Home ଜିଲ୍ଲା ପରିକ୍ରମା ପାଣି ପାଇଁ ମେଘା ଅଫିସ ଆଗରେ ଧାରଣା ଦେବା ସହ ପି,ଏମ କୁ ଘେରାଉ କଲେ...

ପାଣି ପାଇଁ ମେଘା ଅଫିସ ଆଗରେ ଧାରଣା ଦେବା ସହ ପି,ଏମ କୁ ଘେରାଉ କଲେ ମହିଳା,କାହା ଅନୁକମ୍ପାରେ ଅବଧି ବଢିଚାଲିଛି ହେଲେ କାମ ସରୁନି , ୯୫ ପ୍ରତିଶତ ଅର୍ଥ ନେଇଯାଇଛି ହେଲେ କାମ ୫୦ ପ୍ରତିଶତ

28

 

ଭଦ୍ରକ, ୨୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପିଇବା ପାଣି ପାଇଁ ଭଦ୍ରକ ଜିଲା ଚାନ୍ଦବାଲି ବ୍ଳକ ଅନ୍ତର୍ଗତ ଓରାସାହି ପଞ୍ଚାୟତର ନେଢୁଆଳି ଗାଁର ଶତାଧିକ ମହିଳା ଓ ପୁରୁଷମାନେ ଗାଁ କୁ ମେଘା ପାଇପ ଲାଇନ ପାଣି ଯାଉନଥିବାରୁ ଚାନ୍ଦବାଲି ଏନ, ଏସ, ସି ଅନ୍ତର୍ଗତ କଲେଜ ପାଖରେ ଥିବା ମେଘା କମ୍ପାନୀ କାର୍ଯ୍ୟାଳୟ ଆଗରେ ଧାରଣା ଦେଇ ଆମକୁ ଦରକାର ପିଇବା ପାଣି ନାରା ଦେବା ସହ କମ୍ପାନୀ ପ୍ରୋଜେକ୍ଟ ମେନେଜରକୁ ଘେରାଉ କରିଥିଲେ । ନେଢୁଆଳି ଗାଁର ମହିଳାମାନେ ଦାବୀ କରିଥିଲେ କେବେ ପାଣି ସମସ୍ୟା ଦୂର ହେବ ,ଏକ ଲିଖିତ ଦେବା ପାଇଁ ଅଡ଼ି ବସିଥିଲେ। ଗାଁ ଲୋକଙ୍କ ଅଭିଯୋଗ ଅନୁଯାଇ ଦୀର୍ଘ ବର୍ଷ ହେଲା କାମ ଆରମ୍ଭ ହେବା ସତେ ଓରାସାହି ପଞ୍ଚାୟତ ର ନେଢୁଆଳି ଗାଁ କୁ ପାଇପ ଯୋଗେ ପାଣି ସଂଯୋଗ କରାଯାଉନି ଗାଁ ର ଗୋଟେ ତିୱାଲ ଉପରେ ନିର୍ଭର କରୁଛନ୍ତି ପାଖାପାଖି ୨୫୦ ପରିବାର ତେଣୁ ଗାଁ ଲୋକମାନେ ଖରା ଦିନେ ପିଇବା ପାଣି ପାଇଁ ବହୁ ହଇରାଣ ର ସମ୍ମୁଖୀନ ହେଉଛନ୍ତି କ୍ଷ ମେଘା କମ୍ପାନୀ କତୃପକ୍ଷ ଆଜି କାଲି କହି ଲୋକଙ୍କୁ ଠକି ଚାଲିଛନ୍ତି କ୍ଷ ତେଣୁ ସେମାନେ ନିରୂପାୟ ହେଇ ଆଜି ଅଫିସ ଆଗକୁ ଆସିବା ପାଇଁ ବାଧ୍ୟ୍ୟ ହେଲେ ବୋଲି କହିଛନ୍ତି ନେଢୁଆଳି ଗାଁ ର ଅମୁଲ୍ୟ ବିଶ୍ୱାଳ, ଅଭୟ ରାଉତ, ବଟକୃଷ୍ଣ ରାଉତ, ରେଣୁବାଳା ବିଶ୍ୱାଳ, ନିରୁପମା ରାଉତ, ସୁବାସିନୀ ସୂତାର, ଚୁମୁକି ପରିଡା, ପ୍ରଭାତୀ ରାଉତ, ମାନସୀ ବିଶ୍ୱାଳ, ଶାନ୍ତି ଲତା