Home ଜିଲ୍ଲା ପରିକ୍ରମା ପାଳିଆବିନ୍ଧା ସମିତିର ବାର୍ଷିକ ସାଧାରଣ ସଭା, ଚାଷୀଙ୍କ ଆର୍ôଥକ ସ୍ଥିତିକୁ ସୁଦୃଢ କରିବାରେ ସହାୟକ ହୁଏ...

ପାଳିଆବିନ୍ଧା ସମିତିର ବାର୍ଷିକ ସାଧାରଣ ସଭା, ଚାଷୀଙ୍କ ଆର୍ôଥକ ସ୍ଥିତିକୁ ସୁଦୃଢ କରିବାରେ ସହାୟକ ହୁଏ ସମିତି, ୧୫ ଚାଷୀ ସମ୍ବର୍ଦ୍ଧିତ

0
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୨୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ଅଧୀନ ପାଳିଆବିନ୍ଧା ସମବାୟ ସମିତିର ୬୩ତମ ବାର୍ଷିକ ସାଧାରଣ ସଭା ବୁଧବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସମିତି ସଭାପତି ମିନତୀଲତା ଦାସଙ୍କ ସଭାପତିତ୍ୱ ଓ ଉପସଭାପତି ଇଂ ମହେଶ ଦାସଙ୍କ ସଂଯୋଜନାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ବାଲେଶ୍ୱର -ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ପ୍ରକାଶଜ୍ୟୋତି ମହାକୁଡ଼ ଯୋଗଦେଇ ସମିତି ଓ ଚାଷୀ ଗୋଟିଏ ମୁଦ୍ରାର ଦୁଇଟି ପର୍ଶ୍ୱପରି।ସମିତିର ଉନ୍ନତି ହେଲେ ଚାଷୀର ଉନ୍ନତି ହେବ ଓ ସମିତିର ବିକାଶହେଲେ ଚାଷୀ ଉପକୃତ ହୋଇପାରିବେ ବୋଲି କହିଥିଲେ।ମୁଖ୍ୟବକ୍ତା ଭାବେ ଭଦ୍ରକ – ବାଲେଶ୍ୱର କେନ୍ଦ୍ରୀୟ ବ୍ୟାଙ୍କ ଭଦ୍ରକ ଶାଖାର ଜୋନାଲ ମ୍ୟାନେଜର ସଞ୍ଜୟ କୁମାର ମହାନ୍ତି ଯୋଗଦେଇ ଚାଷୀମାନଙ୍କୁ କୃଷି କ୍ଷେତ୍ରରେ ଆଗଜୁ ନେବାପାଇଁ ସରକାର କମ ସୁଧରେ ବିଭିନ୍ନ ପ୍ରକାର ଋଣ ପ୍ରଦାନ କରୁଛନ୍ତି । ଚାଷୀମାନେ ଋଣ ନେଇ ଲାଭ ଉଠାଇବା ଉଚିତ ବୋଲି କହିଥିଲେ। ବରେଣ୍ୟ ଅତିଥି ଭାବେ ସମବାୟ ବ୍ୟାଙ୍କ ତିହିଡି଼ ଶାଖା ପରିଚାଳକ ସୁଶାନ୍ତ କୁମାର ପୁହାଣ ଯୋଗଦେଇ ବ୍ୟାଙ୍କ ସବୁବେଳେ ଚାଷୀର ହିତପାଇଁ କାମକରି ଆସୁଛି ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ପରିଚାଳନା କମିଟି ସଦସ୍ୟ ଆଇନଜୀବୀ ନିକୁଞ୍ଜ କୃଷ୍ଣ ପୁହାଣ, ବିଜୟ କୁମାର ନାୟକ, ଶୁଭ୍ରଜିତ ପାଳ, ସୁବୋଧ ମିଶ୍ର, ବାବାଜୀ ମଲ୍ଲିକ, ପ୍ରଶାନ୍ତ ସାହାଣୀ, ଭକ୍ତରଞ୍ଜନ ମଲ୍ଲିକ, ଶ୍ରୀକାନ୍ତ ବେହେରା ପ୍ରମୁଖ ଯୋଗଦେଇ ସମିତିର ଚାଷୀମାଙ୍କୁ ସର୍ବଦା ସହଯୋଗ କରିଆସୁଛି ବୋଲି କହିଥିବା ବେଳେ ଚାଷୀଙ୍କ ସୁବିଧା ପାଇଁ ଓଏ ବ୍ରିଜ ନିର୍ମାଣ ପାଇଁ ଦାବି କରିଥିଲେ ।ସମିତି ସମ୍ପାଦକ ସଞ୍ଜୟ କୁମାର ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ । ସଦସ୍ୟ ଭରତ ଚନ୍ଦ୍ର ସାହୁ ଧନ୍ୟବାଦ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମିତିସଭ୍ୟ ଜୀବନଜ୍ୟୋତି ପଲାଇ, ପୂର୍ବତନ ସମିତି ସଭାପତି ସୁଧନ୍ୱା ନାୟକ, ପୂର୍ବତନ ସରପଞ୍ଚ ସୁଶାନ୍ତ ସେଠୀ , କରୁଣାକର ମଳିକ ପ୍ରମୁଖ ବକ୍ତବ୍ୟ ଦେଇଥିଲେ।ସଭାରେ କମଳାକାନ୍ତ ସାହୁ, ନିଶିକାନ୍ତ ଭଟ୍ଟରାୟ, ଜଗବନ୍ଧୁ ମହାନ୍ତି ,ଅଜୟ କୁମାର ପାତ୍ର , ଦୈତାରି ନାୟକ ପ୍ରମୁଖଙ୍କ ସମେତ ୫ଟି ପଂଚାୟତର ୧୪ଟି ରାଜସ୍ୱ ଗ୍ରାମର ବହୁ ଚାଷୀ ଉପସ୍ଥିତଥିଲେ । ପାଳିଆବିନ୍ଧା ସମିତି ନିଜର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜିଲ୍ଲାରେ ୪ ନମ୍ବରରେ ରହିଥିବାବେଳେ ବ୍ଲକରେ ୧ନମ୍ବରରେ ରହିଛି।ତେବେ ଆଗାମୀ ଦିନରେ ଜିଲ୍ଲାରେ ୧ନମ୍ବରହେବାକୁ ସମସ୍ତଙ୍କର ସହଯୋଗ ଆବଶ୍ୟକ ବୋଲି ସଭାରେ ବକ୍ତାମାନେ କହିଥିଲେ। ଏହି ଅବସରରେ ୧୫ ଜଣ ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସହ ସମ୍ପାଦକ ତଥା ଡ଼ିଇଓ ସୁଜିତ କୁମାର ନାୟକ, ଲେଜର କିରାଣୀ ମାନସୀ ପାଣିଗ୍ରାହୀ, କର୍ମଚାରୀ ସଞ୍ଜୟ କୁମାର ଭୂୟାଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.