Home ଜିଲ୍ଲା ପରିକ୍ରମା ପିଏମଶ୍ରୀ ବିଦ୍ୟାଳୟରେ କ୍ରୀଡା ପ୍ରତିଯୋଗିତା

ପିଏମଶ୍ରୀ ବିଦ୍ୟାଳୟରେ କ୍ରୀଡା ପ୍ରତିଯୋଗିତା

4

ଭଦ୍ରକ, ୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ପିଏମଶ୍ରୀ ରହଣିଆ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଆଜି ବାର୍ଷିକ କ୍ରୀଡା ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ପ୍ରଧାନ ଶିକ୍ଷକ ଦେବଦତ ଜେନା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମକୁ ସ୍ଥାନୀୟ ସରପଂଚ ରଞ୍ଜନ କୁମାର ପରିଡ଼ା ଉଦଘାଟନ କରିଥିଲେ। ଏଥିରେ ମୁଖ୍ୟ ବକ୍ତା ଭାବେ ଶିକ୍ଷକ ଜିତେନ୍ଦ୍ର କୁମାର ସାହୁ,ସମ୍ମାନିତ ଅତିଥି ଭାବେ ପଂଚସଖା ଶିକ୍ଷା ସେତୁ ସଭାପତି ସନ୍ତୋଷ କୁମାର ଦାସ, ମୋ ସ୍କୁଲ ଆଲୁମିନା କମିଟି ସଭାପତି ରଞ୍ଜନ କୁମାର ୍େୱହୁରିଆ, ଉପସଭାପତି କରୁଣାକର ତରାଇ, ହରେକୃଷ୍ଣ ଦାସ, ଅନୂସୟା ୍ୱାରିକ ପ୍ରମୁଖ ଯୋଗ ଦେଇ ଶିକ୍ଷା ସହିତ କ୍ରୀଡା ଅଙ୍ଗାଙ୍ଗୀ ଭାବେ ଜଡ଼ିତ ବୋଲି ମତବ୍ୟକ୍ତ କରିଥିଲେ। ଶିକ୍ଷୟତ୍ରୀ ସ୍ମୃତି ରେଖା ନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ପ୍ରଶାନ୍ତ କୁମାର ଜେନା ସ୍ୱାଗତ ଭାଷଣ ଓ ଶିକ୍ଷୟତ୍ରୀ ଇତିଶ୍ରୀ ନିବେଦିତା ସାହା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାର ଅଂଶଗ୍ରହଣ କରି କୃତିତ୍ୱ ଲଭିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମକୁ ଶିକ୍ଷକ ତାପସ କୁମାର ପଣ୍ଡା, ପ୍ରିୟବ୍ରତ ବାରିକ, ପ୍ରଭାତ କୁମାର ଦାସ, ସରୋଜ କୁମାର ସାହୁ, ପୂଣ୍ଣିମା ଧଳ, ନିର୍ମଳ କୁମାର ଧଳ, ସଂଯୁକ୍ତା ଦାସ, ବିଦ୍ୟା ଲକ୍ଷ୍ମୀ ସାହୁ, ଭୀମଚରଣ ଟୁଡୁ, ବନିତା ପରିଡା, ଜୟନ୍ତ କୁମାର ପ୍ରଧାନ, ଭକ୍ତି ପ୍ରସାଦ ମିଶ୍ର, ପତିତପାବନ ବଳ, ସୁପ୍ରିୟା ରାଉତ ପ୍ରମୁଖ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.