ଭଦ୍ରକ, ୩୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ପାଳିଆବିନ୍ଧା ସ୍ଥିତ ବିରଂଚିନାରାୟଣ ମାଧବ ଅର୍ଜୁନ କଲେଜର ବାର୍ଷିକ ଉତ୍ସବ ଛାତ୍ରସଂସଦ, ନାଟ୍ୟ ସଂସଦ ଓ +୨ ସାଂସ୍କୃତି ସଂସଦ ମିଳିତ ଆୟୋଜନରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କଲେଜର ଅଧ୍ୟକ୍ଷ ଅମୂଲ୍ୟ ପରିଡ଼ାଙ୍କ ଅଧ୍ୟକ୍ଷତା ଓ ଛାତ୍ରସଂଦର ଉପସଭାପତି ଅଧ୍ୟାପକ ଡ. ବିଶ୍ୱରଂଜନ ଦାସଙ୍କ ସଂଚାଳନରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଉଦ୍ଘାଟକ ଓ ମୁଖ୍ୟ ଅତିଥିଭାବେ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗ ଦେଇ ପାଠ ସହିତ ସାଠର ଆବଶ୍ୟକତା ରହିଛି। ଯେଉଁ ସାଠର ପାଠ ସହିତ ସାମଞ୍ଜସ୍ୟ ରହୁଥିବ। ଏହି ଉକ୍ତିଟି ଏକ ଗଳ୍ପ ମାଧ୍ୟମରେ ଉପସ୍ଥାପନ କରିଥିଲେ। ମୁଖ୍ୟ ବକ୍ତା ଭାବେ ଆଂଚଳିକ ଶିକ୍ଷା ନିର୍ଦ୍ଦେଶକ ହେମନ୍ତ କୁମାର ଘଡ଼େଇ, ସମ୍ମାନିତ ବକ୍ତା ଭାବେ ଗାୟତ୍ରୀ ପରିବାର ପ୍ରବକ୍ତା ଆଚାର୍ଯ୍ୟ ହେମନ୍ତ କୁମାର ପଣ୍ଡା ଯୋଗ ଦେଇ ବକ୍ତବ୍ୟ ଦେଇଥିଲେ। ଛାତ୍ରସଂସଦ ଉପଦେଷ୍ଟା ଅଧ୍ୟାପକ ସରୋଜ କୁମାର ମହାପାତ୍ର ଓ ନାଟ୍ୟସଂସଦର ଉପସଭାପତି ଅଧ୍ୟାପକ ଗୋବିନ୍ଦ ଚନ୍ଦ୍ର ବାଗ ବାର୍ଷିକ ବିବରଣୀ ପାଠ କରିଥିଲେ। ଶେଷରେ ଅଧ୍ୟାପକ ରାଜେନ୍ଦ୍ର କୁମାର ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭରେ କଲେଜ ଛାତ୍ରୀମାନେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିବା ବେଳେ ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ। ସଭାରେ କଲେଜର କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଅଧ୍ୟାପକ ପ୍ରଦୀପ କୁମାର ମିଶ୍ର, ଅଶୋକ ମଲ୍ଲିକ, ତପନ ନାୟକ, ଦେବାଶିଷ ଦାସ, ସୁସ୍ମିତା ପଣ୍ଡା, ଆଲଫାରାଣୀ ନାୟକ, ଗାୟତ୍ରୀ ବେହେରା, ବୈଷ୍ଣବ ଚରଣ ମହାନ୍ତି, ଡିଇଓ ଚିତରଂଜନ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ମନ୍ତ୍ରୀ ସୂର୍ଯ୍ୟବଂଶୀ ୨କୋଟି ୭୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କଲେଜ ନୂତନ ବିଜ୍ଞାନ ଗୃହର ଶିଳାନ୍ୟାସ କରିଥିଲେ। ଏହି ବାର୍ଷିକ ଉତ୍ସବରେ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଶିକ୍ଷା କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
Home ଜିଲ୍ଲା ପରିକ୍ରମା ପାଳିଆବିନ୍ଧା କଲେଜର ବାର୍ଷିକ ଉତ୍ସବ, ପାଠ ସହିତ ସାଠର ବି ଆବଶ୍ୟକତା ରହିଛି : ଉଚ୍ଚଶିକ୍ଷା...