Home ଜିଲ୍ଲା ପରିକ୍ରମା ପାରିବାରିକ କଳହକୁ ନେଇ ଯୁବକଙ୍କ ଆତ୍ମହତ୍ୟା

ପାରିବାରିକ କଳହକୁ ନେଇ ଯୁବକଙ୍କ ଆତ୍ମହତ୍ୟା

101

ବଲାଙ୍ଗୀର, ୧୧-୦୮ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ସଇଁନ୍ତଳା ବ୍ଲକ୍ ର ଟିକ୍ରାପଡ଼ା ଗ୍ରାମର କୈଳାସ ବିଶ୍ୱାଳ(ପପୁ) ନାମକ ଜଣେ ଯୁବକ (୨୮)ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ ଯେ, ଘରେ ସୋମବାରଦିନ କୌଣସି କଥାକୁ ନେଇ କୈଳାସ ପରିବାର ଲୋକଙ୍କ ସହ ଯୁକ୍ତିତର୍କ କରିଥିଲେ। ଏହାପରେ ଘର ଭିତରକୁ ଯାଇ ଫ୍ୟାନରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଦେଇଥିଲେ। ପରେ ପରିବାର ଓ ପଡିଶା ଲୋକଙ୍କ ସହ ମିଶି କବାଟ ଭାଙ୍ଗି ସବ ଉଦ୍ଧାର କରିଥିଲେ। ଏ ନେଇ ଟିକ୍ରାପଡା ଫାଣ୍ଡି ଅଧିକାରୀ ଏପି ସାହୁ ଏକ ମାମଲା ଦାୟର କରି ତଦନ୍ତ ଆରମ୍ଭ କରିଥିବା ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.