ଭଦ୍ରକ, ୧୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମଧ୍ୟାହ୍ନ ଭୋଜନ ପାଚିକା ସହାୟିକାଙ୍କ ମାନଂକ ନଗଦ ଦାବୀ ହାସଲ ପାଇଁ ଆସନ୍ତା ଡିସେମ୍ବର ମାସ ୩ତାରିଖ ପାର୍ଲିଆମେଂଟ ଘେରାଉ କୁ ସଫଳ କରିବାକୁ ନିବେଦନ କରିଥଲେ ସିଟୁ ଜିଲ୍ଲା ସଭାପତି ଦିବ୍ୟ ସିଂହ ନାୟକ। ପାଚିକା ସହାୟିକାଙ୍କ ନେତ୍ରୀ ଶାନ୍ତିଲତା ନାୟକ, ମହେଶ୍ୱର ନାୟକ , ମନୋରମା ତ୍ରୀପାଠୀ, କମଳା ଓଝା, ବିନିତା ସାମଲ, ମାନସୀ ମହାନ୍ତି, ସୋଫିଆ ସେମିନ, ଅକ୍ତରି ବିବି ଓ ପକିଯା ବିବି ପ୍ରମୁଖ ଏହି ଅବସରରେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ପାଚିକା ସହାୟିକାଙ୍କ ମାନଙ୍କୁ ସ୍ଥାୟୀ କର୍ମଚାରୀ ର ମାନ୍ୟତା ପ୍ରଦାନ, ସେମାନଙ୍କୁ ମାସକୁ ୨୬ହଜାର ଟଙ୍କା ଦରମା ପ୍ରଦାନ, ସମସ୍ତଙ୍କୁ ସାମାଜିକ ସୁରକ୍ଷା ଦେବ, ସମସ୍ତଙ୍କୁ ଅବସର ଗ୍ରହଣ ପରେ ପେନସନ, ୨୦୨୦ମସିହାର ଶିକ୍ଷା ନୀତି କୂ ପ୍ରତ୍ୟାହାର, ବୃତି ରୁ ବହିଷ୍କୃତ ଲକ୍ଷ୍ୟ ଲକ୍ଷ୍ୟ ପାଚିକା ସହାୟିକାଙ୍କ ମାନଙ୍କୁ ପୁନ ନିଯୁକ୍ତି ଦେବା ପାଇଁ ଦାବିକରି ଓ କେନ୍ଦ୍ର ସରକାରଙ୍କ ବଜେଟ ରେ ଅଧିକ ଅର୍ଥ ବୟ ବରାଦ କରିବା ଦାବିକରି ଆସନ୍ତା ଡିସେମ୍ବର ତିନି ତାରିଖ ରେ ଦିଲ୍ଲୀ ସମାବେଶ କୁ ସଫଳ କରିବାକୁ ନିବେଦନ କରିଥଲେ ଶ୍ରମିକ ନେତା ଦିବ୍ୟ ସିଂହ ନାୟକ। କେନ୍ଦ୍ର ରେ ନରେନ୍ଦ୍ର ମୋଦି ସରକାର ଓ ରାଜ୍ୟର ମୋହନ ମାଝି ଙ୍କ ସରକାର୍ ଗତ ୨୦୦୯ମସିହାରୁ ଆଜିଯାଏଁ ଦରଦାମ୍ ନିୟନ୍ତ୍ରଣ କରିବାରେ ବିଫଳ ହେବା ସହ ସବୁଠି ସରକାରୀ କଳକାରଖାନା, ଅଫିସ ଦପ୍ତର, ଖଣି ଖାଦାନ, ବ୍ୟାଙ୍କ, ବୀମା, ବନ୍ଦର ଓ ରାଜପଥ କୁ ଆଦାନୀ, ଅମ୍ବାନୀ ଓ କର୍ପୋରେଟ କମ୍ପାନୀ କୁ ବିକ୍ରୀ କରି ଦେଉଛନ୍ତି। ପ୍ରତିବାଦ କରି ଲେ, ସଂବିଧାନ, ଗଣତନ୍ତ୍ର ଓ ଭାଇଚାରା କୁ ଭୁଲୁଣ୍ଠିତ କରୁଛନ୍ତି। କେନ୍ଦ୍ର ସରକାର ଏହା ବିରୁଦ୍ଧରେ ଜନମତ ସୃଷ୍ଟି କରିବା ଓ ଶ୍ରମଜୀବୀ ମାନଙ୍କର ଅଧିକାର କୁ ଭୁଲୁଣ୍ଠିତ କରୁଥିବା କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଏକଜୁଟ ହୋଇ ପ୍ରତିବାଦ କରି ବାକୁ ନିବେଦନ କରିଥଲେ । ଆଜି ଭଦ୍ରକ ଜିଲ୍ଲାରେ କେତେକ ଶ୍ରମିକ ସଂଗଠନ ର ନେତା ମାନେ ବର୍ତମାନ ମୋଦୀ ସରକାର ଙ୍କ ଖୋସା ମତି କରୁଥିବା ବେଳେ ପାଚିକା ସହାୟିକାଙ୍କ ମାନଙ୍କୁ ମିଥ୍ୟା ତଥ୍ୟ ଦେଇ ସେମାନଙ୍କୁ ପଥଭ୍ରଷ୍ଟ କରୁଥିବାରୁ ସେମାନଙ୍କ କଥାରେ ନ ଚାଲିବା ପାଇଁ ଉପସ୍ଥିତି ପାଚିକା ସହାୟିକା ମାନଙ୍କୁ ଅନୁରୋଧ କରିଥିଲେ ସି ଆଇ ଟି ୟୁ ନେତା ଦିବ୍ୟ ସିଂହ ନାୟକ।
Home ଜିଲ୍ଲା ପରିକ୍ରମା ପାଚିକା ସହାୟିକାଙ୍କ ଦାବୀ ହାସଲ ପାଇଁ ଡିସେମ୍ବର ୩ ପାର୍ଲାମେଂଟ ଘେରାଉକୁ ସଫଳ କରିବାକୁ ନିବେଦନ