ଭଦ୍ରକ, ୧୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମଞ୍ଜୁରୀ ରୋଡ଼,କେନାଲର ପାର୍ଶ ଜମିକୁ ମାଡୁନି ଜଳ। ଦୀର୍ଘ ବର୍ଷ ଧରି ଏହି ସମସ୍ୟା ସ୍ଥାନୀୟ ଚାଷୀଙ୍କ ପାଇଁ ମୁଣ୍ଡ ବିନ୍ଧାଉ ଥିବା ବେଳେ ଆଖୁଆପଦା ଜଳ ସମ୍ପଦ ସବ୍ ଡ଼ିଭିଜନ ରୁ ଡ଼ିଭିଜନ ମାନ୍ୟତା ପାଇ ଥିଲାବେଳେ ଏଥି ପ୍ରତି ଧ୍ୟାନ ଦିଆଯାଉନାହିଁ। ଉତରବାଡ, ହାଟଡିହ, ସୁନାହାର, ବନସହି ଆଦି ମୌଜା ର କେନାଲ ବାମ ପାଖ ଚାଷ ଜମି କେନାଲ ଶଯ୍ୟା ରୁ ବହୁ ଉଚ୍ଚତା ରେ ଥିବାରୁ ଏହି ସମସ୍ୟା ଉପୁଜୁ ଅଛି। ଏପଟେ କେନାଲ ପାଖ ଅଂଚଳ ହୋଇ ଥିବାରୁ ଉଠା ଜଳ ସେଚନ ଏହି ସମସ୍ୟା ଜାଣି ସୁଧ୍ୟା ଲିଫ୍ଟ ପଏଂଟ ବସାଇ ପାରୁ ନାହିଁ। ତେଣୁ ଦୀପ ତଳ ଅନ୍ଧାର ଭଳି ଅଂଚଳ ର ଚାଷୀ କିଂ କର୍ତବ୍ୟ ମୁଢ଼ ସାଜୁ ଛନ୍ତି। ଆହୁରି ମଧ୍ୟ କେନାଲରୁ ପାଣି ଯିବା ରାସ୍ତା ସୋଠ ଅତି ସରୁ ରହିଅଛି।ଜଳ ସମ୍ପଦ ଉଚ୍ଚ ଅଧିକାରି କେନାଲ ବେଡ କଂକ୍ରିଟ କରଣ ବେଳେ ଏହି ସମସ୍ୟା ଦୂର କରାଯିବାକୁ ଚେଷ୍ଟା କରାଯିବ ବୋଲି କହୁଥିବା ବେଳେ ଚାଷୀ ସାଲନିଆକେନାଲ ବ୍ୟବସ୍ଥାରୁ ପାଣି ଆଣି ଏଠାରେ ପହଂଚାଇବା ପାଇଁ ଦିର୍ଘ ମିଆଦୀ କାର୍ଯ୍ୟକ୍ରମ ଜଳସମ୍ପଦ ବିଭାଗ ଅଳ୍ପଖର୍ଚ୍ଚରେ ହୋଇପାରିବାର ବିକଳ୍ପକୁ ସମ୍ମୁଖକୁ ଆଣିଛନ୍ତି।