ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ପଂଚାୟତ ସମିତିର କର୍ମଚାରୀଙ୍କ ମଧ୍ୟରେ ଆଜି ଏକ ଜରୁରୀ ବୈଠକ ନିଷ୍ପତ୍ତି କ୍ରମେ ଆସନ୍ତାକାଲି ୨୭ତାରିଖ ଠାରୁ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସରକାରୀ କାର୍ଯ୍ୟରେ ସହଯୋଗ ନକରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ଘଟଣାରୁ ପ୍ରକାଶଯେ ଚଳିତମାସ ୨୪ତାରିଖ ଦିନ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ଯୋଗ୍ୟତା ସମ୍ବନ୍ଧୀୟ କ୍ଷେତ୍ରୀୟ ଜାଞ୍ଚଟିମ୍ ନିଜ ସରକାରୀ କର୍ତ୍ତବ୍ୟ ନିର୍ବାହ ସମୟରେ ରାଧାବଲ୍ଲଭପୁର ପଂଚାୟତର ବନ୍ଧଟିଆ ଗ୍ରାମରେ ଜୈନିକ ବ୍ୟକ୍ତି ପ୍ରୀତମ କୁମାର ଦାସ କାର୍ଯ୍ୟନିର୍ବାହୀ ଅଧିକାରୀ ଅଚ୍ୟୁତାନନ୍ଦ ବାରିକଙ୍କୁ ଗାଳିଗୁଲଜ ଦେବାସହିତ ଉକ୍ତ ଯୋଗ୍ୟତା ଲିଷ୍ଟ ସହିତ ଅନ୍ୟାନ୍ୟ କାଗଜପତ୍ର ଛଡ଼ାଇନେବା ଓ ମାଡ଼ ମାରିବା ସହ ମରଣାତ୍ନକ ଆକ୍ରମଣ କରିବା ଘଟଣାକୁ ବ୍ଲକର ସମସ୍ତ କର୍ମଚାରୀ ଦୃଢଭାବେ ନିନ୍ଦା କରିଥିଲେ । ଗ୍ରାମ ସ୍ତରରେ ସରକାରୀ କର୍ମଚାରୀଙ୍କୁ ଭୟଭିତ କରାଇ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ସମସ୍ତ କର୍ମଚାରୀଙ୍କ ଚିନ୍ତାର ବିଷୟ ହୋଇଛି । ପ୍ରକାଶ ଥାଉକି ଉକ୍ତ ଘଟଣାର ଧାମନଗର ଥାନାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ନାମରେ ଅଭିଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ପ୍ରତି କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟନୁଷ୍ଠାନ ନିଆଯାଇନାହିଁ । ପରନ୍ତୁ ପିଇଓ ଶ୍ରୀ ବାରିକଙ୍କ ବିରୁଦ୍ଧରେ ମିଥ୍ୟା ଅଭିଯୋଗ କରାଯାଇ ସରକାରୀ କର୍ମଚାରୀଙ୍କ ସୁରକ୍ଷାଦେବା ସ୍ଥଳେ ତାଙ୍କ ନାମରେ ମକୋଦ୍ଦମା କରାଯାଇଛି । ଏନେଇ କର୍ମଚାରୀଙ୍କ ମାନେ ମଧ୍ୟ ଘୋରନିନ୍ଦା କରିଛନ୍ତି । ତେବେ ସରକାରୀ କର୍ମଚାରୀଙ୍କ ସୁରକ୍ଷା ନିମନ୍ତେ ମଙ୍ଗଳବାର ଠାରୁ ବ୍ଲକର ସମସ୍ତ କର୍ମଚାରୀ ମାନେ ସରକାରୀ କାର୍ଯ୍ୟରେ ସହଯୋଗ କରିବେ ନାହିଁବୋଲି ଆଜି ବୈଠକରେ ନିଷ୍ପତ୍ତି ହୋଇଛି । ଏନେଇ ଜିଲ୍ଳାପାଳ, ଆରକ୍ଷୀଅଧିକ୍ଷକ ଓ ଧାମନଗର ଥାନା ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରାଯାଇଛି । ଆଜି ଏହି ବୈଠକରେ ଅତିରିକ୍ତ ଗୋଷ୍ଠୀଉନ୍ନୟନ ଅଧିକାରୀ ଶୁଶ୍ରୀ ସର୍ମିଷ୍ଠା ମଲ୍ଲିକ, ସହକାରୀଯନ୍ତ୍ରୀ ସ୍ନେହା ସଙ୍ଗୀତା ଟୁଡ଼ୁ, ଜିପିଓ ମହେଶ କୁମାର ଜେନା, ଏସ୍ଓ ପୁର୍ଣ୍ଣନ୍ଦ୍ର ପୁହାଣ ସମେତ ବ୍ଲକର ସମସ୍ତ କର୍ମଚାରୀ ମାନେ ଲିଖିତ ଅଭିଯୋଗ କରିଛନ୍ତି ।
Home ଜିଲ୍ଲା ପରିକ୍ରମା ପିଇଓଙ୍କ ନାମରେ ମିଥ୍ୟାମାମଲା ପ୍ରତ୍ୟାହର ଓ ଅଭିଯୁକ୍ତଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ପାଇଁ ବ୍ଲକ କର୍ମଚାରୀଙ୍କ କାର୍ଯ୍ୟବନ୍ଦ...