Home ଜିଲ୍ଲା ପରିକ୍ରମା ପାରିବାରିକ କଳହକୁ ନେଇ ହତ୍ୟା ଅଭିଯୋଗ

ପାରିବାରିକ କଳହକୁ ନେଇ ହତ୍ୟା ଅଭିଯୋଗ

30

ଭଦ୍ରକ, ୨୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ପୀରହାଟ ଥାନା ଦୌଲତପୁର ପଞ୍ଚାୟତ ଅଧିନ ଖେଦରପୁର ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଏକ ପାରିବାରିକ କଳହକୁ ନେଇ ଗଣ୍ଡଗୋଳ ଉପୁଜିଥିଲା। ଏହି ଗଣ୍ଡଗୋଳରେ ବାବୁଆ ଦାସ (୫୦) ନାମକ ଜଣେ ବ୍ୟକ୍ତିଙ୍କୁ ତାଙ୍କ ପରିବାର ଲୋକ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ବାବୁଆ ଦାସଙ୍କ ମା’ ବେଙ୍ଗ ଦାସଙ୍କ ଅଭିଯୋଗ କ୍ରମେ ପୁଲିସ ୧୯୬/୨୨ ଦଫା ୩୦୨, ୩୦୭, ୩୨୩, ୩୨୪, ୩୨୫, ୩୨୬, ୩୪୨, ୫୦୬ ଓ ୩୪ ଆଇପିସି ବଳରେ ଏକ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛି। ପ୍ରକାଶ ଯେ, ଖେଦରପୁର ଗ୍ରାମର ବାବୁଆ ଦାସ ଓ ତାଙ୍କ ପରିବାର ମଧ୍ୟରେ ଦୀର୍ଘଦିନ ହେବ ପାରିବାରିକ କଳହ ଲାଗି ରହିଥିଲା। ଅନେକ ସମୟରେ ବାବୁଆଙ୍କ ସ୍ତ୍ରୀ ବାବୁଆଙ୍କ ପାଖରେ ନରହି ତାଙ୍କ ବାପଘରେ ରହୁଥିଲେ। ଗତକାଲି ବାବୁଆ ଘର ବାହାରେ ଏକ ଭୋଜି ଖାଇ ଶୋଇଥିଲେ। ଏହାପରେ ରାତିରେ ଏହିକଳହ ଉଗ୍ରରୂପ ନେଇଥିଲା। ଯାହାଫଳରେ ବାବୁଆ ଦାସଙ୍କୁ ତାଙ୍କ ପତ୍ନୀ, ତିନି ପୁଅ ଓ ଝିଅ ମିଶି ମରଣାନ୍ତକ ଆକ୍ରମଣ କରିଥିଲେ। ଫଳରେ ବାବୁଆ ଗୁରୁତର ଆହତ ହୋଇଥିଲେ। ବାବୁଆଙ୍କୁ ଗୁରୁତର ଅବସ୍ଥାରେ ସଂପର୍କୀୟ ମଣ୍ଟୁ ତାଙ୍କୁ ଉଦ୍ଧାର କରି ପ୍ରଥମେ ତିହିଡ଼ି ପରେ ଭଦ୍ରକ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବାବୁଆଙ୍କର ଗୁରୁବାର ସକାଳେ ମୃତ୍ୟୁ ହୋଇଥିଲା। ଖବର ପାଇ ପୀରହାଟ ଥାନା ଆଇଆଇସି ଗୟାଧର ବେହେରା ଡାକ୍ତରଖାନାରେ ପହଞ୍ôଚ ଶବ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ତେବେ ଏହି ଘଟଣାକୁ ମୃତକଙ୍କ ମାଆ ପୀରହାଟ ଥାନାରେ ଲିଖିତ ଅଭିଯୋଗ ପରେ ସ୍ଥାନୀୟ ପୁଲିସ୍ ଗୋଟିଏ ପୁଅକୁ ଅଟକ ରଖି ଅଧିକ ତଦନ୍ତ କରୁଛି। ପରକ୍ରିୟା ପ୍ରୀତି ଯୋଗୁଁ ଏଭଳି ଘଟଣା ଘଟିଥିବା ସନ୍ଦେହ କରାଯାଉଥିବାବେଳେ ପୁଲିସ୍ ତଦନ୍ତ ପରେ ସ୍ପଷ୍ଟ ସୂଚନା ଆସିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.