Home ଓଡ଼ିଶା ପାଞ୍ଚ ଜଣ ହାର୍ଡକୋର ମାଓବାଦୀ ନିହତ ହେବା ପରେ ସମଗ୍ର ଜିଲ୍ଲାରେ ପୋଲିସର କଡା ସୁରକ୍ଷା...

ପାଞ୍ଚ ଜଣ ହାର୍ଡକୋର ମାଓବାଦୀ ନିହତ ହେବା ପରେ ସମଗ୍ର ଜିଲ୍ଲାରେ ପୋଲିସର କଡା ସୁରକ୍ଷା ବ୍ୟବସ୍ଥା

117

ବାଲିଗୁଡା ୯/୭-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ପୁଲିସ ଗୁଳିରେ ଗତ କିଛି ଦିନ ମଧ୍ୟରେ ୨ ଥର ଏନକାଉଣ୍ଟର ହୋଇ ୫ ହାର୍ଡକୋର ମାଓବାଦୀ ନିହତ ହୋଇଛନ୍ତି। ସେହିପରି ପୁଲିସ ଗୁଳିରେ ଅନେକ ମାଓବାଦୀ ଆହତ ହୋଇ ଘଞ୍ଚ ଜଙ୍ଗଲ ମଧ୍ୟରେ ଲୁଚି ପଳାଇଥିବା ଜିଲ୍ଲା ପୁଲିସ ପ୍ରଶାସନ ତରଫରୁ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଥିଲା। ଆହତ ମାଓବାଦୀଙ୍କୁ ଟାର୍ଗେଟ କରି ସେମାନଙ୍କୁ କାବୁ କରିବା ପାଇଁ କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲା ସୀମାଗୁଡ଼ିକୁ ସିଲ କରାଯିବା ସହ ଜିଲ୍ଲା ଭିତରେ ବିଭିନ୍ନ ଥାନା ଅଞ୍ଚଳରେ ପୁଲିସ ତରଫରୁ ବ୍ୟାପକ ଖାନତଲାସୀ କରାଯାଉଛି। ଏହି ପରିପ୍ରେକ୍ଷୀରେ ବାଲିଗୁଡା ଓ ଦାରିଙ୍ଗବାଡ଼ି ଥାନା ପୁଲିସ ତରଫରୁ ମଧ୍ୟ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରାଯାଇ ଯାନବାହନ ଯାଞ୍ଚ କଡ଼ାକଡ଼ି କରାଯାଉଛି।ଆହତ ମାଓବାଦୀମାନେ ସିର୍ଲା ଜଙ୍ଗଲ ମଧ୍ୟ ଦେଇ ଦାରିଙ୍ଗବାଡ଼ି ଓ ବାଲିଗୁଡା ଥାନା ସୀମାବର୍ତ୍ତୀ ଘଞ୍ଚ ଜଙ୍ଗଲ ଭିତରେ ଲୁଚି ରହିଥିବା ପୁଲିସ ଅନୁମାନ କରୁଛି। ଆହତ ଅବସ୍ଥାରେ ଥିବାରୁ ମାଓବାଦୀମାନେ ଯେ କୌଣସି ଉପାୟ ଅବଲମ୍ବନ କରି ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିବାକୁ ଚେଷ୍ଟା କରିବେ। ତେଣୁ ଜିଲ୍ଲା ପୁଲିସ ପ୍ରଶାସନ ଏଥିପାଇଁ ସଜାଗ ହୋଇ ବାଲିଗୁଡା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ କଡ଼ା ପଇଁତରା ମାରୁଥିବା ଦେଖିବାକୁ ମିଳିଛି। ମାଓବାଦୀମାନେ ଲୁଚି ରହିଥିବା ଆଶଙ୍କାରେ କିଛି ଅଞ୍ଚଳରେ ସଶସ୍ତ୍ର ପୁଲିସ ବାହିନୀ ମୁତୟନ କରାଯାଇ କୁମ୍ବିଂ ଅପରେସନ ଜାରି ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.