Home ଓଡ଼ିଶା ପାଠପଢା ବନ୍ଦ ବିଦ୍ୟାଳୟ ପାଲଟିଛି  ଠିକାଦାର ଙ୍କ କାର୍ଯ୍ୟାଳୟ

ପାଠପଢା ବନ୍ଦ ବିଦ୍ୟାଳୟ ପାଲଟିଛି  ଠିକାଦାର ଙ୍କ କାର୍ଯ୍ୟାଳୟ

70

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୩/୦୮- କରୋନା ମହାମାରୀ ଯୋଗୁଁ ସମସ୍ତ ପ୍ରାଥମିକ ବିଦ୍ୟାଳୟ ରେ ଦୀର୍ଘ ମାସ ଧରି ପାଠପଢା ବନ୍ଦ ରହିଛି । ପିଲାମାନେ ଘରେ ରହି ପାଠ ନପଢି ଖେଳ କୁଦ ରେ ବ୍ୟସ୍ତ । ଅନେକ ବିଦ୍ୟାଳୟ ପରିଷର ଏପରି ହୋଇଛି । ଯାହାକି ମନେ ହେଉଛି ଏକ ଭୂତ କୋଠୀ । ଆଉ କେତେକ ବିଦ୍ୟାଳୟ ଗାଈ ଛେଳି ଙ୍କର ଆବାସ ସ୍ଥଳୀପାଲଟିଛି । କିନ୍ତୁ ବିଦ୍ୟାଳୟ ରେ ଠିକାଦାର କାର୍ଯ୍ୟାଳୟ ଚଲାଇବା ଶିକ୍ଷକ ମାନଙ୍କ କର୍ତ୍ତବ୍ୟ ପ୍ରତି ଅଙ୍ଗୁଳି ନିର୍ଦେଶ କରୁଛି ।

ସେଭଳି ଏକ ଘଟଣା ଦେଖିବାକୁ ମିଳୁଛି  ନୟାଗଡ ଶିକ୍ଷା ଜିଲ୍ଲା ରଣପୁର ବ୍ଲକ ଶିକ୍ଷା ଅଧିକାରୀ ଙ୍କ ଶ୍ରୀକୃଷ୍ଣପୁର ପ୍ରକଳ୍ପ ବିଦ୍ୟାଳୟ ରେ । ବିଦ୍ୟାଳୟ ଶ୍ରେଣୀ ଗୃହରେ ତାଲା ଖୋଲାଯାଇ ଠିକାଦାର ଙ୍କ କାର୍ଯ୍ୟାଳୟ ପାଲଟିଛି । ଗୈାରାଙ୍ଗପୁର ବିଦ୍ୟୁତ୍ ଫିଡର ରେ କାର୍ଯ୍ୟକରୁଥିବା ଠିକାଦାର ବିଦ୍ୟାଳୟ ରେ ନିଜର କାର୍ଯ୍ୟ ଚଲାଉଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁଯାଇ ବିଦ୍ୟାଳୟ ବନ୍ଦ ଥିବା ବେଳେ ବିଦ୍ୟାଳୟ ଜର ଚାବୀକାଠି ଶିକ୍ଷକ ଙ୍କ ପାଖରେ ରହିବା କଥା । କିନ୍ତୁ ଠିକାଦାର ଚାବୀ ପାଇଲେ କେଉଁଠୁ ?   ଏ ସର୍ମ୍ପକେ ରଣପୁର ବ୍ଲକ ଶିକ୍ଷା ଅଧିକାରୀ ରତ୍ନାକର ପାଣି ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ମୁଁ ଦେଖୁଛି କାହା ଅନୁମତି ରେ ଶିକ୍ଷକ ତାଲା ଖୋଲି ଠିକାଦାର ଙ୍କୁ କାର୍ଯ୍ୟାଳୟ କରିବାକୁ ଅନୁମତି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.