Home ଓଡ଼ିଶା ପିତାଙ୍କ ଔଷଧ ଆଣିବାକୁ ଯାଇ ଏସିଡ୍ ମାଡରେ ଗୁରୁତର ଯୁବକକୁ କଟକ ସ୍ଥାନାନ୍ତର

ପିତାଙ୍କ ଔଷଧ ଆଣିବାକୁ ଯାଇ ଏସିଡ୍ ମାଡରେ ଗୁରୁତର ଯୁବକକୁ କଟକ ସ୍ଥାନାନ୍ତର

44

ଭଦ୍ରକ, ୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜମିବାଡି ଓ ମଦ ବିକ୍ରିକୁ ବିରୋଧ କରିବା ଭଳି ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକ ଅଧା ରାସ୍ତାରେ ଏସ୍‌ଡି ମାଡ ଦ୍ୱାରା ଗୁରୁତର ହୋଇ ପ୍ରଥମେ ଭଦ୍ରକ ଓ ପରେ କଟକ ସ୍ଥାନାନ୍ତର ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ପ୍ରାପ୍ତ ଖବର ଅନୁଯାୟୀ ଗତକାଲି ରାତିରେ ଭଦ୍ରକ ଜିଲା ବନ୍ତ ଥାନା ଅଧୀନସ୍ଥ ସିଲନ୍ଦି ଗ୍ରାମନିବାସୀ ପାର୍ଥସାରଥୀ ଜେନା ନାମକ ଜଣେ ଯୁବକ ଅସୁସ୍ଥ ଥିବା ତାଙ୍କ ପିତାଙ୍କ ପାଇଁ ଔଷଧ ଆଣିବାକୁ ସ୍ଥାନୀୟ ଛେନାପଦୀ ବଜାରକୁ ଯାଉଥିଲେ। କିନ୍ତୁ ରାସ୍ତା ମଝିରେ କିଛି ଅସାମାଜିକ ବ୍ୟକ୍ତି ତାଙ୍କୁ ଅପହରଣ କରି ଏକ ସ୍ଥାନକୁ ନେଇଯିବା ପରେ ତାଙ୍କ ଉପରକୁ ଏସିଡ୍ ମାଡ କରିଥିଲେ। ପାର୍ଥସାରଥୀ ଜୀବନ ବିକଳରେ ସେଠାରୁ କୌଶଳ କ୍ରମେ ପଳାୟନ କରି ଏକ ସ୍ଥାନରେ ଲୁଚି ରହି ପରିବାର ଲୋକଙ୍କୁ ଜଣାଇଥିଲେ। ଫଳରେ ସ୍ଥାନୀୟ ଲୋକେ ଓ ପରିବାର ସେଠାରେ ପହଞ୍ôଚ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.