Home କେନ୍ଦ୍ରାପଡ଼ା ପାରାଦୀପ – ହରିଦାସପୁର ରେଲୱେ ଠିକାଦାରଙ୍କୁ ଅପହରଣ ଅଭିଯୋଗ

ପାରାଦୀପ – ହରିଦାସପୁର ରେଲୱେ ଠିକାଦାରଙ୍କୁ ଅପହରଣ ଅଭିଯୋଗ

40

କେନ୍ଦ୍ରାପଡା ୩୦/୭(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ହରିଦାସପୁର-ପାରାଦୀପ ରଲେୱେ ଠିକାଦାରଙ୍କୁ ବନ୍ଧୁକ ମୁନରେ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଦାଦାବଟି ମାଗି ନଦେବାରୁ ରଲେୱେର ଯୁବ ଠିକାଦାରଙ୍କୁ ବନ୍ଧୁକ ମୁନରେ ଅପହରଣ କରାଯାଇଥିଲା। ଅଭିଯୋଗ ଅନୁଯାଇ ମାର୍ଶାଘାଇ ଥାନା ଅନ୍ତର୍ଗତ ଯଦୁପୁର ଗ୍ରାମର ହରିଦାସପୁର-ପାରାଦୀପ ରଲେୱେ ଠିକାଦାର ଭିକାରୀ ବେହେରା ଓରଫ ମଂଟୁଙ୍କୁ ତାଙ୍କ ଘରୁ ୪ଜଣ ଯୁବକ ଏକ କାର ଯୋଗେ ବନ୍ଧୁକ ଦେଖାଇ ଅପହରଣ କରିନେଇଥିଲେ। କିନ୍ତୁ ଠିକାଦାର ଜଣଙ୍କ ସାହସିକତା ପ୍ରଦର୍ଶନ କରି ଧକ୍କାମାରି ଚଳନ୍ତା କାରରୁ ଡେଇଁ ପଡିଥିଲେ। ଦୁର୍ବୁତଙ୍କ କବଳରୁ ରକ୍ଷା ପାଇଯାଇଥିବା ଭିକାରୀ ମାର୍ଶାଘାଇ ଥାନାରେ ଅଭିଯୋଗ କରିବା ପରେ ଏକ ଅପହରଣ ଉଦ୍ୟମ ମାମଲା ଥାନାରେ ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିବା ଥାନାର ଭାରପ୍ରାପ୍ତ ଇନିସପେକ୍ଟର କାଳନ୍ଦି ବେହେରା ସୂଚନା ଦେଇଛନ୍ତି। ବହୁଶୀଘ୍ର ସଂପୃକ୍ତ ଦୁର୍ବୁତମାନେ ଧରାପଡିବେ ବୋଲି ଥାନା ଅଧିକାରୀ ଶ୍ରୀ ବେହେରା କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.