Home ଜିଲ୍ଲା ପରିକ୍ରମା ପାଣିଗ୍ରାହୀ ମେଡିକାଲ ତରଫରୁ ୭ମ ବାର୍ଷିକ ରକ୍ତଦାନ ଶିବିର

ପାଣିଗ୍ରାହୀ ମେଡିକାଲ ତରଫରୁ ୭ମ ବାର୍ଷିକ ରକ୍ତଦାନ ଶିବିର

12

ଭଦ୍ରକ, ୧୭ା୫ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ରକ୍ତଦାନ ମହତ୍ୱ ଦାନ ରକ୍ତ ଅଭାବରୁ ଯେମିତି କାହାରି ଜୀବନ ନଯାଉ।ଏମିତି ଏକ ସଂକଳ୍ପ ନେଇଛନ୍ତି ଚାନ୍ଦବାଲି ବ୍ଲକ ଘେଂଟଶ୍ୱର ଅଂଚଳରେ ସୁନାମ ଧନ୍ୟ ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ପାଣିଗ୍ରାହୀ ମେଡିକାଲ ଷ୍ଟୋର।ଆଜକୁ ୭ବର୍ଷରୁ ଅଧିକ ହେବ ଏମିତି ରକ୍ତଦାନ ଶିବିର ଆୟୋଜନ କରି ଆସୁଅଛି।ଏହି ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଭଦ୍ରକ ମେଡିକାଲର ବ୍ଲଡ଼ ବ୍ୟାଙ୍କର କାଉନସିଲର ଡାକ୍ତର ରତିକାନ୍ତ ବଳ ଏବଂ ଗୋପୀନାଥପୁରସେବା ସମବାୟ ର ସମ୍ପାଦକ ଚିନ୍ମୟ ବେହେରା ଯୋଗ ଯୋଗଦେଇଥିଲେକ୍ଷ ଏଥିରେ ସମ୍ମା ନୀତ ଅତିଥି ଭାବେ ଘେଂଟଶ୍ୱର ଫାଣ୍ଡିର ନୂତନ ଏ ଏସ ଆଇ ରାଜେଶ ମହାପାତ୍ର ଯୋଗଦାନ କରି ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ଏହି ଶିବିର ରେ ୩୦ରୁ ଅଧିକ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ରୁ ଏହିସମୟ ରେ ରକ୍ତ ର ଅଭାବୀ କୁ ଦୂର କରିବା ପାଇଁ ଅନୁଷ୍ଠାନ ର ଏହା ଏକ ଛୋଟିଆ ପ୍ରୟାସ ବୋଲି ଉପସ୍ଥିତ ବ୍ୟକ୍ତି ମତ ବ୍ୟକ୍ତ କରିଥିଲେ।ଅନୁଷ୍ଠାନ ର କର୍ମକର୍ତା. ସୌମ୍ୟରଞ୍ଜନ ପାଣିଗ୍ରାହୀ, ଦେବେନ୍ଦ୍ର ସୁତାର, ନାଗାର୍ଜୁନ ନାୟକ, ମନୋରଞ୍ଜନ ଖଟୁଆ ଆଦି ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.