Home ଅପରାଧ ପାଞ୍ଚ ଜଣିଆ ଡକାୟତ ଦଳକୁ ଧରିଲା ଟିଟିଟିଲାଗଡ଼ ପୋଲିସ

ପାଞ୍ଚ ଜଣିଆ ଡକାୟତ ଦଳକୁ ଧରିଲା ଟିଟିଟିଲାଗଡ଼ ପୋଲିସ

307

ବଲାଙ୍ଗୀର, ୦୧-୦୭ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର ଟିଟିଟିଲାଗଡ଼ରୁ ଟିଟିଡୁଙ୍ଗରି ଗ୍ରାମକୁ ଯିବା ରାସ୍ତା ଖଜୁରପଡା ଛକ ନିକଟରେ ଦୀର୍ଘ ଦିନରୁ ଲୂଟ, ତରାଜ ଚଳାଇ ଆସିଥିବା ଏକ ପାଞ୍ଚ ଜଣିଆ ଡକାୟତ ଦଳକୁ ଟିଟିଟିଲାଗଡ଼ ପୋଲିସ ଗିରଫ କରିବାରେ ସଫଳ ହୋଇଛି। ପ୍ରକାଶ ଯେ, ଟିଟିଲାଗଡରୁ ବିଭିନ୍ନ ଗ୍ରାମକୁ ଆସୁଥିବା ଓ କାମ ସାରି ଫେରିବା ବେଳକୁ ଏହି ପାଞ୍ଚ ଜଣିଆ ଚୋର ଦଳ ମାଡ଼ ମାରି ଆକ୍ରମଣ କରିବା ସହ ମାରଣାସ୍ତ୍ର ଦେଖାଇ ଲୂଟ ତରାଜ କରିଆସୁଥିବା ବାରମ୍ବାର ଅଭିଯୋଗ ହୋଇଅସୁଥିଲା। ବିଶେଷ କରି ବିଳମ୍ବିତ ରାତିରେ ଏମାନେ ଏହି ଅଞ୍ଚଳ ତଥା ସଇଁତଲା, ସିଂଧେକେଲା, ମୁରିବାହଲ, ଆଦି ଥାନା ଅଞ୍ଚଳରେ ମଧ୍ୟ ନିୟମିତ ମୋବାଇଲ, ଟଙ୍କା, ଆଦି ଡକାୟତି କରି ଆସୁଥିଲେ। ସେହିପରି ଗତ ତିନି ମାସରେ ଚାରିଟି ବାଇକ ବି ଲୁଟି ବିକ୍ରି କରିଥିଲେ। ତେବେ ଗତ ୧୮ ତାରିଖରେ ବିଳମ୍ବିତ ରାତିରେ ଟିଟିଟିଲାଗଡ଼ ପୋଲିସ ଟିଟିଡୁଙ୍ଗରି ଗ୍ରାମ ଛକ ନିକଟରୁ ଉକ୍ତ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଯୋଜନା ବଦ୍ଧ ଭାବେ ଗିରଫ କରିବାରେ ସଫଳ ହୋଇଥିଲା। ଜି, ଆର କେଶ ନଂ, ୩୨୯/୨୦୨୦ ଅନୁଯାୟୀ ଦଫା୩୯୪, ୨୦୧ କ୍ରମେ ପି, ଏସ କେଶ ନଂ, ୨୩୭ ତା୧୮/୦୬/୨୦୨୦ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି। ଟିଟିଟିଲାଗଡ଼ ର ସର୍ଗିଗୁଡା ର ଦୁଇ ଜଣ ଅଭିଯୁକ୍ତ ବବ୍ଲୁ ବାରିକ(୨୯)ଓ ମୁକୁନ୍ଦ ବାଗ (୩୦)ଏହି ଦୁଇ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ ଗତ ୨୨ ତାରିଖ ରାତି ୯ ଟା ରେ କରାଯାଇଥିବା ବେଳେ ତାଙ୍କ ଜାମିନ ଆବେଦନ ଖାରଜ ହେବାରୁ ସେମାନଙ୍କୁ ଟିଟିଲାଗଡ଼ ଜେଲ କୁ ପଠେଇ ଦିଆଯାଇଛି। ସୂଚନାଯୋଗ୍ୟ ଯେ ଗତ ୧୮ ତାରିଖ ରୁ ପାଞ୍ଚ ଜଣ ଙ୍କୁ ଗିରଫ କରିବା ଓ ସରକାରୀ ନିୟମ ଅନୁଯାୟୀ ୨୪ ଘଣ୍ଟା ମଧ୍ୟରେ କୋର୍ଟ ଚାଲାଣ କରିବା ବଦଳ ରେ ୨୨ ତାରିଖ ପର୍ଯ୍ୟନ୍ତ ଥାନା ରେ ଅଟକ ରଖିଥିବା ଓ ଅନ୍ୟ ୩ ଜଣ ଙ୍କୁ ଛାଡି ଦେଇ ପୁଣି ଥାନାକୁ ଡକେଇ ମାତ୍ର ଦୁଇ ଜଣ ଙ୍କୁ କୋର୍ଟ ଚାଲାଣ କରିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ମନଇଚ୍ଛା ଏପରି ଅଟକ ରଖିଥିବା ଓ ପ୍ରିୟା, ପ୍ରୀତି ନିୟମ ବା ଅର୍ଥ କାରବାର ଜଣ ପିଛା ୨୦ ହଜାର ଟଙ୍କା ଲେଖାଏଁ ଦେଇଦେବାରୁ ଉକ୍ତ ତିନି ଜଣ ଙ୍କୁ ଛାଡି ଦେଇଥିବା ପରି ଗୁରୁତର ଅଭିଯୋଗ ମୁକୁନ୍ଦ ଓ ବବ୍ଲୁ ଙ୍କ ପରିବାର ଲୋକେ କହିଛନ୍ତି। ସେହିପରି ଅନ୍ୟ ୩ ଜଣ ପୋଲିସ ଛାଡ଼ିଦେବା ପରେ ଗତ ଗୁରୁବାର ସନ୍ଧ୍ୟା ପ୍ରାୟ ୮ ଟା ସମୟରେ ସର୍ଗିଗୁଡା ଛକ ରେ ନିଶାଗ୍ରସ୍ତ ଅବସ୍ଥାରେ ଜୟନ୍ତ କୁମ୍ଭାର ନାମକ ଜଣେ ବ୍ୟକ୍ତି ଙ୍କ ଠାରୁ ୩ ହଜାର ଟଙ୍କା ଓ ଏକ ମୋବାଇଲ ଲୁଟି ନେଇଥିବା ନେଇ ଅଭିଯୋଗ କରିଛନ୍ତି। ଏପରି ଅନ୍ୟ ଦୁଇ ଅଭିଯୁକ୍ତ ଙ୍କ ପରିବାର ଲୋକେ ଟଙ୍କା ଦେବାକୁ ସକ୍ଷମ ନ ଥିବା କହିବାରୁ କେବଳ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି କହିଛନ୍ତି। ଏ ନେଇ ଜିଲ୍ଲା ଆରକ୍ଷୀ ଅଧିକାରୀ ନିଜେ ଦୃଷ୍ଟି ଦେଇ ଉପଯୁକ୍ତ ପଦକ୍ଷେପ ନେବାକୁ ଜନସେବା ନାମ୍ନୀ ସ୍ବେଚ୍ଛାସେବୀ ସଂଘ ପକ୍ଷରୁ ଲିଖିତ ଅଭିଯୋଗ ପତ୍ର ବିଭିନ୍ନ ଉଚ୍ଚ ଅଧିକାରୀ ଙ୍କ ନିକଟକୁ ପ୍ରେରଣ କରିଥିବା ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.