Home ଓଡ଼ିଶା ପିଆଜ ଦର ବୃଦ୍ଧି ବିରୋଧରେ ସିପିଆଇର ବିକ୍ଷୋଭ

ପିଆଜ ଦର ବୃଦ୍ଧି ବିରୋଧରେ ସିପିଆଇର ବିକ୍ଷୋଭ

41

ଭୁବନେଶ୍ୱର, ୨୮/୧୦– (ଓଡ଼ିଆ ପୁଅ) ଅହେତୁକ ପିଆଜ ଓ ଅତ୍ୟାବଶ୍ୟକ ଖାଉଟି ସାମଗ୍ରୀର ଦର ବୃଦ୍ଧି ବିରୋଧରେ ଗତକାଲି ରାଜଧାନୀ ଭୁବନେଶ୍ୱରଠାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଅଶୋକନଗରଠାରେ ରାସ୍ତାରୋକୋ ଓ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି।

ଗତକାଲି ପୂର୍ବାହ୍ନରେ ଶତାଧିକ ସିପିଆଇ କର୍ମୀ ହାତରେ ପ୍ଲାକାର୍ଡ ଓ ବେକରେ ପିଆଜ ମାଳ ପକାଇ ରାଜ୍ୟଦପ୍ତର ଭଗବତୀ ଭବନଠାରୁ ଏକ ଶୋଭାଯାତ୍ରାରେ ବାହାରି ଅଶୋକନଗରଠାରେ ରାସ୍ତାରୋକୋ ଓ ବିକ୍ଷୋଭ କରିଥିଲେ। ସେଠାରେ ବିକ୍ଷୋଭକାରୀଙ୍କୁ ସିପିଆଇ ଜୋନାଲ କମିଟି ସମ୍ପାଦକ ସୁର ଜେନା, ଏଆଇଟିୟୁସି ଜାତୀୟ ପରିଷଦ ସଭ୍ୟ ଜୟନ୍ତ ଦାସ ଉଦବୋଧନ ଦେଇ କହିଥିଲେ ମହାମାରୀ କରୋନା ସମୟରେ ଗରିବ, ଶ୍ରମିକ ଓ ମଧ୍ୟବିତ୍ତ ଲୋକେ କାମଧନ୍ଦା ଏବଂ କର୍ମସଂସ୍ଥାନ ହରାଇ ଜୀବନ ଓ ଜୀବିକା ପାଇଁ ସଂଘର୍ଷ କରୁଥିବାବେଳେ ବାରମ୍ବାର ନିତ୍ୟ ଖାଦ୍ୟସାମଗ୍ରୀ ଡାଲି, ଆଳୁ, ତେଲ ଓ ପିଆଜର ଦର ବୃଦ୍ଧି କରି ଗରିବ ମଧ୍ୟବିତ୍ତମାନଙ୍କ ଭାତ ଥାଳିରେ ଗୋଇଠା ମାରିବା ସହ ସମାନ ହୋଇଛି। ତୁରନ୍ତ ରାଜ୍ୟ ଓ କେନ୍ଦ୍ର ସରକାର ପିଆଜ, ଆଳୁ, ତେଲକୁ କଣ୍ଟ୍ରୋଲ ସାମଗ୍ରୀଭୁକ୍ତ କରି ସରକାରୀ ଦୋକାନ ଓ କେଌକ୍ଷଗ୍ଧ;୍ରାଲ ଆକାରରେ ଯୋଗାଇଦେବା ସହ ଯୁଦ୍ଧକାଳୀନ ଭିତ୍ତିରେ ଦରବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ କହିଥିଲେ। ଯଦି ସରକାର, ପ୍ରଶାସନ ଏ ଦିଗରେ ପଦକ୍ଷେପ ନ ନିଅନ୍ତି ତେବେ ଆଗାମୀଦିନରେ ଏହି ରାସ୍ତାରୋକୋ ଓ ବିକ୍ଷୋଭକୁ ସାରା ଓଡ଼ିଶାରେ ପହଞ୍ଚାଇବା ସହ ଉଭୟ ସରକାର ଓ ପ୍ରଶାସନକୁ ଅଚଳ କରିଦିଆଯିବ ବୋଲି ଶ୍ରୀ ଜେନା ଚେତାବନୀ ଦେଇଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ କୈଳାସ ପୁହାଣ, ଛେତମ୍ବର ଭୋଇ, ସୁଷମା ଭୋଇ, ଡାକ ହେମ୍ବ୍ରମ୍‌, ଶରତ ସ୍ୱାଇଁ, ଲୋକନାଥ ଭୋଇ ପ୍ରମୁଖ ବିକ୍ଷୋଭ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.