Home ଜିଲ୍ଲା ପରିକ୍ରମା ପିଏମଶ୍ରୀ ନୋଡ଼ାଲ ଉଚ୍ଚବିଦ୍ୟାଳୟ ଶହୀଦନଗର ଠାରେ ମହାସମାରୋହରେ ପାଳନ ହେଲା ବାର୍ଷିକ ଉତ୍ସବ

ପିଏମଶ୍ରୀ ନୋଡ଼ାଲ ଉଚ୍ଚବିଦ୍ୟାଳୟ ଶହୀଦନଗର ଠାରେ ମହାସମାରୋହରେ ପାଳନ ହେଲା ବାର୍ଷିକ ଉତ୍ସବ

7

ଭଦ୍ରକ, ୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -୧୯୫୯ ମସିହାରେ ସ୍ୱର୍ଗତ ସର୍ଦ୍ଦାର ମୁରଲୀଧର ପଣ୍ଡାଙ୍କ ନେତୃତ୍ୱରେ ହୋଇଥିବା ଶହୀଦନଗର ଉଚ୍ଚବିଦ୍ୟାଳୟରେ ମହାସମାରୋହରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ରହି ବହୁ ପୂରାତନ ବିଦ୍ୟାଳୟ ବିସୟରେ ଆଲୋକପାତ କରିବାସହ ପିଲାମାନଙ୍କୁ ଭଲ ମଣିଷ ହେବାପାଇଁ ବହୁ ମୁଲ୍ୟବାନ ମତ ବ୍ୟକ୍ତ କରିଥିଲେ। ଏହିଅବସରରେ ପ୍ରଧାନ ଶିକ୍ଷତ୍ର ପ୍ରିୟତମା ପାଣିଗ୍ରାହୀ ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥି ରୂପେ କଟସାହି ପଂଚାୟତର ପୂର୍ବତନ ସରପଂଚ ରଘୁନାଥ ଲେଙ୍କା ଉପସ୍ଥିତ ରହି ପିଲାମାନଙ୍କୁ ତାଙ୍କ ପଢ଼ିବା ସମୟରେ ସ୍କୁଲର ଅବସ୍ଥା ବିସୟରେ ଆଲୋକପାତ କରିଥିଲେ । ଏବଂ ପିଲାମାନେ କିପରି ଭଲ ମଣିଷ ହୋଇପାରିବେ ସେବିସୟରେ ହିତ ଉପଦେଶ ଦେଇଥିଲେ। ଏହି ଅବସରରେ ଉପସ୍ଥିତ ଥିଲେ ଧୁଷୁରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ହୋତା ସମ୍ମାନିତ ଅତିଥି ଭାବେ ପ୍ରଭାତ କୁମାର ଖିଲାର, ସତ୍ୟପ୍ରିୟ ପାଣିଗ୍ରାହୀ, ସତ୍ୟସୁନ୍ଦର ପରିଡ଼ା ଏ ବିଓ ଧାମନଗ ,ସସ୍ମିତା ପାତ୍ର,ଭିମସେନ ପଣ୍ଡା, ସିଆର ସି ସି ଦେବେନ୍ଦ୍ର କୁମାର କବି, ସତ୍ୟନାରାୟଣ ପଣ୍ଡା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲାବେଳେ ନୀବେଦିତା ନାୟକ ବାର୍ଷିକ ଉତ୍ସବରେ ବିବରଣୀ ପାଠ କରିଥିଲେ। ଅକ୍ଷୟ କୁମାର ଦାସ ସଭା ସେସରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ସମସ୍ତ କୃତି ଛାତ୍ରଛାତ୍ରୀ ମାନଙ୍କୁ ଟ୍ରଫି ପ୍ରଦାନ କରିବାସହ ମାନପତ୍ର ପ୍ରଦାନ କରାଯାଇଥିଲା। ଏଥିସହ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.