Home Top News ପାନାମା ପେପର ଲିକ୍ ମାମଲାରେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ଇଡିର ସମନ ଜାରୀ

ପାନାମା ପେପର ଲିକ୍ ମାମଲାରେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ଇଡିର ସମନ ଜାରୀ

65

ନୂଆ ଦିଲ୍ଲୀ ୨୦ -୧୨ (ଓଡ଼ିଆ ପୁଅ) ପାନାମା ପେପର ଲିକ୍ ମାମଲାରେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ସମନ ଜାରୀ କରି ହାଜର ହେବାକୁ କହିଛି। ଏବେ ଐଶ୍ୱର୍ଯ୍ୟାଙ୍କୁ ଇଡି ଆଗରେ ହାଜର ହେବାକୁ ପଡ଼ିବ। ସୂଚନାଯୋଗ୍ୟଯେ, ପାନାମା ପେପର ଲିକରେ ବଚ୍ଚନ ପରିବାରର ନାମ ପ୍ରକାଶ ପାଇଥିଲା। ଅନେକ ସେଲିବ୍ରିଟିଙ୍କ ନାମ ପଦାକୁ ଆସିବା ପରେ ଇଡି ତଦନ୍ତ ଜାରି କରି ମନି ଲଣ୍ଡରିଂ ମାମଲା ଦାୟର କରିଥିଲା। ଏହି ସଂପର୍କରେ ସମନ ଜାରି କରାଯାଇଛି ବୋଲି ଜଣାପଡ଼ିଛି। ଐଶ୍ୱର୍ଯ୍ୟା ରାୟ ବଚ୍ଚନ କିମ୍ବା ବଚ୍ଚନ ପରିବାରର ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଗଣମାଧ୍ୟମକୁ ଆସିନାହିଁ। କୁହାଯାଉଛି ଯେ ଅମିତାଭ ବଚ୍ଚନଙ୍କୁ ଡକାଯାଇପାରେ।

ନଈ ଦୁନିଆରେ ପ୍ରକାଶିତ ଏକ ଖବର ଅନୁଯାୟୀ, ପାନାମା ପେପର୍ସ ଲିକ୍ ମାମଲାରେ ୧୦ ଜଣ ଭାରତୀୟଙ୍କର ନାମ ସାମ୍ନାକୁ ଆସିଛି।

ଐଶ୍ୱର୍ଯ୍ୟା ରାୟ ବଚ୍ଚନ: ଅଭିନେତ୍ରୀଙ୍କୁ ତାଙ୍କ ଭାଇ ଏବଂ ପିତାମାତାଙ୍କ ସହ ଆମିକ୍ ପାର୍ଟନର୍ସ ଲିମିଟେଡର ନିର୍ଦ୍ଦେଶକ ଭାବରେ ତାଲିକାଭୁକ୍ତ କରାଯାଇଥିଲା।

ଅମିତାଭ ବଚ୍ଚନ: ଅଭିନେତାଙ୍କୁ ବ୍ରିଟିଶ ଭର୍ଜିନିଆ ଦ୍ୱୀପପୁଞ୍ଜର ଗୋଟିଏ କମ୍ପାନୀରେ ଏବଂ ବାହାମାସରେ ତିନିଟି କମ୍ପାନୀରେ ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରାଯାଇଥିବା ଜଣାପଡ଼ିଛି।

କେପି ସିଂ: ପାନାମା ପେପର ଲିକ୍ ରେ DLF ର ପ୍ରମୋଟରଙ୍କ ନାମ ମଧ୍ୟ ଥିବା ଆକଳନ କରାଯାଇଛି।

ଅଜୟ ଦେବଗନ୍: ରିପୋର୍ଟ ଅନୁଯାୟୀ, ୨୯ ଅକ୍ଟୋବର ୨୦୧୩ ରେ ବ୍ରିଟିଶ ଭର୍ଜିନିଆ ଦ୍ୱୀପପୁଞ୍ଜରେ ମେରିଲେବୋନ ଏଣ୍ଟରଟେନମେଣ୍ଟ ଲିମିଟେଡର ମୂଳ ଅଂଶୀଦାର ଥିଲେ ଲଣ୍ଡନ ସ୍ଥିତ ହାସନ ଏନ ସାୟାନି। ଖବର ଅନୁଯାୟୀ ଦେବଗାନ୍ ସେହି ଦିନ ପୁରା ଅଂଶଧନ କିଣିଥିଲେ।

ବିନୋଦ ଆଦାନୀ: ସେ ଗୌତମ ଆଦାନୀଙ୍କ ଭାଇ।

ଶିଶିର କୁମାର ବାଜୋରିଆ: ପାନାମା ପେପର ଲିକରେ କୋଲକାତା ଭିତ୍ତିକ ବ୍ୟବସାୟୀଙ୍କ ନାମ ଦେଖାଦେଇଛି।

ଅନୁରାଗ କେଜ୍ରିୱାଲ: ସେ ୨୦୧୪ ରେ ବହିଷ୍କୃତ ହେବା ପର୍ଯ୍ୟନ୍ତ ଲୋକ ସତ୍ତା ପାର୍ଟିର ଦିଲ୍ଲୀ ୱିଙ୍ଗର ସଭାପତି ଥିଲେ।

ରବିନ୍ଦ୍ର କିଶୋର ସିହ୍ନା: ପାନାମା ପେପର ଲିକରେ ପୂର୍ବତନ ବିଜେପି ସାଂସଦ ରବିନ୍ଦ୍ର କିଶୋର ସିହ୍ନାଙ୍କ ନାମ ପ୍ରକାଶ ପାଇଛି। ଖବର ଅନୁଯାୟୀ, ସିହ୍ନା ଏକ ସଂଖ୍ୟାଲଘୁ ଅଂଶୀଦାର ଏବଂ SIS ଏସିଆ ପାସିଫିକ୍ ହୋଲ୍ଡିଂର ନିର୍ଦ୍ଦେଶକ ଥିଲେ, ଯାହା ୨୦୦୮ ରେ ମାଲ୍ଟାରେ ପଞ୍ଜୀକୃତ ହୋଇଥିଲା।

ନରେଶ ଗୋୟଲ: ଜେଟ ଏୟାରୱେଜର ପୂର୍ବତନ ଅଧ୍ୟକ୍ଷ ନରେଶ ଗୋୟଲଙ୍କୁ HSBC ତାଲିକାରେ ନାମିତ କରାଯାଇଥିବାବେଳେ ତାଙ୍କ ସହକର୍ମୀ ଦୁବାଇର ବ୍ୟବସାୟୀ ହସମୁଖ ଗାର୍ଡି ପାନାମା ପେପରରେ ଅନ୍ତର୍ଭୁକ୍ତ ହୋଇଥିଲେ।

ଜୟନ୍ତ ସିହ୍ନା: ପାନାମା ପେପର ଲିକ୍‌ ମାମଲାରେ ବିଜେପି ସାଂସଦ ଜୟନ୍ତ ସିହ୍ନାଙ୍କ ନାମ ମଧ୍ୟ ଅଛି। ICIJ ଦ୍ୱାରା କରାଯାଇଥିବା ଏକ ଅନୁସନ୍ଧାନରେ ଓମିଡିଆର ନେଟୱାର୍କ ସହିତ ଏହାର ଅନିୟମିତତା ହୋଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.