Home ଜିଲ୍ଲା ପରିକ୍ରମା ପାର୍ବତୀ ବିଶ୍ୱାଳ ଥିଲେ ଶିକ୍ଷା ଜଗତର ନିରଳସ ସାଧିକା

ପାର୍ବତୀ ବିଶ୍ୱାଳ ଥିଲେ ଶିକ୍ଷା ଜଗତର ନିରଳସ ସାଧିକା

8

ଭଦ୍ରକ, ୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ଥାନୀୟ ସଂସ୍କୃତି ଭବନ ଠାରେ ବିଶିଷ୍ଟ ସାହିତ୍ୟିକା, ଶିକ୍ଷୟିତ୍ରୀ ତଥା ଭଣ୍ଡାରିପୋଖରୀ ବିଧାୟକଙ୍କ ଶାଶୁ ସ୍ୱର୍ଗତ ପାର୍ବତୀ ବିଶ୍ୱାଳ ଥିଲେ ଶିକ୍ଷା ଓ ସାହିତ୍ୟ ଜଗତର ଜଣେ ନିରଳସ ସାଧିକା ବୋଲି ତାଙ୍କ ଶ୍ରାଦ୍ଧ ଦିବସରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ପ୍ରଭାତ ଜେନା, ମୋହନ ଚରଣ ଖିଲାର, କବି ବିଜୟ ବହଳୀ, କବି ରତିକାନ୍ତ ବେହେରା ଓ ପ୍ରୀତିରଞ୍ଜନ ଜେନା ପ୍ରମୁଖଙ୍କ ପରିଚାଳନାରେ ଏବଂ ବରିଷ୍ଠ ସାହିତ୍ୟିକା ପ୍ରଭାତ ନଳିନୀ ମହାପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥି ଭାବେ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ, ସ୍ୱତନ୍ତ୍ର ଅତିଥି ଭାବେ ତ୍ୟାଗଭୂମି ସମ୍ପାଦକ ଅଜୟ ନାୟକ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଶିବ ଚରଣ ଖମୁରାଇ ଓ ସମ୍ମାନନୀୟ ଅତିଥି ଭାବେ ଡ.କୃପାସିନ୍ଧୁ ନାୟକ, ଶାନ୍ତନୁ କୁମାର ରାଉତ ଓ ସମ୍ମାନନୀୟ ବକ୍ତା ଭାବରେ ନିରଞ୍ଜନ ବିଶ୍ୱାଳ ଯୋଗଦାନ କରି ସାଧିକା ପାର୍ବତୀ ବିଶ୍ୱାଳଙ୍କ ସାହିତ୍ୟ କୃତି ଉପରେ ଆଲୋକପାତ କରିଥିଲେ । ଅତିସ ବେହେରା ମଂଚ ସଂଯୋଜନା କରିଥିବା ବେଳେ ମଂଚ ଆମନ୍ତ୍ରଣ କରିଥିଲେ କବୟିତ୍ରୀ ସରୋଜିନୀ ନାୟକ,ଅତିଥି ପରିଚୟ ପ୍ରଦାନ କରିଥିଲେ ଅଧ୍ୟାପିକା ଉଷାରଣୀ ଜେନା ଓ ସ୍ୱାଗତ ଭାଷଣ ଦେଇଥିଲେ ଅଧ୍ୟାପିକା ମମତା ସାହୁ । ପ୍ରଥମ ଅଧିବେଶନରେ କବିତା ପାଠତ୍ସୋବ କବୟିତ୍ରୀ ଗୀତାରାଣୀ ଆଇଚଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ନାଟ୍ୟଶ୍ରୀ ନିର୍ମଳ ରାଉତ,ସମ୍ମାନୀୟ ଅତିଥି ଭାବେ ନାଟ୍ୟ ନିର୍ଦ୍ଦେଶକ ଗୌରାଙ୍ଗ ଚରଣ ବାରିକ, କବି ଗୋକୁଳାନନ୍ଦ ରାଉତ ଯୋଗ ଦେଇଥିବା ବେଳେ ସ୍ୱତନ୍ତ୍ର ଅତିଥି ଭାବେ ସୁରୁଚି ପ୍ରଭା ଦାଶ ବୋଉ ଉପରେ ଏକ କବିତା ପଢିଥିଲେ । କବିତା ପାଠ ସଂଯୋଜନା କରିଥିଲେ ଜାନକୀ ପାଢ଼ୀ ଓ ଅରୁପାନନ୍ଦ ନାୟକ । ଏହି କବିତା ପାଠ ଉତ୍ସବ ରେ ପ୍ରାୟ ୩୦ ଜଣ କବି ଓ କବୟିତ୍ରୀ ସେମାନଙ୍କର ସ୍ୱରଚିତ କବିତା ପାଠ କରିଥିଲେ । ଏହି ଶ୍ରାଦ୍ଧ ବାର୍ଷିକ ସମାରୋହରେ ପାର୍ବତୀ ବିଶ୍ୱାଳଙ୍କୁ ଭଲ ପାଉଥିବା ବହୁ ଜ୍ଞାନୀ ଗୁଣୀ ଉପସ୍ଥିତ ଥିଲେ । ପରିଶେଷରେ ଶଙ୍କର୍ଷଣ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମନୋରମା ରାୟ ମାନପତ୍ର ପାଠ କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଆଡ଼ଭୋକେଟ ମନୋରଞ୍ଜନ ଦାଶ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.