Home Top News ପାଠ ପଢ଼ିବେନି, ପରୀକ୍ଷା ଖାତାରେ ଏମିତି ଲେଖିବେ : ‘ଗୁରୁଜୀ ଦୟାକରି ପାସ୍ କରେଇ ଦିଅନ୍ତୁ,...

ପାଠ ପଢ଼ିବେନି, ପରୀକ୍ଷା ଖାତାରେ ଏମିତି ଲେଖିବେ : ‘ଗୁରୁଜୀ ଦୟାକରି ପାସ୍ କରେଇ ଦିଅନ୍ତୁ, ଶାଶୁଘରେ ଲଜ୍ଜା ରକ୍ଷା ହେବ’,

99

ନୂଆ ଦିଲ୍ଲୀ ୩୦-୪ (ଓଡ଼ିଆ ପୁଅ) ହାଇସ୍କୁଲ ପରୀକ୍ଷା ଖାତାରେ ବେଳେ ବେଳେ ଏପରି ଲେଖା ଦେଖିବାକୁ ମିଳିଥାଏ ଯେ, ଯାହାକି ଚର୍ଚ୍ଚାର ବିଷୟ ହୋଇଥାଏ। ଏହିପରି ଏକ ଲେଖା ଯାହାକି ଉକ୍ତ ରାଜ୍ୟ ତଥା ଦେଶରେ ଏବେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ୟୁପି ବୋର୍ଡର ଏକ ପରୀକ୍ଷା ଖାତାରେ ଜଣେ ପରୀକ୍ଷାର୍ଥୀ ଏପରି ଲେଖିଛନ୍ତି। ଗୁରୁବାର ଦିନ ଆଗ୍ରାରେ, ହାଇସ୍କୁଲର ଇଂରାଜୀ ଖାତାରେ ଜଣେ ପରୀକ୍ଷାର୍ଥୀ ଲେଖିଛିଯେ, ‘ବହୁତ କଷ୍ଟରେ ତାଙ୍କ ବିବାହ ସ୍ଥିର ହୋଇ ବିବାହ ହୋଇଗଲା। ଶାଶୁ ଘର ଲୋକେ ଅଧିକ ପଢ଼େଇବାକୁ ଚାହାଁନ୍ତି, ଶାଶୁଘରେ କାର୍ଯ୍ୟଭାର ଅଧିକ, ସଠିକ୍ ଭାବରେ ପାଠପଢ଼ା ହୋଇପାରୁ ନାହିଁ, ସାର୍, ଦୟାକରି ପାସ୍ କରେଇ ଦିଅନ୍ତୁ ଶାଶୁ ଘରେ ଲଜ୍ଜାରୁ ବଞ୍ଚିତ ହେବି।’

ଅନ୍ୟ ଏକ ପରୀକ୍ଷାର୍ଥୀ ମଧ୍ୟ ଏହିପରି ହାଇସ୍କୁଲର ବିଜ୍ଞାନ ଖାତାରେ, ଲେଖିଛିଯେ, ‘ମୁଁ ଅସୁସ୍ଥ, ମୋତେ ଡାକ୍ତରଙ୍କୁ ଦେଖା ଯାଇଥିଲା, ତା’ପରେ ସେ ଏପରି ଔଷଧ ଦେଲେ, ଯେଉଁଥିପାଇଁ ମୋତେ ପୋଲିଓ ହୋଇଗଲା। ପିତାମାତା ଅସହାୟ, ଦୟାକରି ମୋତେ ପାସ୍ କରେଇ ଦିଅନ୍ତୁ, ଯାହା ଦ୍ୱାରା ମୁଁ ମୋର ପିତାମାତାଙ୍କର ସାହାରା ହୋଇପାରିବି।”

ଆପଣ କ’ଣ କହିବେ? ପରୀକ୍ଷକ କେତେ ମାର୍କ ଦେଇଥିବେ ?

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.