Home ଜିଲ୍ଲା ପରିକ୍ରମା ପାଳିଆବିନ୍ଧା କଲେଜ ଇତିହାସ ବିଭାଗ ସେମିନାର

ପାଳିଆବିନ୍ଧା କଲେଜ ଇତିହାସ ବିଭାଗ ସେମିନାର

14

ଭଦ୍ରକ, ୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ପାଳିଆବିନ୍ଧା ସ୍ଥିତ ବିଏନଏମଏ କଲେଜର ଇତିସହାସ ବିଭାଗ ପକ୍ଷରୁ ଶୁକ୍ରବାର ନବାଗତ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଓ ସେମିନାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କଲେଜ ପରିସରରେ ଅଧ୍ୟାପକ ଅଶୋକ କୁମାର ମଲିକଙ୍କ ସଭାପତିତ୍ୱରେ ସେମିନାର ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ କଲେଜର ଅଧ୍ୟକ୍ଷ ପ୍ରାଧ୍ୟାପକ ଅମୂଲ୍ୟ କୁମାର ପରିଡ଼ା, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ପବିତ୍ର ପାଣିଗ୍ରାହୀ ଯୋଗ ଦେଇ ଜର୍ମାନର ନାଜିବାଦ ଉପରେ ଆଲୋଚନା କରିଥିଲେ । ମୁଖ୍ୟ ଅତିଥି ପ୍ରାଧ୍ୟାପକ ପରିଡ଼ା ପାଠଚକ୍ରକୁ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଛାତ୍ର ପ୍ରକାଶ ସାହୁ, ସତ୍ୟବ୍ରତ ତ୍ରିପାଠୀ, ରଶ୍ମିତା ବିଶ୍ୱାଳ ଭିତ୍ତି ପ୍ରବନ୍ଧ ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଗୋବିନ୍ଦ ଚନ୍ଦ୍ର ବାଗ, ଅଧ୍ୟାପିକା ଚିନ୍ମୟୀ ସେନାପତି ବକ୍ତବ୍ୟ ପ୍ରଦାନ କରିଥିଲେ । ଇତିହାସ ବିଭାଗର ଅଧ୍ୟାପକ ସମର କୁମାର ମାଝୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଛାତ୍ରୀ ରଶ୍ମିତା ବିଶ୍ୱାଳ, ପ୍ରୀତିପ୍ରିୟା ପରିଡ଼ା, ପ୍ରିୟଙ୍କା ନାୟକ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ଅଧ୍ୟାପିକା ସନ୍ଧ୍ୟାରାଣୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ନବାଗତ ଛାତ୍ରଛାତ୍ରୀମାନଙ୍କୁ ଉପହାର ପ୍ରଦାନ କରାଯାଇ ସ୍ୱାଗତ ସମ୍ବର୍ଦ୍ଧନା କରାଇଥିଲା । ଏହି ସଭାରେ ଡ. ସାଣ୍ଡ୍ରା ରୋଜାରିଓ, ଦେବାଶିଷ ଦାସ, ସୋମେନ କୁମାର ପଣ୍ଡା, ଡ. ସ୍ୱପ୍ନା ସାମନ୍ତ, ହୀରକଲତା ଦାସ, ତପନ କୁମାର ନାୟକ, ବୈଷ୍ଣବ ଚରଣ ମହାନ୍ତି ପ୍ରମୁଖ ଅଧ୍ୟାପକ ଅଧ୍ୟାପିକାମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.