Home ଜିଲ୍ଲା ପରିକ୍ରମା ପାରିବାରିକ କଳହରୁ ବିଷ ପିଇ ଡାକ୍ତରଖାନାରେ ଜୀବନ ସହ ସଂଘର୍ଷ କରୁଥିବା ବେଳେ ଘରେ କଳା...

ପାରିବାରିକ କଳହରୁ ବିଷ ପିଇ ଡାକ୍ତରଖାନାରେ ଜୀବନ ସହ ସଂଘର୍ଷ କରୁଥିବା ବେଳେ ଘରେ କଳା କନା ବୁଲେଇଲେ ଦୁର୍ବୁତ୍ତ

136

ବାହାନଗା, ୩ା୭(ଭୋତୀ ଦାସ / ଓଡ଼ିଆ ପୁଅ ) ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଗୋପାଳପୁର ଫାଣ୍ଡି ଅଧିନ ଝଳଝଳିଆ ଗ୍ରାମର ଯଦୁନାଥ ସେନାପତିଙକ ପୁଅ ବିଜୟ କୁମାର ସେନାପତି ଓ ତାଙ୍କ ସ୍ତ୍ରୀ ଅରୁନ୍ଧତୀ ସେନାପତି ଏକ ପାରିବାରିକ କଳହରୁ ବିଷ ପିଇ ଜୀବନ ସହ ସଂଘର୍ଷ କରୁଥିବା ସମୟରେ ଏହି ସୁଯୋଗରେ ତାଙ୍କ ଘରେ କେହି ଦୁର୍ବୁତ୍ତ ମଙ୍ଗଳବାର ରାତିରେ ଚାବି ଭାଙ୍ଗି ପଶି କଳା କନା ବୁଲାଇ ଦେଇଥିବାର ବିଜୟ ଉପସ୍ଥିତ ହୋଇ ଗୋପାଳପୁର ଫାଣ୍ଡିରେ ଲି୍‌ଖିତ ଅଭିଯୋଗ କରିଥିବାର ଜଣାପଡ଼ିଛି । ସୂଚନା ଅନୁସାରେ ବିଜୟ ନିଜର ପାରିବାର ଏକ ଡାଲା ଅଟୋ ଚଳାଇ ପୋଷଣ କରେ । ନଅଣ୍ଟିଆ ପରିବାର ଚଳାଇବା ପାଇଁ ତାଙ୍କ ସ୍ତ୍ରୀ ଅରୁନ୍ଧତି କିଛି ଟଙ୍କା ଋଣରେ ପ୍ରାଇଭେଟ ବ୍ୟାଙ୍କରୁ ମାସିକ କିସ୍ତିରେ ନେଇ ମାସିକ ମାସିକ କିସ୍ତି ଦେଇ ଆସୁଥିଲେ । ବିଜୟ ନିଜର ଅଟୋଟି ବ୍ୟାଙ୍କ ଫାଇନାନ୍ସରେ ନେଇ ମାସିକ କିସ୍ତି ଦେଉଥିଲେ । ଫଳରେ ଅଭାବ ଓ ଟଙ୍କା କିସ୍ତି ଦେବା ପାଇଁ ସ୍ୱାମୀ ବିଜୟ ଓ ସ୍ତ୍ରୀ ଅରୁନ୍ଧତୀ ଙ୍କ ମଧ୍ୟରେ ଝଗଡ଼ା ହୋଇ ଉଭୟ ବିଷ ପିଇ ଥିଲେ । ବିଷ ପିଇବା ଦେଖି ତାଙ୍କ୫ବର୍ଷର ପୁଅ ଓମ୍ ପ୍ରକାଶ ବିଷ ଛଡ଼ା ଛଡ଼ି କରୁ ଥିବା ଅବସ୍ଥାରେ ବିଷ ତାଙ୍କ ମୁହଁରେ ପାଟିରେ ପଡ଼ି ଯାଇଥିଲା । ଫଳରେ ଦମ୍ପତି ଓ ପୁଅ ଗୁରୁତର ହୋଇଥିଲେ । ଏହା ଜାଣି ସ୍ଥ।।ନୀୟ ଲୋକେ ତାଙ୍କୁ ପ୍ରଥମେ ଗୁରୁତର ଅବସ୍ଥାରେ ଗୋପାଳପୁର ଓ ପରେ ବାଲେଶ୍ୱର ସଦର ହସପିଟାଲରେ ଭର୍ତ୍ତି କରାଇ ଥିଲେ । ପୁଅ ଓମ ପ୍ରକାଶ ଭଲ ଥିବାର କହି ଡାକ୍ତର ତାଙ୍କୁ ଘରକୁ ପଠାଇ ଦେଇଥିବା ବେଳେ ବିଜୟ ୩ତାରିଖ ଶନିବାର ଡିସଚାର୍ଜ ହୋଇ ଥିଲେ । ସ୍ତ୍ରୀ ଅରୁନ୍ଧତୀ ଗୁରୁତର ହୋଇ ମରଣ ସହ ସଂଗ୍ରାମ କରୁଥିବାର ଜଣାପଡ଼ିଛି । ତେବେ ପୁଅ ଓମ ପ୍ରକାଶ ଖନ୍ତାପଡ଼ା ତାର ମାଉସୀ ଘରେ ସୁରକ୍ଷିତ ରହିଥିବାର ଜଣାପଡ଼ିଛି । ତେବେ ହସପିଟାଲରୁ ବିଜୟ ଆସି ନିଜ ଘରେ ହୋଇ ଥିବା ଚୋରୀ ପାଇଁ ଏକ ଲିଖିତ ଅଭିଯୋଗ ଗୋପାଳପୁର ଫାଣ୍ଡିରେ ଦେଇଥିବାର ଜଣାପଡ଼ିଛି । ତେବେ ଚୋରୀ ଦିନ ରାତିରେ ଚୋରୀ ହୋଇଥିବାର ଖବର ବିଜୟଙ୍କ ପଡ଼ୋଶୀ ଜାଣିବା ପରେ ଗୋପାଳପୁର ପୋଲିସ ଘଟଣା ସ୍ଥଳରେ ତଦନ୍ତ କରିଥିବାର ଜଣାପଡ଼ିଛି । ତେବେ ବିଜୟଙ୍କ ଘର ଗଡ଼େରେଜ ଓ ଡ୍ରେସିଂ ଟେବୁଲ ଡ୍ର ଭାଙ୍ଗା ଯାଇଛି । ତେବେ ଅଭିଯୋଗ ଅନୁସାରେ ସୁନା ଗହଣା, ରୂପା ଗହଣା,ଗାଡ଼ି କିସ୍ତି ପାଇଁ ରଖିଥିବା ଟଙ୍କା ଏବଂ ଅଟୋର ବେଟେରୀ ଯାହକି ବିଲରୁ ମିଳିଛି ଏବଂ କାଗଜପତ୍ର ଖେଳାଇଥିବା ଅଭିଯୋଗରେ ଦର୍ଶାଇ ଛନ୍ତି । ତେବେ ଅଭିଯୋଗ ପରେ ଗୋପାଳପୁର ପୋଲିସ ତଦନ୍ତ କରୁଥିବାର ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.