Home ଜିଲ୍ଲା ପରିକ୍ରମା ପାଣିଟାଙ୍କିରୁ ମିଳିଲା ୮ ମାସର ଶିଶୁକନ୍ୟାର ମୃତଦେହ : ହତ୍ୟା ଅଭିଯୋଗ ଆଣିଲେ ଶିଶୁର ମାଁ,...

ପାଣିଟାଙ୍କିରୁ ମିଳିଲା ୮ ମାସର ଶିଶୁକନ୍ୟାର ମୃତଦେହ : ହତ୍ୟା ଅଭିଯୋଗ ଆଣିଲେ ଶିଶୁର ମାଁ, ସନ୍ଦେହରେ ଜେଜେମା ଅଟକ

195

ଭଦ୍ରକ, ୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୮ ମାସର ଶିଶୁକନ୍ୟାକୁ ମା’ ଘରେ ଶୁଆଇ ବାହାରକୁ ଆସିଥିଲା, ହେଲେ ଛାତ ଉପର ପାଣିଟାଙ୍କିରୁ ମୃତଦେହ ମିଳିବା ପରେ ଯା’ ଓ ଶାଶୁ ଝିଅଟିକୁ ମାରିଦେଇ ପାଣିଟାଙ୍କିରେ ପକାଇ ଦେଇଥିବାର ଅଭିଯୋଗ ମା’ ଆଣିବା ପରେ ଏହି ଘଟଣା ଭଦ୍ରକ ଜିଲାର ଚାନ୍ଦବାଲି ଥାନା ମୃଗନୟନୀ ଗାଁରେ ଚର୍ଚ୍ଚାର ବିଷୟ ହୋଇଛି । ଏମିତି ଏକ ଅଭାବନୀୟ ଘଟଣା ଏହି ଜିଲାର ଚାନ୍ଦବାଲି ଥାନା ଅଧୀନସ୍ଥ ମୃଗନୟନୀ ଗ୍ରାମରେ ଘଟିଛି । ଆଜି ପ୍ରାତଃରେ ଏହି ଗ୍ରାମରେ ମା’ ମୀତାରାଣୀ ରାଉତ ନିଜର ୮ ମାସର ଶିଶୁକନ୍ୟାକୁ ଘରେ ଶୁଆଇ ବାସନ ମାଜିବାକୁ ବାହାରକୁ ଯାଇଥିଲେ । ହେଲେ ଆସି ଦେଖିଲେ ଝିଅ ନାହିଁ । ତେବେ କନ୍ୟାଟିକୁ ଖୋଜିବା ମଧ୍ୟରେ ତାର ମୃତଦେହ ଛାତ ଉପରେ ଥିବା ପାଣିଟାଙ୍କିରୁ ଉଦ୍ଧାର ହୋଇଥିଲା । ଏବଂ ତୁରନ୍ତ ତାକୁ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲେ ମଧ୍ୟ ଡାକ୍ତରମାନେ ସେଠାରେ ତାକୁ ମୃତ ଘୋଷଣା କରିଥିଲେ । ମୀତାରାଣୀଙ୍କ ପିତା ଓ ଭାଇଙ୍କ ଅଭିଯୋଗ ମୂଳେ ଶିଶୁଟିକୁ ତା ଶାଶୁ ଓ ଯା’ ହତ୍ୟା କରିବା ପରେ ପାଣିଟାଙ୍କିରେ ପକାଇ ଦେଇଛନ୍ତି । ଏଠାରେ ପ୍ରଶ୍ନ ଉଠେ ୮ ମାସର ଶିଶୁ ଛାତ ଉପରକୁ ଚଢିଲା କେମିତି । ପୂର୍ବରୁ ମୀତାରାଣୀଙ୍କୁ ତାଙ୍କ ପରିବାର ପକ୍ଷରୁ ବିଭିନ୍ନ ନିର୍ଯ୍ୟାତନା ଦିଆଯାଉଥିବାର ଅଭିଯୋଗ କରିଛନ୍ତି ତାଙ୍କ ପିତା ଓ ଭାଇ । ଏହି ଘଟଣା ସଂପର୍କରେ ଚାନ୍ଦବାଲି ଥାନାରେ ପରିବାର ଲୋକଙ୍କ ଅଭିଯୋଗ ପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ôଚ ତଦନ୍ତ ଆରମ୍ଭ କରିବା ପୂର୍ବରୁ ମୀତାରାଣୀଙ୍କ ବାପଘରର ଗାଁ ଲୋକେ ମୀତାରାଣୀର ଯା’ ଓ ଶାଶୁକୁ ଅଟକ ରଖିଥିଲେ । ପୁଲିସ୍ ମୀତାରାଣୀର ଶାଶୁକୁ ଅଟକ ରଖି ପଚରାଉଚୁରା କରୁଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.