Home ଜିଲ୍ଲା ପରିକ୍ରମା ପାଳିଆବିନ୍ଧା ଉଚ୍ଚମାଧ୍ୟମିକ ଶ୍ରେଣୀର ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ

ପାଳିଆବିନ୍ଧା ଉଚ୍ଚମାଧ୍ୟମିକ ଶ୍ରେଣୀର ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ

19

ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାରଙ୍କ ଉଚ୍ଚମାଧ୍ୟମିକ ଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ନୂତନ ଭାବେ ନାମଲେଖାଇ ଅନୁଷ୍ଠାନରେ ପ୍ରଥମ ପାଦଦେଇଥିବା ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ‘ଇଣ୍ଡକ୍ସନ କାର୍ଯ୍ୟକ୍ରମ\’ ସ୍ଥାନୀୟ ବିରଂଚି ିନାରାୟଣ ମାଧବ ଅର୍ଜ୍ଜୁନ ମହାବିଦ୍ୟାଳୟ ପରିସରରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଅମୂଲ୍ୟ କୁମାର ପରିଡ଼ା ଉତ୍ସବର ପୌରୋହିତ୍ୟ କରି ନବାଗତ ଛାତ୍ରଛାତ୍ରୀମାନେ ଅନୁଷ୍ଠାନର ମର୍ଯ୍ୟାଦା ରକ୍ଷାକରିବା ସହ ଶୃଙ୍ଖଳିତ ଭାବେ ଲକ୍ଷ୍ୟ ସ୍ଥିରକରି ଜୀବନପଥରେ ଆଗେଇ ଯିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଓଡ଼ିଆ ବିଭାଗ ମୁଖ୍ୟ ଡକ୍ଟର ବିଶ୍ୱରଂଜନ ଦାସ, ବାଣିଜ୍ୟ ବିଭାଗମୁଖ୍ୟ ଅଧ୍ୟାପକ ତପନ କୁମାର ନାୟକ, ଗୃହବିଜ୍ଞାନ ମୁଖ୍ୟା ଅଧ୍ୟାପିକା ହୀରକଲତା ଦାଶ, ପରିସଂଖ୍ୟାନ ବିଭାଗ ମୁଖ୍ୟ ଅଧ୍ୟାପକ ପ୍ରଦୀପ କୁମାର ମିଶ୍ର, ଉର୍ଦ୍ଦୁ ବିଭାଗ ମୁଖ୍ୟ ଏମ୍‌.ଡି. ଇସ୍ରାଏଲ, ଅର୍ଥଶାସ୍ତ୍ର ବିଭାଗ ମୁଖ୍ୟା ଅପସାନା ବେଗମ୍ ଓ ଅଧ୍ୟାପିକା ଆକାଂକ୍ଷା ଚାନ୍ଦ, ରାଜନୀତି ବିଜ୍ଞାନ ଅଧ୍ୟାପକ ଦେବାଶିଷ ଦାସ, ସମାଜବିଜ୍ଞାନ ଅଧ୍ୟାପକ ରାମଚନ୍ଦ୍ର ବେହେରା, ଇତିହାସ ବିଭାଗ ଅଧ୍ୟାପକ ଲୋକେଶ ବଗର୍ତୀ, ଇଂରାଜୀ ବିଭାଗ ମୁଖ୍ୟ ଅଧ୍ୟାପକ ଦୀପକ କୁମାର ପଣ୍ଡା ପ୍ରମୁଖ ନିଜ ନିଜ ବିଭାଗର ଶୈକ୍ଷିକ ବୈଶିଷ୍ଟ୍ୟ ଓ ଅନୁଷ୍ଠାନର ବହୁବିଧ ଶିକ୍ଷାପ୍ରଣାଳୀ ଉପରେ ବକ୍ତବ୍ୟ ମାଧ୍ୟମରେ ନବାଗତଙ୍କୁ ଅବଗତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଉଭୟ କଳା, ବିଜ୍ଞାନ ଓ ବାଣିଜ୍ୟରେ ନୂତନ ଭାବେ ନାମଲେଖାଇଥିବା ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ସୁରକ୍ଷାକର୍ମୀ ରଂଜନ କୁମାର ଗିରି ଆଭ୍ୟନ୍ତରୀଣ ସୁରକ୍ଷା ଦିଗ ଉପରେ ଆଲୋକପାତ କରିଥିଲେ ଓ ଐଶ୍ୱର୍ଯ୍ୟ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.