Home ଜିଲ୍ଲା ପରିକ୍ରମା ପାଳିଆବିନ୍ଧା କଲେଜରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀରେ ତିହିଡ଼ି ପୋଲିସ୍ ପକ୍ଷରୁ ବତ୍କୃତା ପ୍ରତିଯୋଗିତା

ପାଳିଆବିନ୍ଧା କଲେଜରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀରେ ତିହିଡ଼ି ପୋଲିସ୍ ପକ୍ଷରୁ ବତ୍କୃତା ପ୍ରତିଯୋଗିତା

16

ଭଦ୍ରକ, ୩୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭାରତ ହେଉଛି ଆମ ସମସ୍ତଙ୍କ ମାତୃଭୂମି। ଏକତା ଆମର ଶକ୍ତି ଓ ଅସ୍ତିତ୍ୱ। ସାମ୍ପ୍ରଦାୟିକ ସଂପ୍ରୀତି ଓ ଅଖଣ୍ଡତାକୁ ରକ୍ଷାକରିବା ପ୍ରତ୍ୟେକ ନାଗରିକର ଦାୟିତ୍ୱ। ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ‘ଷ୍ଟାଚ୍ୟୁ ଅଫ୍ ୟୁନିଟ୍‌’ର ପ୍ରତୀକ। ଅକ୍ଟୋବର ୩୧ କେବଳ ତାଙ୍କ ସ୍ମୃତିର ଉତ୍ସବ ନୁହେଁ, ଏହା ରାଷ୍ଟ୍ରୀୟ ଏକତା ପଥରେ ଅଗ୍ରସର ହେବା ପାଇଁ ଏକ ପ୍ରତିଜ୍ଞାର ଦିବସ ବୋଲି ସ୍ଥାନୀୟ ପାଳିଆବିନ୍ଧା ସ୍ଥିତ ବିଏନ୍‌ଏମ୍‌ଏ କଲେଜରେ ତିହିଡ଼ି ପୋଲିସ୍ ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ବତ୍କୃତା ପ୍ରତିଯୋଗିତା ଉତ୍ସବରେ ଅତିଥି ମତବ୍ୟକ୍ତ କରିଛନ୍ତି। ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ଡକ୍ଟର ବିଶ୍ୱରଂଜନ ଦାସଙ୍କ ସଭାପତିତ୍ୱରେ କଲେଜ ଅଧ୍ୟକ୍ଷ ପ୍ରାଧ୍ୟାପକ ଅମୂଲ୍ୟ କୁମାର ପରିଡ଼ା ଉତ୍ସବର ଉଦଘାଟନ କରିଥିଲା ବେଳେ ଇଂରାଜୀ ବିଭାଗ ଅଧ୍ୟାପକ ଡକ୍ଟର ରାଜେନ୍ଦ୍ର କୁମାର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ମୁଖ୍ୟ ଅତିଥି ଭାବେ ତିହିଡ଼ି ଥାନାଧିକାରୀ ସତ୍ୟବ୍ରତ ଗ୍ରହାଚାର୍ଯ୍ୟ, ସମ୍ମାନିତ ଅତିଥି ଅଧ୍ୟାପକ ତପନ କୁମାର ନାୟକ, ଅଧ୍ୟାପିକା ଅନୀତା ତ୍ରିପାଠୀ, ତିହିଡ଼ି ଥାନାର ସବଇନ୍ସପେକ୍ଟର ରୁଜେନ ମୁର୍ମୁ ଓ ମୁକେଶ ମହାଲି ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଏକତା ଦିବସ ପାଳନର ତାତ୍ପର୍ଯ୍ୟ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ଉଭୟ ଯୁକ୍ତଦୁଇ ଓ ଯୁକ୍ତତିନି ଛାତ୍ରଛାତ୍ରୀଙ୍କ ମଧ୍ୟରେ ‘ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୀବନୀ ଓ ଜାତୀୟ ଏକତା’ ଶୀର୍ଷକରେ ଏକ ବତ୍କୃତା ପ୍ରତିଯୋଗିତା ହୋଇଥିଲା। ଏଥିରେ ଯୁକ୍ତତିନି ଗଣିତ ବିଭାଗର ଛାତ୍ରୀ ଶାଶ୍ୱତୀ ନାୟକ, ଯୁକ୍ତଦୁଇ କଳାର ଛାତ୍ର ଦୁର୍ଗାପ୍ରସନ୍ନ ମହାନ୍ତି, ଯୁକ୍ତତିନି ବାଣିଜ୍ୟ ବିଭାଗ ଛାତ୍ରୀ ନିବେଦିତା ଦାସ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ଯୁକ୍ତଦୁଇ କଳାର ଛାତ୍ରୀ ସସ୍ମିତା ଜେନା ଓ ଯୁକ୍ତତିନି ପଦାର୍ଥ ବିଜ୍ଞାନ ଛାତ୍ର ବିଶ୍ୱଜିତ ଜେନା ସାନ୍ତ୍ୱନାମୂଳକ ସ୍ଥାନ ହାସଲ କରିଥିଲେ। ସମସ୍ତ କୃତି ପ୍ରତିଯୋଗୀଙ୍କୁ ମୁଖ୍ୟଅତିଥି ଶ୍ରୀ ଗ୍ରହାଚାର୍ଯ୍ୟ ପୁରସ୍କୃତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଦେବାଶିଷ ଦାସ, ଅଧ୍ୟାପିକା ଆଲ୍ଫାରାଣୀ ନାୟକ, ଅଧ୍ୟାପିକା ପୁଷ୍ପଲତା ଦାସ, ଅଧ୍ୟାପିକା ଲକ୍ଷ୍ମୀପ୍ରିୟା ବେହେରା ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ସୁରକ୍ଷାକର୍ମୀ ରଂଜନ ଗିରି ସହଯୋଗ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.