Home ଜିଲ୍ଲା ପରିକ୍ରମା ପାଳସାହି ଏବଂ ରଇପୁର ଅଂଚଳ ରେ ମହାସମାରୋହେ ଘୋଷଯାତ୍ରା ପାଳିତ

ପାଳସାହି ଏବଂ ରଇପୁର ଅଂଚଳ ରେ ମହାସମାରୋହେ ଘୋଷଯାତ୍ରା ପାଳିତ

8

ଭଦ୍ରକ, ୨୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକ ଅନ୍ତର୍ଗତ ପାଳସାହି ଏବଂ ରଇପୁର ଅଂଚଳ ରେ ମହାସମୋରୋହ ସହକାରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଳିତ ହୋଇ ଯାଇଅଛି । ଦୀର୍ଘ ୨୭ ବର୍ଷ ଧରି ପାଳିତ ହୋଇ ଆସୁଥୁବା ଉକ୍ତ ରଥଯାତ୍ରା ଚଳିତ ବର୍ଷ ପାଗ ଖୁବ ଅନୁକୂଳ ଥିବାରୁ ମହା ସମାରୋହ ସହକାରେ ପାଳିତ ହୋଇ ଥିଲା। ଅପରାହ୍ନ ଚାରି ଘଟିକା ସମୟ ମଧ୍ୟରେ ରଇପୁର ଗ୍ରାମରେ ଥିବା ବହୁ ପୁରାତନ ପ୍ରଭୂ ଜଗନ୍ନାଥ ଙ୍କ ମନ୍ଦିର ରେ ରୀତିକାନ୍ତି ଅନୁଯାଇ ପୂଜାପାଠ ପୂର୍ବକ ଠାକୁର ରଜା ଆସିଷ୍ଟାଣ୍ଡ ଚିଫ ଇଞ୍ଜିନିୟର ଶ୍ରୀଯୁକ୍ତ ହେମନ୍ତ କୁମାର ମିଶ୍ର ଙ୍କ ଦ୍ୱାରା ଛେରା ପହରା ପୂର୍ବକ କ୍ରମା ନୋୟରେ ତିନି ଠାକୁର ଙ୍କୁ ରଥାରୁଡ଼ କରା ଯାଇଥିଲା ।ପ୍ରଭୂ ଙ୍କ ର ରଥାରୁଡ଼ ହେବାପରେ ଘଂଟା ଘଂଟି, ମୁର୍ଦଳ, ତୁରୀମହୁରୀ ଢୋଲ ଏବଂ ମୁର୍ଦଳ ସାଙ୍ଗକୁ ଋଣ୍ଡିଭୂତ ହୋଇଥିବା ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ର ହରିବୋଲ ଏବଂ ହୁଳହୁଳି ଶବ୍ଦ ରେ ସତେ ଯେପରି ତିନିପୁର ଉଛୁଳି ପଡ଼ୁଥୁଲା। ରଇପୁର ଗ୍ରାମ ଠାରୁ ବେତାଳିଗାଁ ମାଉସୀ ମା ମନ୍ଦିର ର ଦୂରତ୍ୱ ଦୁଇ କିଲୋ ମିଟର ରାସ୍ତାର ପାର୍ଶ ରେ ଥିବା ଗଛବୃଛ ମାନ ସତେ ଯେପରି ତିନି ଠାକୁର ଙ୍କୁ ପାଛୋଟି ନେଉଥିବା ପରି ମନେ ହେଉଥିଲା । ସହ ସହ କୁନି କୁନି ପିଲା ମାନଙ୍କ ପାଇଁ ଷଣ୍ଡ ଲଢେଇ ଏବଂ ବଣମଣିଷ ଙ୍କ ର ଅଭିନୟ ଖୁବ ମନୋରଞ୍ଜନ ର ଖୁରାକ ଯୋଗାଉଥିଲା । ମାଉସୀ ମା ମନ୍ଦିର ରେ ଠାକୁର ଙ୍କ ରଥ ବିଜେ ହେବା କ୍ଷଣୀ ରୀତିକାନ୍ତି ଅନୁସାରେ ଠାକୁର ରଜା ଙ୍କ ଦ୍ୱାରା ଛେରା ପହରା କରାଯାଇ କ୍ରମନୟରେ ତିନି ଠାକୁର ଙ୍କୁ ସିଂହାସନ ରେ ବିଜେ କରାଯାଇ ଥିଲା। ପ୍ରଭୂ ଙ୍କ ର ଏହି ରଥ ଯାତ୍ରା ମହୋତ୍ସବରେ ଯୋଗଦାନ କରି ପ୍ରଭୂ ଙ୍କ ସାନ୍ନିଧଲାଭ କରିଥିଲେ ଠାକୁର ଙ୍କ ର ପୂର୍ବତନ ରଜା ଇଞ୍ଜିନିୟର ଶ୍ରୀଯୁକ୍ତ ନରହରି ତ୍ରିପାଠୀ,ସୁଷମା ରାଣୀ ତ୍ରିପାଠୀ, ରାଣୀ ଶ୍ରୀମତୀ ମୀନାରା ତ୍ରିପାଠୀ, ବ୍ଲକ କଂଗ୍ରେସ ସଭାପତି ପୂର୍ବତନ ସମିତି ସଭ୍ୟ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ବେହେରା, ସରପଂଚ ଜଗତାନନ୍ଦ ସେଠୀ, ଅଜୟ କୁମାର ମଳିକ, ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ସୁଶାନ୍ତ କୁମାର ନାୟକ, ଅନିଲ କୁମାର ଦାସ, ଭାଗିରଥି ମହାନ୍ତି, ଅନନ୍ତ କିଶୋର ମହାନ୍ତି,ପୂର୍ବତନ ସମିତି ସଭ୍ୟ ଶ୍ରୀଯୁକ୍ତ ଗୋପାଳ ଚରଣ ମଳିକ, ଭାଗବତ ଖଟୁଆ, ନିମାଇଁ ଚରଣ ସାହୁ ଙ୍କ ସମେତ ଅଞ୍ଚଳ ର ବହୁ ମାନ୍ୟଗନ୍ୟ ବ୍ୟକ୍ତି ମାନେ। ସର୍ବୋପରି ଏହି ପବିତ୍ର ରଥଯାତ୍ରାକୁ ପ୍ର୍ରାହ୍ମ ରୁ ଶେଷ ପର୍ଯନ୍ତ ସୁଚାରୁ ରୂପେ ପରିଚାଳନା କରିଥିଲେ ଗୁଣ୍ଡୁଚି ମାଉସୀ ମା ମନ୍ଦିର ପୂଜା କମିଟି ଏବଂ ରଇପୁର ରଥଯାତ୍ରା ପୂଜା କମିଟି ର ସମସ୍ତ ସଦଶ୍ୟ ଏବଂ କର୍ମକର୍ତା ଙ୍କ ସମେତ ଧୂଷୁରୀ ଥାନା ର ଭାରପ୍ରାପ୍ତ ଅଧିକାରୀ ଙ୍କ ସମେତ ଅନ୍ୟ ଅଧିକାରୀ ମାନେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.