Home Top News ପିପିଲିବାସୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ପିପିଲିବାସୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

68

ଭୁବନେଶ୍ୱର ୩ -୧୦ (ଓଡ଼ିଆ ପୁଅ) ପିପିଲି ଉପନିର୍ବାଚନରେ ବିଜୟୀ ହୋଇଛନ୍ତି ବିଜେଡ଼ି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ। ସେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ହରାଇଛନ୍ତି। ପିପିଲିରେ ବିଜେଡିର ବିଜୟ ପରେ ଟୁଇଟ କରି ପିପିଲିବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ନବୀନ ପଟ୍ଟନାୟକ ଟୁଇଟ୍‌ କରି ଲେଖିଛନ୍ତି, ବିଧାନସଭା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କୁ ବିପୁଳ ଜନସମର୍ଥନ ମିଳିଥିବାରୁ ପିପିଲିବାସୀଙ୍କୁ ଆନ୍ତରିକ ଧନ୍ୟବାଦ। ଏହାସହ ଦଳର ସମସ୍ତ କର୍ମୀ ଓ ନେତୃବୃନ୍ଦଙ୍କୁ ମୋର ଶୁଭେଚ୍ଛା। ବିଜେଡି ଆପଣଙ୍କ ଦଳ, ଆପଣମାନଙ୍କ ସେବାରେ ଆମେ ସର୍ବଦା ସମର୍ପିତ।

ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କଠାରୁ ୨୦,୬୨୨ ଭୋଟରେ ଆଗୁଆ ରହି ବାଜି ଜିତିଛନ୍ତି ରୁଦ୍ର ମହାରଥୀ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.