Home କେନ୍ଦ୍ରାପଡ଼ା ପାଟନାଳୀ ଖନନ ଓ ଘେରିବନ୍ଧ ନିର୍ମାଣ ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ବିଧାୟକଙ୍କୁ ଦାବିପତ୍ର

ପାଟନାଳୀ ଖନନ ଓ ଘେରିବନ୍ଧ ନିର୍ମାଣ ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ବିଧାୟକଙ୍କୁ ଦାବିପତ୍ର

13

କେନ୍ଦ୍ରାପଡ଼ା, ୨୫ା୧୧ (ଓଡ଼ିଆ ପୁଅ) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର, କଂସାର, ପୁରୁଷୋତମପୁର ଓ ଆୟବା ଗ୍ରାମ ପଂଚାୟତର ଶତାଧିକ ଚାଷୀ ପାଟନାଳୀ ଖନନ ନିମନ୍ତେ କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଦେପୁର, ନାଗପୁରା, ଏଣ୍ଡର, ଫୋରଡ, ମାଲୁହା, କୋରୁଆ, ଆୟବା ଓ ଗଣ୍ଡାକିଆ ମୌଜାର ଶହ ଶହ କ୍ଷତିଗ୍ରସ୍ତ ଚାଷୀ, କୃଷିଜୀବୀ ଓ ଜନସାଧାରଣଙ୍କ ଚାଷ ଜମିକୁ ଚିରସ୍ରୋତା ଗୋବରୀ ନଦୀ ପ୍ରବାହିତ ହେଉଛି। ମୌସୁମୀ ସମୟରେ ଲଘୁଚାପ ଜନିତ ପ୍ରଚୂର ବୃଷ୍ଟିପାତ ଯୋଗୁ ଏହି ନଦୀଟିରେ ବ୍ୟାପକ ଜଳ ପ୍ରବାହ ଓ ତାହାର ନିଷ୍କାସନରେ ପ୍ରତିବନ୍ଧକ ଯୋଗୁଁ ଏହାର ତଟଦେଶରେ ଥିବା ଧାନକ୍ଷେତ ସବୁ ଜଲମଗ୍ନ ହୋଇଯାଇଥାଏ। ଫଳରେ ଏହି ନଦୀ ଅବବାହିକା ସଂଲଗ୍ନ ୨ ହଜାର ହେକ୍ଟରରୁ ଅଧିକ ଜମିରେ ତିନିରୁ ଚାରିଫୁଟ ପାଣି ଜମି ରହିଥାଏ। ଫଳରେ କେଉଁ ବର୍ଷ ଆଂଶିକ ଓ କେଉଁ ବର୍ଷ ସଂପୂର୍ଣ୍ଣ ଧାନ ଫସଲ ପଚି ସଢି ନଷ୍ଟ ହୋଇଯାଇଥାଏ। ଚଳିତ ବର୍ଷ ମରୁଡି ପରେ ପ୍ରବଳ ବୃଷ୍ଟିପାତ ଯୋଗୁ ଏହି ଅଂଚଳରେ ଅର୍ଦ୍ଧାଧିକ ଧାନ ଫସଲ ନଷ୍ଟ ହୋଇଯାଇଛି। ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ନାଗପୁର – ଦେପୁର ଠାରୁ ଗୋବରୀ ନଦୀ କୂଳେ କୂଳେ ଗଣ୍ଡାକିଆ ଏସ୍‌କେପ୍ ପର୍ଯ୍ୟନ୍ତ ସୁଇଚ୍ଚ ମାଟିବନ୍ଧ ପ୍ରତିଷ୍ଠା ସହ ପଥର ପ୍ୟାକିଂ ଓ ଆବଶ୍ୟକ ସ୍ଥାନରେ ଛୋଟ ଛୋଟ ସ୍ଲୁଇସ୍ ନିର୍ମାଣ ହେବା ଏକାନ୍ତ ଆବଶ୍ୟକ। ତେଣୁ ଏହାକୁ ଦୃଷ୍ଟିରେ ରଖି ଅଞ୍ଚବାସୀଙ୍କ ପକ୍ଷରୁ ହୃଷିକେଶ ନାୟକ, ରାମଚନ୍ଦ୍ର ରାଉତ, ମଧୁସୁଦନ ରାଉତ, ମକର ନାୟକ, ଅନାମ ଖଟୁଆ, କୃଷ୍ଣ ଚନ୍ଦ୍ର ମୁଦୁଲି, ସୁରେଶ ଲେଙ୍କା ପ୍ରମୁଖ ବିଧାୟକ ଶ୍ରୀ ବେହେରାଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.