Home ଜିଲ୍ଲା ପରିକ୍ରମା ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ବାର୍ଷିକ ଏକ ଭାରତ ଶ୍ରେଷ୍ଠ ଭାରତ ସମାରୋହ

ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ବାର୍ଷିକ ଏକ ଭାରତ ଶ୍ରେଷ୍ଠ ଭାରତ ସମାରୋହ

11

ଭଦ୍ରକ, ୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପି.ଏମ.ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ବାର୍ଷିକ ଏକ ଭାରତ ଶ୍ରେଷ୍ଠ ଭାରତ ସମାରୋହ ଅନୁଷ୍ଠିତ ହୋଇ ଯାଇଅଛି । ଏହି ଅବସରରେ ଭଦ୍ରକ ଜିଲ୍ଲାର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ରବି ନାରାୟଣ ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ବାର୍ଷିକ ଏକ ଭାରତ ଶ୍ରେଷ୍ଠ ଭାରତ ସମାରୋହ ର ଶୁଭାରମ୍ଭ କରିଥିଲେ । ଏବଂ କେ.ଭି.ଏସ ଅବସରପ୍ରାପ୍ତ ଶିକ୍ଷକ ବେଣୁଧର ଶେଠ୍‌, ଦିଲ୍ଲୀପ କୁମାର ଚୌଧୁରୀ, ଅନନ୍ତ ପ୍ରସାଦ ମହାପାତ୍ର, ରମାକାନ୍ତ ସାମଲ, ପ୍ରଭାକର ସେନାପତି ,ଏଫ୍‌. ସୁକାନ୍ତୀ ମିଶ୍ର ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରି ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କର ଉତ୍ସାହ ବୃଦ୍ଧି କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ପଦ୍ମାବତୀ ଦ୍ୱିବେଦୀ ଙ୍କ ଦ୍ୱାରା ଅତିଥି ପରିଚୟ ଏବଂ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ବିଜେତା ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପଦକ ଏବଂ ମାନପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ର ସଫଳ ରୂପାୟନ ନିମନ୍ତେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.