Home ଜିଲ୍ଲା ପରିକ୍ରମା ପିଏମଶ୍ରୀ କ୍ଷେତ୍ରବାସୀ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

ପିଏମଶ୍ରୀ କ୍ଷେତ୍ରବାସୀ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

68

ଭଦ୍ରକ, ୧୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ କଲେଇ ଗ୍ରାମପଂଚାୟତ ଅନ୍ତର୍ଗତ ଚୁନିଦା ଗ୍ରାମର ପି ଏମ ଶ୍ରୀ କ୍ଷେତ୍ରବାସୀ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ ହୋଇଛି । ମୁଖ୍ୟ ଅତିଥି ଭାବେ ଭଦ୍ରକ ବ୍ଲକ୍ ଅଧ୍ୟକ୍ଷା ଉର୍ମିଳା ନାୟକ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଯୋଗ ଦେଇଥିଲେ । ଉକ୍ତ ବିଦ୍ୟାଳୟର ଆଦର୍ଶ ପ୍ରଧାନ ଶିକ୍ଷକ ଭୀମ ଚରଣ ପରିଡ଼ା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସମ୍ମାନିତ ଅତିଥି ଭାବେ ଭଦ୍ରକ ଗୋଷ୍ଠୀ ଶିକ୍ଷାଧିକାରୀ ଚକ୍ରଧର ମଲ୍ଲିକ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ବରିଷ୍ଠ ବିଜେପି କର୍ମକର୍ତା ଭାସ୍କର ଚନ୍ଦ୍ର ସାହୁ ଏବଂ କଲେଇ ଗ୍ରାମପଂଚାୟତର ସରପଂଚ ନିରଞ୍ଜନ ମଲ୍ଲିକ ଯୋଗ ଦେଇ ସଭାର ଶ୍ରୀ ମଣ୍ଡନ କରିଥିଲେ । ସର୍ବପ୍ରଥମେ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ଚରଣରେ ଧୂପ ଦୀପ ଅର୍ପଣ ପୂର୍ବକ ସଭକାର୍ଯ୍ୟକୁ ଆଗକୁ ବଢ଼ାଇଥିଲେ ।ଏହି ସଭାରେ ମୁଖ୍ୟ ବକ୍ତା ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଛାତ୍ର ଛାତ୍ରୀ ତଥା ଅଭିଭାବକ ମାନଙ୍କୁ ପାଶ୍ଚାତ୍ୟ ସଭ୍ୟତାର ଅପକାର ଓ ସନାତନ ସଂସ୍କୃତିର ମହାନତା ସମ୍ବନ୍ଧରେ ବିଶଦ ଭାବେ ବୁଝାଇଥିଲେ। ଜୀବନରେ ସତ୍ୟବାନ୍ ରହିବା କେତେ ଗୁରୁତ୍ୱପୂର୍ଣ୍ଣ ସେ ବିଷୟରେ ପିଲାମାନଙ୍କୁ ଗପ ମାଧ୍ୟମରେ ଆଲୋଚନା କରିଥିଲେ।ମୁଖ୍ୟ ଅତିଥି ଉର୍ମିଳା ନାୟକ ଛାତ୍ର ଛାତ୍ରୀ ମାନଙ୍କୁ ଗଭୀର ନିଷ୍ଠାର ସହ ପରିଶ୍ରମ କରିବାକୁ ଉପଦେଶ ଦେଇଥିଲେ ଏବଂ ଶିକ୍ଷାର ମହତ୍ୱ ବିଷୟରେ ସମ୍ୟକ୍ ଆଲୋଚନା କରିଥିଲେ। ଭଦ୍ରକ ଗୋଷ୍ଠୀ ଶିକ୍ଷାଧିକାରୀ ଚକ୍ରଧର ମଲ୍ଲିକ ପିଲା ମାନଙ୍କୁ ସମୟାନୁବର୍ତିତା ଓ ଛାତ୍ର ଜୀବନରେ ଶୃଙ୍ଖଳାର ଭୂମିକା ବିଷୟରେ ଖୁବ୍ ସୁନ୍ଦର ଭାବେ ବୁଝାଇଥିଲେ। ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ବରିଷ୍ଠ ବିଜେପି କର୍ମକର୍ତା ଭାସ୍କର ଚନ୍ଦ୍ର ସାହୁ ଶିକ୍ଷକ/ ଶିକ୍ଷିକା ତଥା ଅଭିଭାବକ ମାନଙ୍କୁ ଉଦବୋଧନ ଦେଇ ଛାତ୍ର ଛାତ୍ରୀ ମାନଙ୍କର କିଭଳି ଭାବେ ଚାରିତ୍ରିକ ବିକାଶ ସାଧନ ହେବ ବୁଝାଇଥିଲେ ।