Home Top News ପାଣି ଟ୍ୟାଙ୍କରକୁ ପଛପଟୁ ଧକ୍କା ଦେଲା କାର୍‌; ଜଣେ ମୃତ, ୨ ଗୁରୁତର

ପାଣି ଟ୍ୟାଙ୍କରକୁ ପଛପଟୁ ଧକ୍କା ଦେଲା କାର୍‌; ଜଣେ ମୃତ, ୨ ଗୁରୁତର

115

ଭଦ୍ରକ, ୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାସ୍ତାକଡରେ ଛିଡା ହୋଇଥିବା ପାଣି ଟ୍ୟାଙ୍କର ପଛପଟୁ ଧକ୍କା ଦେଲା କାର୍। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତକ ହେଲେ ଜଳେଶ୍ୱର ଅଂଚଳର ମହାରାଣୀ ପ୍ରଧାନ। ୧୬ନଂ ଜାତୀୟ ରାଜପଥ ଚରମ୍ପା ନିକଟରେ ଏଭଳି ଦୁର୍ଘଟଣା ଘଟିଛି। ସୂଚନାଯୋଗ୍ୟ ଭଦ୍ରକ ଜିଲା ଚରମ୍ପା ନିକଟରେ ରାସ୍ତାକଡରେ ପାଣି ଟ୍ୟାଙ୍କରଟି ଛିଡା ହୋଇଥିଲା। ଭୁବନେଶ୍ୱର ଆଡୁ ଏକ କାର୍ ଦ୍ରୁତ ଗତିରେ ଆସୁଥିବାବେଳେ ଭାରସାମ୍ୟ ହରାଇ ଟ୍ରକ୍ ପଛପଟୁ ଧକ୍କା ଦେଇଥିଲା। ଏପରିକି କାର୍‌ର ସମ୍ମୁଖ ଭାଗ ଟ୍ରକ୍ ଭିତରକୁ ପଶିଯାଇଥିଲା। ଘଟଣାସ୍ଥଳରେ ସ୍ଥାନୀୟ ଲୋକ ଓ ଅଗ୍ନିଶମ ବାହିନୀ ପହଞ୍ôଚ କାର୍ ମଧ୍ୟରେ ଥିବା ତିନି ଜଣଙ୍କୁ ଉଦ୍ଧାର କରିଥିଲେ। ଜଣଙ୍କର ଅବସ୍ଥା ସଂକଟାପନ୍ନ ଥିବାବେଳେ ଅନ୍ୟ ଦୁଇଜଣ ଗୁରୁତର ଅଛନ୍ତି। ଅଗ୍ନିଶମ ବାହିନୀ ଦୀର୍ଘସମୟ ଚେଷ୍ଟା କରିବା ପରେ କାର୍ ମଧ୍ୟରୁ ତିନି ଜଣଙ୍କୁ ଉଦ୍ଧାର କରିଥିଲେ। ପରେ ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି। ଗୁରୁତରମାନେ ଜଳେଶ୍ୱର ଅଂଚଳର ବୋଲି ଅନୁମାନ କରାଯାଉଛି। ଏମାନେ ଭୁବନେଶ୍ୱରରୁ ଜଳେଶ୍ୱରକୁ ଫେରୁଥିବାବେଳେ ଦୁର୍ଘଟଣା ହୋଇଥିବା ଅନୁମାନ କରାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.