୍ରସ୍ତୁତି

41

ପୁରୀ ୨୭.୦୯ (ଓଡ଼ିଆ ପୁଅ) – ପିପିଲି ବିଧାନସଭା ଉପ-ନିର୍ବାଚନର ମତଦାନ ନିମନ୍ତେ ପୋଲିଂ ପାର୍ଟି ବୁଥ ଅଭିମୁଖେ ଆସନ୍ତକାଲି ଯାତ୍ରା କରିବେ। ମୋଟ ତିନୋଟି ପର୍ଯ୍ୟାୟରେ ସକାଳ ୬ ଘଟିକାରୁ ୧୦ ଘଟିକା, ୧୦ ରୁ ଅପରାହ୍ନ ୧ ଘଟିକା ଏବଂ ଅପରାହ୍ନ ୧ ରୁ ୪ ଘଟିକା ମଧ୍ୟରେ ପୋଲିଂ ପାର୍ଟିଙ୍କୁ ପଠାଯିବ। ୧୦ଟି କାଉଣ୍ଟର ବ୍ୟବସ୍ଥା କରାଯିବା ସହ ଇଭିଏମ୍ ଓ ଅନ୍ୟାନ୍ୟ ସାମଗ୍ରୀ ଗ୍ରହଣ ନିମନ୍ତେ ସିଙ୍ଗଲ ୱିଣ୍ତୋ ବ୍ୟବସ୍ଥା କରାଯାଇଛି। କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି। ମୋଟ ୩୪୮ଟି ବୁଥ ମଧ୍ୟରୁ ୧୦୨ଟି ଅତି ସମ୍ବେଦନଶୀଳ ଓ ୭୩ଟି ସମ୍ବେଦନଶୀଳ ମୋଟ ୧୭୫ଟି ବୁଥରେ ୱେବକାଷ୍ଟିଂ, ୨୩ଟିରେ ମାଇକ୍ରୋ ପର୍ଯ୍ୟବେକ୍ଷକ ଅବସ୍ଥାପିତ କରାଯିବା ସହ ୧୨ଟି ବୁଥରେ ଭିଡିଓ ଉତ୍ତୋଳନ କରାଯିବ। ଏତଦ୍ ବ୍ୟତୀତ ୨୦ ଟି ଆଦର୍ଶ ମତଦାନ କେନ୍ଦ୍ର ମଧ୍ୟ ରହିଛି। ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ସମସ୍ତ ବ୍ୟବସ୍ଥାର ଶେଷ ପର୍ଯ୍ୟାୟ ଯାଞ୍ଚ କରିଛନ୍ତି। ଉପ ନିର୍ବାଚନ ନିମନ୍ତେ ପ୍ରାୟ ଦୁଇ ହଜାର ପୋଲିଂ ଅଧିକାରୀ ଓ କର୍ମଚାରୀ ନିୟୋଜିତ ଓ ୫୦୦ଟି ଗାଡି ମୁତୟନ କରାଯାଇଛି। ପ୍ରତି ପୋଲିଂ ପାର୍ଟିରେ ସୁରକ୍ଷା କର୍ମୀଙ୍କୁ ମିଶାଇ ୫ ଜଣ ରହିବେ। ପ୍ରାୟ ୭୦ ଟି ରିଜର୍ଭ ପୋଲିଂ ପାର୍ଟି ରଖାଯାଇଛି। ସେହିଭଳି ୧୯୮୩ ସୁରକ୍ଷା କର୍ମୀ ମୁତୟନ ସହ ୩୨ଟି ମୋବାଇଲ ଟିମ ନିୟୋଜିତ ହେବେ। ପିପିଲି ଓ ଡେଲାଙ୍ଗ ଅଞ୍ଚଳରେ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ଓ ପୋଲିସ ପକ୍ଷରୁ ନିୟମିତ ଫ୍ଲାଗ ମାର୍ଚ୍ଚ କରାଯାଉଥିବା ନେଇ ଆରକ୍ଷୀ ଅଧିକ୍ଷକ ଡଃ କନୱାର ବିଶାଲ ସିଂ ସୂଚନା ଦେଇଛନ୍ତି। ଆଜି ସନ୍ଧ୍ୟାରେ ନିର୍ବାଚନ ପ୍ରଚାର ଶେଷ ହୋଇଛି। ମୋଟାମୋଟି ଭାବେ ପ୍ରଚାର କାର୍ଯ୍ୟ ଶାନ୍ତିପୂର୍ଣ୍ଣ ରହିଛି। ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ସୁଶିଲ କୁମାର ଲୋହାନୀ ଆଜି ପୂର୍ବାହ୍ନରେ ଭିଡିଓ କନଫରେନ୍ସ ମାଧ୍ୟମରେ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକଙ୍କ ସମେତ ବରିଷ୍ଠ ଅଧିକାରୀ ମାନଙ୍କ ସହ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବା ସହ ବ୍ୟବସ୍ଥା ନେଇ ଖୁସିବ୍ୟକ୍ତ କରିଛନ୍ତି। ମୋଟ ୨ ଲକ୍ଷ ୨୯ ହଜାର ୯୯୮ ଜଣ ମତଦାତା ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଶ୍ରୀ ସୁଭାଷ ଚନ୍ଦ୍ର ନାଥଶର୍ମା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଜ୍ୟୋତି ଶଙ୍କର ମହାପାତ୍ର, ନିର୍ବାଚନ ଡେପୁଟି କଲେକ୍ଟର ଶ୍ରୀ ଜିତେନ୍ଦ୍ର କୁମାର ପାତ୍ର, ଶ୍ରୀ ସୁମନ୍ତ କର, ତହସିଲଦାର ଓ ବିଡିଓ, ନୋଡାଲ ଅଫିସର ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.