Home ଓଡ଼ିଶା ପାଠ ପଢ଼ାଇବା ବଦଳରେ ପ୍ରଧାନ ଶିକ୍ଷକ ଛାତ୍ରଛାତ୍ରୀମାନଙ୍କୁ ସଜାଉଛନ୍ତି ଶିଶୁ ଶ୍ରମିକ

ପାଠ ପଢ଼ାଇବା ବଦଳରେ ପ୍ରଧାନ ଶିକ୍ଷକ ଛାତ୍ରଛାତ୍ରୀମାନଙ୍କୁ ସଜାଉଛନ୍ତି ଶିଶୁ ଶ୍ରମିକ

142

ନବରଙ୍ଗପୁର ୧୮-୮ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) ଟିକେ ଭଲରେ ଦେଖନ୍ତୁ ଏହି ଦୃଶ୍ୟ ଏହା କୌଣସି ବଡ଼ ଶ୍ରମିକ କରୁ ନାହାନ୍ତି ବରଂ ସ୍କୁଲ ପିଲା ସାଜିଛନ୍ତି ଶିଶୁ ଶ୍ରମିକ। ବିଦ୍ୟାଳୟକୁ ସଫା ସୁତରା ରଖିବା ପାଇଁ ଶିକ୍ଷକମାନେ ବାହାର କୁଲି ଦେଇ କାମ କରାଇବା କଥା, କିନ୍ତୁ ଏଇଠି ସବୁ ଓଲଟା, ପାଠ ପଢିବା ସମୟରେ ହାତରେ କୋଦାଳ ଧରି ମୋରମ ବୋହିଲେ ଛାତ୍ରଛାତ୍ରୀ। ଏମିତି ଆଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କାଚରା ପାରା ୩ ନମ୍ବର ପଂଚାୟତର ଉଡଣ୍ଡି ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ। ଖୋଦ ପ୍ରଧାନ ଶିକ୍ଷକ ସୁବୋଧ ବ୍ୟାପାରୀ ନିଜେ ଏହି ଛୋଟ ଛୋଟ ପିଲାମାନଙ୍କୁ ପାଠ ପଢାଇବା ବଦଳରେ କାମ କରାଉଥିଲେ। ଏହି ବିଷୟରେ ରାଇଘର ବ୍ଲକ ଶିକ୍ଷା ଅଧିକାରୀଙ୍କୁ ପଚାରିବାରୁ ସେ କହିଲେଯେ, ମୁଁ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି। ଏବେ ଦେଖିବାକୁ ବାକି ରହିଲା ବ୍ଲକ ଶିକ୍ଷା ଅଧିକାରୀ କେଉଁ ଦିନ, କେଉଁଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.