ରାଉତ, କବିତା କରଣ, ମିନତୀ ମାଝୀ ପ୍ରମୁଖ ଗ୍ରାମବାସୀ କ୍ଷ ପରେ କମ୍ପାନୀ ପ୍ରୋଜେକ୍ଟ ମେନେଜର ଉକ୍ତ ମହିଳା ଓ ପୁରୁଷମାନଙ୍କୁ ବୁଝା ସୁଝା କରି ଚଳିତ ମାସ ୩୦ ତାରିଖ ସୁଦ୍ଧା ସମସ୍ତଙ୍କ ଘରକୁ ପାଇପ ଲାଇନ ପାଣି ଯୋଗେଇ ଦିଆଯିବ ବୋଲି ଏକ କାଗଜରେ ଲିଖିତ ଦେବା ପରେ ଗ୍ରାମବାସୀମାନେ ଫେରିଆସିଥିଲେ କ୍ଷ ଦିବା ୯ଘଟିକା ରୁ ଆରମ୍ଭ ହୋଇ ପ୍ରାୟ ଦୁଇ ଘଣ୍ଟା ଧରି ଏହି କାର୍ଯ୍ୟକ୍ରମ ଚାଲିଥିଲା କ୍ଷ ସୂଚନା ଯୋଗ୍ୟ ଗ୍ରାମାଞ୍ଚଳର ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗେଇ ଦେବା ପାଇଁ ଆର, ଡବ୍ଲୁ, ଏସ ଏସ ପକ୍ଷରୁ ୨୦୧୮ ରେ ଆରମ୍ଭ ହୋଇଥିଲା ମେଘା ପାନୀୟ ଜଳ ପ୍ରକଳ୍ପ କ୍ଷ ମେଘା କମ୍ପାନୀ କୁ ଏହି କାମ ହସ୍ତାନ୍ତର କରାଯାଇଥିଲା କ୍ଷ ଏହି ପ୍ରକଳ୍ପର ଅବଧି ପ୍ରଥମେ ୨୦୨୨ ଡିସେମ୍ବର ପ୍ରଯ୍ୟନ୍ତ ଥିଲା ପରେ ପୁଣି ଆଉ ଏକ ବର୍ଷ ବଢିଥିଲା ଦୁଇଟି ଅବଧି ସରିଲା ପରେ ମଧ୍ୟ ଚାନ୍ଦବାଲି ଅଞ୍ଚଳର ୫୦ ପ୍ରତିଶତ ଗାଁକୁ ଏପ୍ରଯ୍ୟନ୍ତ ପାଣି ଯୋଗେଇ ପାରିନାହିଁ ବରଂ ପାଇପ ବିଛାଇ ବା ଆଳରେ ଗାଁ ରେ ସାଧାରଣ ରେ ଯିବା ଆସିବା ରାସ୍ତା ସବୁ ଖୋଳି ନଷ୍ଟ କରିଦେଇଛି ଏହି କମ୍ପାନୀ ହେଲେ ଆର, ଡବ୍ଲୁ, ଏସଏସ ବିଭାଗ ପକ୍ଷରୁ ସମ୍ପୂକ୍ତ ଠିକା ସଂସ୍ଥାକୁ ଅହେତୁକ ଅନୁକମ୍ପା ଦିଆଯାଇଛି । ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ଏଠାରେ ପାନୀୟ ଜଳର ଘୋର ସମସ୍ୟା ହେଉଥିବା ବେଳେ ଏବେ ଗ୍ରୀଷ୍ମ ଋତୁରେ ଜଳକଷ୍ଟ ଅସମ୍ଭାଳ ହୋଇପଡିଛି । ଏହି ପ୍ରକଳ୍ପ ପାଇଁ ୧୨୦୦ କୋଟି ବ୍ୟୟ ଅଟକଳ ହୋଇଥିବା ବେଳେ ସେଥିରୁ ୯୫ ପ୍ରତିଶତ ଅର୍ଥ କମ୍ପାନୀ ନେଇସାରିଛି କିନ୍ତୁ କାମ ୫୦ ପ୍ରତିଶତ ହେଇଚି ବୋଲି ଅଭିଯୋଗ ହେଉଛି । ବିଭାଗ ପକ୍ଷରୁ କଣ ପାଇଁ ଏତେ କମ୍ପାନୀ ପ୍ରୀତି ତାହା ସାଧାରଣରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.