ଏହା ପରେ ବିଦ୍ୟାଳୟର ବିଭିନ୍ନ ବିଭାଗର କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥିମାନଙ୍କ କରକମଳରୁ ପ୍ରଶଂସାପତ୍ର ଏବଂ ଟ୍ରଫି ପ୍ରଦାନ କରା ଯାଇଥିଲା ।ଏହି ଉତ୍ସବ ରେ ସମ୍ମାନିତ ଅତିଥି ଭାବେ ପୁରାତନ ଛାତ୍ର ସଂସଦର ସଭାପତି ନିତ୍ୟାନଂଦ ବେହେରା ,ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷା ସୁକାନ୍ତି ବେହେରା ,ବିଶିଷ୍ଟ ସମାଜସେବୀ ଓ ଶିଲ୍ପପତି ଗୌରି ଗୋପାଳ ଜେନା , ସମାଜସେବୀ ଇଂ. ତାପସ କୁମାର ରାୟ , ଚୁଡାକୁଟି ଇନ୍ଦ୍ରଗୋବିନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଖଗେଶ୍ୱର ଜେନା , କୋର୍କୋରା ନୋଡାଲ ସରକାରୀ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରମୋଦ କୁମାର ଜେନା , ଚୁନିଦା କ୍ଳଷ୍ଟର ର ଉଜଉଉ ମଇଉଦ୍ଦିନ୍ ଖାନ୍‌,କଂଟାପଡ଼ା ନୋଡାଲ ସରକାରୀ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ରଶ୍ମିତା ପରିମାଣିକ,ବଲଭଦ୍ରପୂର ସରକାରୀ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀଧର ରାଉତ , ରସିକବାଜ୍ ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବଳରାମ ଜେନା ,ସମାଜସେବୀ ଦୀପକ ନାୟକ ,ପ୍ରସନ୍ନ ପ୍ରଧାନ ,ତୁଷାରକାନ୍ତି ପରିଡ଼ା ,ପ୍ରକାଶ ରାଉତ,ଅମୂଲ୍ୟ ମହାରଣା ,ଅନିଲ ବେହେରା , ଅମର ରାୟ,ପଂଚାନନ ସାହୁ,ବିଦ୍ୟାଳୟ ପରିଚାଳନା କମିଟି ର ସଦସ୍ୟ ଜୟନ୍ତ ମହାକୁଲ,ଜ୍ୟୋତି ସ୍ୱାଇଁ , ଅଜିତ ବେହେରା ପ୍ରମୁଖ ଯୋଗ ଦେଇଥିଲେ ।ଉକ୍ତ ବିଦ୍ୟାଳୟର ପୁରାତନ ଶିକ୍ଷା କର୍ମଚାରୀ ତଥା ଶତାୟୁ ପୁରୁଷ ମୋହନ ଚରଣ ଦାସ , ଶିକ୍ଷାବିତ୍ ରଙ୍କ ଚରଣ ଜେନା , ଜଗନ୍ନାଥ ରାୟ ତଥା ସମାଜସେବୀ କୃଷ୍ଣ ଚନ୍ଦ୍ର ବେହେରା,ପରୀକ୍ଷିତ ମଲ୍ଲିକ, ଜୟରାମ ମଲ୍ଲିକ, କୁମାରେଶ ଲେଙ୍କା, ବିକ୍ରମ ମହାରଣା,ଅରୁଣ ମଲିକ, ନୃସିଂହ ପାଣି, ମହେଶ୍ୱର ପରିଡ଼ା,ବଂଶୀଧର ସାହୁ,ଘନଶ୍ୟାମ ଜେନା , ବିଜୟ ଜେନା , କାହ୍ନୁ ଚରଣ ସାହୁ ଓ ନାରଣ ଚନ୍ଦ୍ର ମହାରଣା ପ୍ରମୁଖ ଉପସ୍ଥିତ ରହି ସଭାକାର୍ଯ୍ୟ କୁ ଆଗେଇ ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।ଏହି ଉତ୍ସବର ଶେଷ ଭାଗରେ ସମସ୍ତ ଛାତ୍ର ଛାତ୍ରୀ , ଅଭିଭାବକ , ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଏବଂ ସ୍ଥାନୀୟ ବ୍ୟକ୍ତିବିଶେଷ ମାନେ ଭୋଜନ ଗ୍ରହଣ କରିଥିଲେ ଓ ଦିନଟି ଖୁବ ଆନନ୍ଦରେ ଅତିବାହିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.