Home ଜିଲ୍ଲା ପରିକ୍ରମା ପାଳିଆବିନ୍ଧା କଲେଜର ଅନୁଦାନ ଟଙ୍କାର କାର୍ଯ୍ୟକାରିତା ଉପରେ ଜିଲାପାଳଙ୍କ ଗୁରୁତ୍ୱ, ତିହିଡ଼ିର ବିଭିନ୍ନ କଲେଜ ଓ...

ପାଳିଆବିନ୍ଧା କଲେଜର ଅନୁଦାନ ଟଙ୍କାର କାର୍ଯ୍ୟକାରିତା ଉପରେ ଜିଲାପାଳଙ୍କ ଗୁରୁତ୍ୱ, ତିହିଡ଼ିର ବିଭିନ୍ନ କଲେଜ ଓ ସ୍କୁଲ ପରିଦର୍ଶନ କଲେ ଜିଲାପାଳ

23

ଭଦ୍ରକ, ୨୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡି଼ ବ୍ଲକର ବିଭିନ୍ନ କଲେଜ ଓ ସ୍କୁଲକୁ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଗୁରୁବାର ପରିଦର୍ଶନ କରିଛନ୍ତି । ଏହି ପରିପ୍ରେକ୍ଷିରେ ପାଳିଆବିନ୍ଧା ସ୍ଥିତ ବିରଞ୍ôଚନାରାୟଣ ମାଧବାର୍ଜୁନ କଲେଜକୁ ମିଳିଥିବା ୨କୋଟି ୨୫ଲକ୍ଷ ଟଙ୍କାର ଅନୁଦାନ ରାଶିର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବା ନେଇ ଜିଲାପାଳ ଗୁରୁତ୍ୱ ଦେଇଛନ୍ତି । ଜିଲାପାଳ ଶ୍ରୀ ବୋନ୍ଦର ପାଳିଆବିନ୍ଧା କଲେଜରେ ପହଞ୍ôଚ ସମସ୍ତ ଶ୍ରେଣୀଗୃହ ସହିତ ବିଭିନ୍ନ ବିଭାଗ ବୁଲି ଦେଖିଥିଲେ । ମିଳିଥିବା ଅନୁଦାନରେ ସ୍ମାର୍ଟ କ୍ଲାସରୁମ୍‌, ବାଳିକା ଓ ବାଳକ ଶୌଚାଳୟ, ଇ-ଲାଇବ୍ରେରୀ ନିର୍ମାଣ ସହିତ ଖେଳପଡ଼ିଆର ଉନ୍ନତୀକରଣ କରିବାକୁ ପରାମର୍ଶ ଦେଇଥିଲେ । ଏହି ଉନ୍ନୟନ କାର୍ଯ୍ୟ ପାଇଁ ତୁରନ୍ତ ଟେଣ୍ଡର କରାଯାଇ କାର୍ଯ୍ୟ ଆରମ୍ଭ କରିବାକୁ ସେଠାରେ ଉପସ୍ଥିତ ଥିବା ତିହିଡ଼ି ବିଡିଓ ଜ୍ୟୋତିର୍ମୟ କରଙ୍କୁ ନିର୍ଦ୍ଦେଶ ଦେଇଥିଲେ । କଲେଜ ଗସ୍ତ ସମୟରେ କଲେଜ ଉନ୍ନୟନ କମିଟି ପକ୍ଷରୁ ଅଧ୍ୟକ୍ଷ ପ୍ରାଧ୍ୟାପକ ଅମୂଲ୍ୟ କୁମାର ପରିଡ଼ା, ଡ. ଚିନ୍ମୟୀ ସେନାପତି, ଡ. ସ୍ୱପ୍ନା ସାମନ୍ତ, ସରୋଜ କୁମାର ମହାପାତ୍ର, ଗୋବିନ୍ଦ ଚନ୍ଦ୍ର ବାଗ, ତପନ କୁମାର ନାୟକ, ପି.କେ. ମିଶ୍ର, ଏମ.ଏନ୍‌. ଦାସ, ଆକାଉଟାଣ୍ଟ ବି.ସି. ପାତ୍ର ପ୍ରମୁଖଙ୍କ ସହିତ ବ୍ଲକ ସହକାରୀ ଅଧିକ୍ଷଣ ଯନ୍ତ୍ରୀ ଟିକଚାନ୍ଦ କାଲୋ, କନିଷ୍ଠ ଯନ୍ତ୍ରୀ ତନୁଜା ମିଶ୍ର ଓ ଭରତ ବିଶ୍ୱାଳ ଉପସ୍ଥିତ ଥିଲେ । ସେହିପରି ତିହିଡ଼ି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଯାଇ ମିଳିଥିବା ୧କୋଟି ଟଙ୍କା ଅନୁଦାନର ବିନିଯୋଗ ଉପରେ ଜିଲାପାଳ ଆଲୋଚନା କରିଥିଲେ । ଅଧ୍ୟକ୍ଷ ବିଶ୍ୱଜିତ୍ ଧଳ, ରାଜୀବ ମହାନ୍ତି, ବିଜୟ ପଣ୍ଡା, ସରୋଜ ବାରିକ, ଦୀନବନ୍ଧୁ ଗାହାଣ, ଉଷାରାଣୀ ଜେନା ପ୍ରମୁଖ ଅଧ୍ୟାପିକାମାନେ ଉପସ୍ଥିତ ଥିଲେ । ପରେ କାଁପଡ଼ା ପଞ୍ଚାୟତର ବାସୁଳୀ ହାଇସ୍କୁଲ, କାଁପଡ଼ାବିନ୍ଧା ପ୍ରାଥମିକ ବିଦ୍ୟାଳୟ ଇତ୍ୟାଦି ବୁଲି ଦେଖିଥିଲେ । ଏହି ଗସ୍ତବେଳେ ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ପୂର୍ବତନ ଜିଲାପରିଷଦ ସଭ୍ୟ ଶରତ ଦାସ, ପ୍ରଫୁଲ୍ଲ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.