ଭଦ୍ରକ, ୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପି ଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ଭଦ୍ରକ ରେ କ୍ଲଷ୍ଟର ସ୍ତରୀୟ ଲଘୁ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି । ଏହି ଅବସରରେ ଭଦ୍ରକ ଜିଲ୍ଲାର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅଂଶୁମାନ ଦ୍ୱିବେଦୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କ୍ଲଷ୍ଟର ସ୍ତରୀୟ କ୍ଷୁଦ୍ର ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ । ଏବଂ ସମ୍ବର୍ଦ୍ଧିତ ବକ୍ତବ୍ୟ ପ୍ରଦାନ ପୂର୍ବକ ଛାତ୍ର ଛାତ୍ରୀ ମାନଙ୍କର ଉତ୍ସାହ ବୃଦ୍ଧି କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷା ପଦ୍ମାବତୀ ଦ୍ୱିବେଦୀ ଙ୍କ ଦ୍ୱାରା ଅତିଥି ପରିଚୟ ଏବଂ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ନୃତ୍ୟ, ଗୀତ, ଇଂରାଜୀ କାହାଣୀ କଥନ ଓ କବିତା ଆବୃତି , ହିନ୍ଦୀ କାହାଣୀ କଥନ ଓ କବିତା ଆବୃତି ପରି ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ କେ.ଭି ଆନନ୍ଦପୁର, କେ.ଭି ବାଲେଶ୍ୱର ୧ , କେ.ଭି ବାଲେଶ୍ୱର ୨ , କେ.ଭି ଭଦ୍ରକ, କେ.ଭି ଯାଜପୁର, କେ.ଭି ବ୍ୟାସନଗର, କେ.ଭି କେଉଁଝର, କେ.ଭି ରାଇରଙ୍ଗପୁର, କେ.ଭି ଚମ୍ପୁଆ, କେ.ଭି ବାରିପଦା, କେ.ଭି ମୁର୍ଗାବାଡି ର ଛାତ୍ରଛାତ୍ରୀମାନେ ପ୍ରତିଯୋଗିତା ରେ ଅଂଶଗ୍ରହଣ କରି ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଅଧ୍ୟକ୍ଷା ପଦ୍ମାବତୀ ଦ୍ୱିବେଦୀ,ପ୍ରଧାନଶିକ୍ଷକ ଦିଲେଶ୍ୱର ସାହୁ , ସୁରେନ୍ଦ୍ର କୁମାର ରାଉତ ଏବଂ ଅବସରପ୍ରାପ୍ତ ଶିକ୍ଷିକା ସୁକାନ୍ତି ମିଶ୍ର ଙ୍କ ଦ୍ୱାରା ବିଜେତା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ଏବଂ ମାନପତ୍ର ପ୍ରଦାନ କରାଯାଇଥିଲା ।
Home ଜିଲ୍ଲା ପରିକ୍ରମା ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ଭଦ୍ରକ କ୍ଲଷ୍ଟର ସ୍ତରୀୟ ଲଘୁ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ








