ପୁରୀ, ୨୩-୧୨ (ଓଡ଼ିଆ ପୁଅ) ପୁରୀ ସହରରେ ଆଖପାଖ ଅଞ୍ଚଳରେ ଥିବା ପିକନିକ୍ ସ୍ପଟ୍ ଗୁଡ଼ିକରେ ମଧ୍ୟ ପର୍ଯ୍ୟଟକ ସମାଗମ ବୃଦ୍ଧି ପାଉଛି। ବିଶେଷ ଭାବରେ ବାଲି ହରଚଣ୍ଡୀ, ରାମଚଣ୍ଡୀ ଓ କୋଣାର୍କ ଅଞ୍ଚଳରେ ପ୍ରବଳ ଭିଡ଼ ଦେଖା ଯାଉଛି। ବଣ ଭୋଜି କରିବା ନିମନ୍ତେ ସହର ରବିଭିନ୍ନ ପ୍ରାନ୍ତରୁ ଛାତ୍ରଛାତ୍ରୀ ଏବଂ ପର୍ଯ୍ୟଟକମାନଙ୍କର ଆଗମନ ବୃଦ୍ଧି ପାଉଛି।