Home କେନ୍ଦୁଝର ପାଣିଘେରରେ ରାଘବପୁର ଗାଁ

ପାଣିଘେରରେ ରାଘବପୁର ଗାଁ

32

ହାଟଡିହି-୧୬/୯ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଲଘୁଚାପ ଜନିତ ବର୍ଷା ଲାଗି ରହିବାଦ୍ୱାରା ହାଟଡିହି ବ୍ଲକର ଆଇତିପୁର ପଞ୍ଚାୟତର ରାଘବପୁର ଗାଁ ଟି ପାଣିଘେରରେ ରହିଯାଇଛି । ଫଳରେ ଗାଁର ଶତାଧିକ ପରିବାର ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ବୈତରଣୀ ନଦୀର ଜଳସ୍ଥର ବଢୁଥିବାରୁ ବର୍ଷାଜଳ ଠିକ ଭାବେ ନିସ୍କାସନ ହୋଇ ପାରୁନାହିଁ । ଫଳରେ ଏହି ଗାଁ ସମେତ ଅମୃତପୁର, ନୁଆଗାଁ, ଗ୍ରାମ ଦୁଇଟି ଜଳବନ୍ଦୀ ଅବସ୍ଥାକୁ ଆସିଥିବାବେଳେ ଗେଡମା, ଜଳସରପୁର ଆଦି ଗାଁ ଗୁଡିକର ଶହଶହ ଏକର ଚାଷଜମି ମଧ୍ୟ ଜଳମଗ୍ନ ହୋଇ ଯାଇଛିି । ଆଜି ସକାଳ ଠାରୁ ଆଇତିପୁର-ରାଘବପୁର ରାସ୍ତାରେ ୨ଫୁଟ ଉଚ୍ଚର ପାଣି ଚାଲୁଥିବାବେଳେ ସନ୍ଧ୍ୟା ସୁଧା ଏହାର ଜଳପତନ ଧିରେ ଧିରେ ବୃଦ୍ଧି ପାଉଥିଲା । ଯାହାଦ୍ୱାରା ରାଘବପୁର ଗାଁର କୌଣସି ଲୋକ ବାହାରକୁ ବାହାରି ପାରୁନଥିଲେ । ସେହିପରି ଆଇତିପୁର ହରିଜନ ସାହିଟି ପାଣିଘେରରେ ରହିଯାଇଥିବାରୁ ଲୋକେ ଜଳବନ୍ଦୀ ଜୀବନ ବିତାଉଛନ୍ତି । ନୁଆଗାଁ ଓ ଅମୃତପୁର ଗାଁ ନିକଟକୁ ପାଣି ପଳାଇ ଆସିôତବାବେଳେ ଯଦି ଆଉ ପାଣି ବଢ଼େ ତେବେ ଏହି ଗାଁ ଦୁଇଟି ମଧ୍ୟ ଜଳବନ୍ଦୀ ଅବସ୍ଥାକୁ ଆସିଯିବ ବୋଲି ଆଶଙ୍କା କରାଯାଉଛି । ସେହିପରି ଶହଶହ ଏକର ଚାଷଜମି ଜଳମଗ୍ନ ହୋଇଯାଇଥିବାରୁ ଧାନ ଓ ପନିପରିବା ଚାଷ ବେଶ ପ୍ରଭାବିତ ହେବାର ଆଶଙ୍କା ଦେଖା ଦେଇଛି । ବୈତରଣୀ ନଦୀର ବନ୍ୟାଜଳ ବୃଦ୍ଧି ପାଇଥିବାରୁ ଜମିବାଡିରୁ ସହଜରେ ପାଣି ନିସ୍କାସନ ହୋଇ ପାରୁନି । ଯାହାଦ୍ୱାରା ଧାନଗଛ ଗୁଡିକ ପଚିଯିବାର ଆଶଙ୍କା ଦେଖା ଦେଇଛି । ପ୍ରଶାସନ ପକ୍ଷରୁ ଆଇତିପୁର-ରାଘବପୁର ରାସ୍ତାରେ ଏକ ପୋଲ ନିର୍ମାଣ କରିବା ସହିତ ରାସ୍ତାର ଉଚ୍ଚତାକୁ ବୃଦ୍ଧି କରାଇଲେ ଆଉ ଏପରି ସମସ୍ୟା ଦେଖା ଯାଆନ୍ତ ନାହିଁ ବୋଲି ଗ୍ରାମବାସୀମାନେ କହିଛନ୍ତି । ଅନ୍ୟପକ୍ଷରେ ଅସମାପ୍ତ ନଦୀବନ୍ଧକୁ ରାଘବପୁର ନିକଟରେ ଅଧାପନ୍ତରିଆ ଭାବରେ ପକାଇ ଦେଇଥିବାରୁ ସମ୍ପୁର୍ଣ୍ଣ କରିବା ଦିଗରେ ଜଳସମ୍ପଦ ବିଭାଗ କୌଣସି ପଦକ୍ଷେପ ନେଉ ନଥିବାରୁ ଅଞ୍ଚଳବାସୀ ପ୍ରତିବର୍ଷ ଏହିପରି କ୍ଷତିଗ୍ରସ୍ତ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.