ନୂଆଦିଲ୍ଲୀ,୦୨/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଆଜି ଅନ୍ଲଫୁଲ ଆକ୍ଟିଭିଟିସ୍ ପ୍ରିଭେନ୍ସନ ଆକ୍ଟ-ୟୁଏପିଏ ସଂଶୋଧନ ବିଲ୍ ସଂସଦରେ ଗୃହୀତ ହୋଇଛି । ପାରିତ ହେବା ପରେ ବିଲ୍ ସପକ୍ଷରେ ୧୪୭ଟି ଓ ବିପକ୍ଷରେ ୪୨ଟି ଭୋଟ ପଡ଼ିଛି।
ତେବେ ପୂର୍ବରୁ ଏହା ଲୋକସଭାରେ ପାସ୍ ହୋଇଥିଲା । ଆଜି ରାଜ୍ୟସଭାରେ ଗୃହୀତ ହୋଇଛି। ସଂଶୋଧନକୁ କଂଗ୍ରେସ ବିରୋଧ କରୁଥିବା ବେଳେ ଉଭୟ ଲୋକସଭା ଓ ରାଜ୍ୟସଭାରେ ବିଜେଡି ଏହାକୁ ସମର୍ଥନ କରିଥିଲା। ପୁରୁଣା ନିୟମରେ ଡିସିପି କିମ୍ବା ଏପିସି କିମ୍ବା ଏହାଠାରୁ ଅଧିକ ର୍ୟାଙ୍କର ଅଧିକାରୀ ତଦନ୍ତ କରି ପାରୁଥିଲେ। ନୂଆ ନିୟମରେ ଆତଙ୍କବାଦ ସଂଜ୍ଞାର ପରିସର ବ୍ୟାପକ କରାଯାଇଛି।